ପ୍ରମୂଖ ଖବର
  • Shangri-la-dialogue: CDS କହିଦେଲେ ଆତଙ୍କୀଙ୍କ ରେଡ଼ ଲାଇନ୍, ଜାଣନ୍ତୁ କଣ କହିଲେ ପାକିସ୍ତାନ ଜେନେରାଲ
  • ||
  • ଘାରିଛି କରୋନା ଭୟ; ୪ ହଜାର ମୁହାଁ ସଂକ୍ରମଣ, ୨୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଖଲ୍ଲିକୋଟ ବଡ଼ ଘାଟିରେ ଓଲଟିଲା ସିଲିଙ୍ଗ ପ୍ଲେଟ ବୋଝେଇ ଟ୍ରେଲର୍, ବ୍ରହ୍ମପୁର ଠାରୁ ଭୁବନେଶ୍ୱର ଯାତାୟାତ ବାଧାପ୍ରାପ୍ତ
  • ||
  • ମାଲକାନଗିରି : ବିଜାଘାଟିରେ ବସ୍‌ ଦୁର୍ଘଟଣା, ୧୬ ଯାତ୍ରୀ ଆହତ
  • ||
  • ପ୍ରକାଶ ପାଇଲା JEE ଆଡଭାନ୍ସ ରେଜଲ୍ଟ, ଦିଲ୍ଲୀ ଜୋନ୍‌ର ରଜିତ୍ ଗୁପ୍ତା ଆଇଆଇଟି ଟପ୍ପର
  • ||
  • ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ଢେଙ୍କାନାଳର ପୂର୍ବତନ ବିଜେଡି ସଭାପତି ବିଭୁ ପ୍ରସାଦ ଦେହୁରୀ ନିଲମ୍ୱିତ
  • ||
  • ସୁନ୍ଦରଗଡ଼ : ଅଜଣା ଗାଡ଼ି ଧକ୍କାରେ ଦୁଇ ଯୁବକ ମୃତ
  • ||
  • ଭଦ୍ରକ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ;୧୨ଟି ପ୍ରକଳ୍ପ ଲୋକାର୍ପଣ,୩ଟି ପ୍ରକଳ୍ପ ଶିଳାନ୍ୟାସ କରିବେ
  • ||
  • ବାହାନଗା ଟ୍ରେନ୍‌ ଟ୍ରାଜେଡ଼ିକୁ ୨ ବର୍ଷ; କାଳ ସାଜିଥିଲା କରମଣ୍ଡଳ, ଶବର ପାହାଡ଼ରୁ ଖୋଜା ପଡ଼ିଥିଲେ ସମ୍ପର୍କୀୟ
  • ||
  • ମୟୂରଭଞ୍ଜ : ସହକାରୀ ତହସିଲଦାରଙ୍କୁ ଆକ୍ରମଣ କଲେ ବାଲି ମାଫିଆ, ଭାଙ୍ଗିଦେଲେ ଗାଡ଼ି
  • ||
  • ମୌସୁମୀ ଗାଏବ, ପୁଣି ବଢ଼ିଲା ତାତି: ୧୦ ଦିନ ଯାଏ ବର୍ଷା ସମ୍ଭାବନା ନାହିଁ, ୪ରୁ ଉପକୂଳରେ ଭୀଷଣ ଗରମ
  • ||
  • କଟକ : ଭାରସାମ୍ୟ ହରାଇ ଓଲଟିଲା ବାଲି ବୋଝେଇ ହାଇୱା, ଡ୍ରାଇଭର ଫେରାର
  • ||
  • ବଲାଙ୍ଗୀର : ଡୁଙ୍ଗୁରିପାଲି ଷ୍ଟେସନ ନିକଟରେ ଟ୍ରେନ୍‌କୁ ପଥର ମାଡ, ଜଣେ ଆହତ
  • ||

ଅବସରପ୍ରାପ୍ତ ଆରଆଇଙ୍କୁ ହତ୍ୟା ଘଟଣା, ମହିଳା ଗିରଫ

Published By : Suraj Kumar | May 31, 2025 5:45 PM

ବ୍ରହ୍ମପୁର, ୩୧/୫(ବ୍ୟୁରୋ): ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ସୁବାସ ନଗରରେ ଅବସରପ୍ରାପ୍ତ ଆରଆଇ ହରିହର ସାହୁ(୭୨)ଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ତାଙ୍କ ଘରେ ଭଡ଼ାରେ ରହୁଥିବା ସୋରଡ଼ା ଅମୃତୁଲୁ ଅଞ୍ଚଳର ସୁଦଷ୍ଣା ଜେନା(୫୭)ଙ୍କୁ ପୋଲିସ ଗିରଫ କରିଛି।  ନିଆଁ ଲଗାଇ ପୋଡି ଦେଇଥିଲେ ବୋଲି  ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ଡ଼ା. ସରବନା ବିବେକ ଏମ। 

ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ସୁବାସ ନଗରରେ ଅବସରପ୍ରାପ୍ତ ଆରଆଇ ହରିହର ସାହୁଙ୍କ ଘରେ ସୁଦଷ୍ଣା ଭଡ଼ାରେ ରହୁଥିଲେ।  ହରିହର ଉପର ମହଲାରେ ରହୁଥିବା   ବେଳେ ତଳେ ସୁଦଷ୍ଣା ରହୁଥିଲେ। ଉଭୟଙ୍କ ଭିତରେ ସମ୍ପର୍କ ଗଢି ଉଠିଥିଲା। ସୁଦଷ୍ଣା ବେଙ୍ଗାଳୁରୁରେ ରହୁଥିବା ଝିଅ ପାଖକୁ ଯିବାକୁ କହୁଥିଲେ ବି ହରିହର ମନା କରୁଥିଲେ । ସୁଦଷ୍ଣା ହରିହରଙ୍କ ସମ୍ପତ୍ତି ଉପରେ ଦୃଷ୍ଟି ପକାଇଥିଲେ। ଗତ ୨୯ତାରିଖ ଭୋର ୨ଟା ରେ ହରିହରଙ୍କ ଶରୀରରେ ନିଆଁ ଲାଗିଥିବା ଦେଖି ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ଝିଅ ମଧୁସ୍ମିତାଙ୍କୁ ଜଣାଇଥିଲେ ସୁଦଷ୍ଣା। ହରିହରଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ତାଙ୍କ ବୟାନ ରେକର୍ଡ ସମୟରେ ସୁଦଷ୍ଣା କିରାସିନି ସିଞ୍ଚନ କରି ନିଆଁ ଲଗାଇଦେଇଥିବା ହରିହର କହିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ସୁଦଷ୍ଣାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏସପି ସୂଚନା ଦେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.