ଗୋପାଳପୁର ୩୧/୫: ଗୋପାଳପୁର ପୁଲିସ ଆଜି ବାଇକ ଚୋରି ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଗିରଫ ଅଭିଯୁକ୍ତ ଜଣକ ହେଲେ ଛତ୍ରପୁର ବଳରାମପୁର ଅଂଚଳର ବିଶ୍ଵନାଥ ପ୍ରଧାନ ବୋଲି ପୁଲିସ କହିଛି l ସୂଚନା ପ୍ରକାରେ ଟାଟା କୋଲାନି ପାତ୍ରପୁର ଗ୍ରାମର ମହୋନ ରଣା ଚଳିତ ମାସ ୧୩ ତାରିଖ ରାତ୍ର ୮ ଟା ସମୟରେ ସାନକୁଶସ୍ଥଳୀ ଯାତ୍ରା ଦେଖିବାକୁ ଯାଇ ବାଇକକୁ ସ୍କୁଲ ସମ୍ମୁଖରେ ରଖିଥିଲେ l ଯାତ୍ରା ଦେଖି ଫେରି ଦେଖିବା ବେଳକୁ ବାଇକ ସେହି ସ୍ଥାନରେ ନଥିବାରୁ ଖୋଜା ଖୋଜି କରିଥିଲେ l କିନ୍ତୁ ବାଇକ ନମିଳିବାରୁ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ ପ୍ରକାରେ ପୁଲିସ କେସ ନମ୍ବର ୧୫୩/୨୫ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା l ଆଜି ପଥରା ଛକରେ ଚେକିଙ୍ଗ ଚାଲିଥିବା ସମୟରେ ଚୋରି ଗାଡ଼ିଟିକୁ ଜବତ କରି ଅଭିଯୁକ୍ତ ବିଶ୍ଵନାଥକୁ କୋର୍ଟ ଚାଲାଣ କରିବା ସହ ବାଇକ ମାଲିକ ମହୋନ ରଣାକୁ ବାଇକଟି ହସ୍ତାନ୍ତର କରିଥିବା ପୁଲିସ କହିଛି l

ବିଦେଶରେ କଂଗ୍ରେସ ନେତା ଶଶି ଥରୁରଙ୍କୁ ନିଜ ଦଳର ନେତା...