ପ୍ରମୂଖ ଖବର
  • ମେଗା ନିଯୁକ୍ତି ମେଳା: ଆଜି ୯୬୪ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ଷୋଡ଼ଶ ଜନଗଣନାର ପ୍ରସ୍ତୁତି ସମୀକ୍ଷା କଲେ ଶାହ, ଆଜି ଆସିବ ଜନଗଣନା ଗେଜେଟ ବିଜ୍ଞପ୍ତି
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ଗୁହାଳରୁ ଗାଈ ଚୋରି ପଡ଼ିଲା ମହଙ୍ଗା, ଚୋରକୁ ଉତ୍ତମ ମଧ୍ୟମ ସହ ଥାନାରେ ଦେଲେ ଗ୍ରାମବାସୀ

Published By : Harapriya Sethi | June 11, 2025 1:40 PM

ଚନ୍ଦନେଶ୍ୱର, ୧୧/୦୬: ଗୁହାଳରୁ ଗାଈ ଚୋରି କରୁଥିବା ବେଳେ ଧରିଲେ ଗାଁ ଲୋକେ । ଉତ୍ତମ ମଧ୍ୟମ ଦେବା ପରେ ଥାନାକୁ ହସ୍ତାନ୍ତର କଲେ । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଦକ୍ଷିଣ ଦେଉଳା ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି ।

ଦକ୍ଷିଣ ଦେଉଳା ଗ୍ରାମରେ ଲଷ୍ମୀକାନ୍ତ ପାଳଙ୍କ ଗାଈ ଗୁହାଳରୁ ମଙ୍ଗଳବାର ବିଳମ୍ବିତ ରାତିରେ ଗାଈକୁ  କେହି ଜଣେ ଖୋଲୁ ଥିବା ଦେଖିବାକୁ ପାଇ ପରିବାର ଲୋକ ଚିତ୍କାର କରିଥିଲେ । ପରିବାର ଲୋକଙ୍କ ଚିତ୍କାର ଶୁଣି ପଡ଼ୋଶୀ ଲୋକ ଦୌଡ଼ି ଆସିଲା ବେଳକୁ ଗୁହାଳରେ ଜଣେ ଅଜଣା ଲୋକ ଗାଈକୁ ଖୋଲୁ ଥିବା ଦେଖିବାକୁ ପାଇଥିଲେ । କିନ୍ତୁ ଗାଁ ଲୋକ ଆସିବା ଦେଖି ଚୋର ଦୌଡ଼ି ସେଠାରୁ ଖସି ଯିବାକୁ ଚୋଷ୍ଟା କରିଥିଲା । ପରେ ଗାଁ ଲୋକ ତାଙ୍କୁ ଧରି ଉତ୍ତମ ମଧ୍ୟମ ଦେବା ପରେ ଚୋର ଜଣଙ୍କ ସତ ମାନିବାରୁ ଏ ବାବଦରେ ଗାଁ ଲୋକ ଭୋଗରାଇ ପୁଲିସକୁ ଖବର ଦେଇଥିଲେ । ଭୋଗରାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଚୋରକୁ ଥାନାକୁ ଆଣି ଅଟକ ରଖିଥିବା ଜଣାପଡିଛି । ଚୋରର ହାତ ବାନ୍ଧି ବସାଇଥିବା ଭିଡ଼ିଓ ଭାଇରଲ ହେଉଥିବା ବେଳେ ତାଙ୍କ ଘର ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗର ବୋଲି ଜଣାପଡିଛି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.