ପ୍ରମୂଖ ଖବର
  • ଦିବ୍ୟ ଦେବସ୍ନାନ ପୂର୍ଣ୍ଣିମା; ସ୍ନାନବେଦୀରେ ବିଜେ କଲେ ଚତୁର୍ଦ୍ଧାମୂରତୀ, ଭକ୍ତମୟ ବଡ଼ଦାଣ୍ଡ
  • ||
  • ଯାଜପୁର : ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର: ଜଣେ ମୃତ, ୨ ଗୁରୁତର
  • ||
  • ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତୀ, ଭକ୍ତମୟ ଶ୍ରୀକ୍ଷେତ୍ର, ଜନସମୁଦ୍ର ବଡ଼ଦାଣ୍ଡ
  • ||
  • ପବିତ୍ର ଦେବସ୍ନାନ ପୂର୍ଣ୍ଣିମା, ୧୦୮ ଗରା ସୁବାସିତ ଜଳରେ କରିବେ ଦିବ୍ୟସ୍ନାନ, ଗଜାନନ ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂରତୀ
  • ||
  • ଘୁଞ୍ଚି ଘୁଞ୍ଚି ଯାଉଛି ଶୁଭାଂଶୁ ଶୁକ୍ଳାଙ୍କ ମହାକାଶ ଯାତ୍ରା, ଆକ୍ସିଓମ ମିଶନ୍-୪ ପୁଣି ବ୍ରେକ
  • ||
  • ପାର୍ଟ ପ୍ଲଟ୍‌ ବିକ୍ରି ବ୍ୟବସ୍ଥାରେ ସଂଶୋଧନ, ବିନା ଲେ-ଆଉଟରେ ବିକ୍ରି କରିହେବ ୫୦୦ ବର୍ଗମିଟରରୁ କମ୍‌ ଜମି
  • ||

ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଧାନମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା; ଚାଷୀ ଠକେଇର ଶିକାର ଅଭିଯୋଗ

Published By : Rasmita Pradhan | June 10, 2025 9:46 AM

ବଲାଙ୍ଗିର, ୧୦/୦୬ : ବଲାଙ୍ଗିର ଜିଲ୍ଲାରେ ଧାନମଣ୍ଡି ଗୁଡ଼ିକରେ ବ୍ୟାପକ ଅବ୍ୟବସ୍ଥା। ଠକେଇର ଶିକାର ହେଉଛନ୍ତି ଚାଷୀ। ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ମହେଶ୍ଵର ସାହୁ ଜିଲ୍ଲାର ସାଲେଭଟା, ମୁରୁଶୁଣ୍ଡି, ଦେଓଗାଁ, କୁତୁର୍ଲା, ସଇଁତଳା ପ୍ରଭୃତି ଧାନମଣ୍ଡି ପରିଦର୍ଶନ କରିବା ସହିତ ଚାଷୀମାନଙ୍କ ସହିତ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଛନ୍ତି। ଧାନମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ନେଇ ସେ କ୍ଷୋଭ ପ୍ରକାଶ କରିଛନ୍ତି। 

ଓଡ଼ିଶାରେ ଧାନ କିଣା କାରବାର ସ୍ଵଚ୍ଛ ଓ ଶୃଙ୍ଖଳିତ କରିବା ପାଇଁ ରାଜ୍ୟ ସରକାର ବ୍ୟାପକ ବ୍ୟବସ୍ଥା କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଧାନ ସଂଗ୍ରହ ଅଧିନିୟମ ମାର୍ଗଦର୍ଶିକା ଅନୁଯାୟୀ ଚାଷୀଙ୍କ ଠାରୁ ଧାନ କ୍ରୟ କରାଯାଉଛି କି ନାହିଁ ସେନେଇ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ମହେଶ୍ଵର ସାହୁ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଧାନମଣ୍ଡି ପରିଦର୍ଶନ କରିଛନ୍ତି। ଚାଷୀଙ୍କ ସମସ୍ୟା ବିଷୟରେ ଆଲୋଚନା କରିଛନ୍ତି। ଏହି ସମୟରେ ବ୍ୟାପକ ଅବ୍ୟବସ୍ଥା ନେଇ ଚାଷୀମାନେ ଅଭିଯୋଗ କରିଛନ୍ତି। ଚାଷୀମାନଙ୍କୁ ଚିରା ଫଟା ବସ୍ତା ଦିଆଯାଉଥିବା, ମିଲରମାନେ ଧାନ ପରିବହନ ପାଇଁ ଗାଡି ଦେଉ ନଥିବା ଆଦି ଅଭିଯୋଗ ହୋଇଛି। ଯେଉଁଥିପାଇଁ ଚାଷୀମାନେ ହଇରାଣ ହେଉଛନ୍ତି। ଜିଲ୍ଲାରେ ବିଜେଡି ସମର୍ଥିତ ପାକ୍ସ ସଭାପତିମାନେ ଧାନ କିଣା କାରବାରରେ ବ୍ୟାପକ ଅବ୍ୟବସ୍ଥା କରିବା ସହିତ ଚାଷୀମାନଙ୍କ ଠାରୁ ଧାନ କ୍ରୟରେ ପାତର ଅନ୍ତର କରୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏହି ସବୁ ସମସ୍ୟାର ଯଥାଶୀଘ୍ର ସମାଧାନ କରାଯିବ ବୋଲି ମହେଶ୍ଵର ସାହୁ କହିଛନ୍ତି। 

ଏହି ପରିଦର୍ଶନରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ପୁଲିନ୍ ପ୍ରକାଶ ପୁହାଣ, ରାଜ୍ୟ ସଂଯୋଜକ ରାଜକିଶୋର ମେଣ୍ଡେଲୀ, କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ମାଧବ ସାଏ, ଜଗବନ୍ଧୁ ପ୍ରଧାନ, ସୁଦାମ ଦନ୍ତା, ପିତାମୂର କଣ୍ଟା, ସୀତାରାମ ପ୍ରଧାନ, ଶଶିଭୂଷଣ ପାଣିଗ୍ରାହୀ, ବିଜୁ ନାୟକ, କାମରାଜ ପ୍ରଧାନ, ରୋହିତ୍ ସାହୁ, ଗୋପିନାଥ ଭାଟି, ଚନ୍ଦ୍ର ଚନ୍ଦନ, କୁଳମଣି ବାରିକ, ପର୍ଶୁରାମ୍ ସେଠ୍ ପ୍ରମୁଖଙ୍କ ସମେତ ଶତାଧିକ ଚାଷୀ ସାମିଲ ହୋଇଥିଲେ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.