ପ୍ରମୂଖ ଖବର
  • Shangri-la-dialogue: CDS କହିଦେଲେ ଆତଙ୍କୀଙ୍କ ରେଡ଼ ଲାଇନ୍, ଜାଣନ୍ତୁ କଣ କହିଲେ ପାକିସ୍ତାନ ଜେନେରାଲ
  • ||
  • ଘାରିଛି କରୋନା ଭୟ; ୪ ହଜାର ମୁହାଁ ସଂକ୍ରମଣ, ୨୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଖଲ୍ଲିକୋଟ ବଡ଼ ଘାଟିରେ ଓଲଟିଲା ସିଲିଙ୍ଗ ପ୍ଲେଟ ବୋଝେଇ ଟ୍ରେଲର୍, ବ୍ରହ୍ମପୁର ଠାରୁ ଭୁବନେଶ୍ୱର ଯାତାୟାତ ବାଧାପ୍ରାପ୍ତ
  • ||
  • ମାଲକାନଗିରି : ବିଜାଘାଟିରେ ବସ୍‌ ଦୁର୍ଘଟଣା, ୧୬ ଯାତ୍ରୀ ଆହତ
  • ||
  • ପ୍ରକାଶ ପାଇଲା JEE ଆଡଭାନ୍ସ ରେଜଲ୍ଟ, ଦିଲ୍ଲୀ ଜୋନ୍‌ର ରଜିତ୍ ଗୁପ୍ତା ଆଇଆଇଟି ଟପ୍ପର
  • ||
  • ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ଢେଙ୍କାନାଳର ପୂର୍ବତନ ବିଜେଡି ସଭାପତି ବିଭୁ ପ୍ରସାଦ ଦେହୁରୀ ନିଲମ୍ୱିତ
  • ||
  • ସୁନ୍ଦରଗଡ଼ : ଅଜଣା ଗାଡ଼ି ଧକ୍କାରେ ଦୁଇ ଯୁବକ ମୃତ
  • ||
  • ଭଦ୍ରକ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ;୧୨ଟି ପ୍ରକଳ୍ପ ଲୋକାର୍ପଣ,୩ଟି ପ୍ରକଳ୍ପ ଶିଳାନ୍ୟାସ କରିବେ
  • ||
  • ବାହାନଗା ଟ୍ରେନ୍‌ ଟ୍ରାଜେଡ଼ିକୁ ୨ ବର୍ଷ; କାଳ ସାଜିଥିଲା କରମଣ୍ଡଳ, ଶବର ପାହାଡ଼ରୁ ଖୋଜା ପଡ଼ିଥିଲେ ସମ୍ପର୍କୀୟ
  • ||
  • ମୟୂରଭଞ୍ଜ : ସହକାରୀ ତହସିଲଦାରଙ୍କୁ ଆକ୍ରମଣ କଲେ ବାଲି ମାଫିଆ, ଭାଙ୍ଗିଦେଲେ ଗାଡ଼ି
  • ||
  • ମୌସୁମୀ ଗାଏବ, ପୁଣି ବଢ଼ିଲା ତାତି: ୧୦ ଦିନ ଯାଏ ବର୍ଷା ସମ୍ଭାବନା ନାହିଁ, ୪ରୁ ଉପକୂଳରେ ଭୀଷଣ ଗରମ
  • ||
  • କଟକ : ଭାରସାମ୍ୟ ହରାଇ ଓଲଟିଲା ବାଲି ବୋଝେଇ ହାଇୱା, ଡ୍ରାଇଭର ଫେରାର
  • ||
  • ବଲାଙ୍ଗୀର : ଡୁଙ୍ଗୁରିପାଲି ଷ୍ଟେସନ ନିକଟରେ ଟ୍ରେନ୍‌କୁ ପଥର ମାଡ, ଜଣେ ଆହତ
  • ||

ବିଚ ପାର୍କିଂ ଟେଣ୍ଡରକୁ ନେଇ କାଉନସିଲ ବୈଠକ, ବାତିଲ ନ ହେଲେ ଧାରଣାରେ ବସିବେ କହିଲେ ଅଧକ୍ଷ

Published By : Prameya | May 31, 2025 2:45 PM

ଗୋପାଳପୁର, ୩୧/୦୫: ଗଞ୍ଜାମ ଜିଲ୍ଲା ଗୋପାଳପୁର ଏନଏସିରେ ଲାଗି ରହିଥିବା ବିଚ ପାର୍କିଂ ଟେଣ୍ଡରକୁ ନେଇ ଅଧକ୍ଷ ଏ.ଜାନକୀ ରାମଙ୍କ ଅଧକ୍ଷତାରେ ଏକ ବୈଠକ ଅନୁଷ୍ଠିତ । ବୈଠକରେ ଟେଣ୍ଡର ପାର୍କିଂ ପାଇଁ ବାରମ୍ବାରର ବାତିଲ ଓ ବିବାଦ ରହୁଥିବାରୁ ଏହାର ସ୍ଥାୟୀ ସମାଧାନ ପାଇଁ ଆଲୋଚନା ହୋଇଛି।  ଏଥିସହ ଟେଣ୍ଡର ପେପର ବିକ୍ରିରେ ପାତର ଅନ୍ତର ଅଭିଯୋଗ ଉପରେ ଆଲୋଚନା  ହୋଇଯାଇଛି। 

ତେବେ ଆସନ୍ତା ୨ରେ ଟେଣ୍ଡର ଖୋଲିବା ନିଷ୍ପତିକୁ ବାତିଲ କରାଯାଇ ପୁଣି ଟେଣ୍ଡର ପେପର ବିକ୍ରି କରି ଟେଣ୍ଡର କରାଯାଉ । ଏଥିସହ ଟେଣ୍ଡର ବାତିଲ ଯଦି ନ ହୁଏ ତେବେ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରୋମଦ କୁମାର ପାଢ଼ୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ଅଧକ୍ଷଙ୍କ ସମେତ ସମସ୍ତ କାଉନସିଲର ଏନ ଏ ସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଅଧକ୍ଷ ଏ.ଜାନକୀ ରାମ କହିଛନ୍ତି । ବୈଠକରେ ଅଧକ୍ଷଙ୍କ ସମେତ ଉପାଧକ୍ଷା ବି.ଉମା, କାଉସିଲର ଜି.ମହୋନ ରାଓ, ବି.ଗୋପାଳ କ୍ରୀଷ୍ଣା,କଳ୍ପନା ବେହେରା, ଏସ.ବିରେନ କୁମାର, ଏମ.କାମେଶ୍ୱରୀ, ରତନ ନାୟକ, ଜି.ମହୋନ ପ୍ରମୁଖ ଉପସ୍ଥିତ ଥିଲେ। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.