କଟକ,୩୧/୦୭ : କଂଗ୍ରେସ କର୍ପୋରେଟରଙ୍କ ଧାରଣା । ମଙ୍ଗଳବାର ସିଟି ଇଞ୍ଜିନିୟରଙ୍କ ପ୍ରକୋଷ୍ଠ ସାମ୍ନାରେ ଧାରଣା ଦେଲେ କଟକ ମହାନଗର ନିଗମର ୫୦ ନମ୍ବର ୱାର୍ଡର କଂଗ୍ରେସ କର୍ପୋରେଟର । ସିଟି ଇଞ୍ଜିନିୟରଙ୍କ କାର୍ଯ୍ୟରେ ଅବହେଳା କାରଣରୁ ବିଳମ୍ବିତ ରାତି ଯାଏଁ ଧାରଣା ଦେଲେ କଂଗ୍ରେସ କର୍ପୋରେଟର ସନ୍ତୋଷ କୁମାର ଭୋଳ ।
ସୂଚନା ଅନୁଯାୟୀ, ବିଭିନ୍ନ କାର୍ଯ୍ୟର ଅନିୟମିତତା ଓ ଦୁର୍ନୀତି ସମ୍ପର୍କରେ ବାରମ୍ୱାର ଇଞ୍ଜିନିୟରଙ୍କୁ ଅବଗତ କରାଯାଇଥିଲା । ଏହା ସତ୍ତ୍ୱେ ବି କୌଣସି ସୁଫଳ ମିଳିନାହିଁ । ତେଣୁ ଏହାର ପ୍ରତିବାଦ କରିଛନ୍ତି ୫୦ ନମ୍ବର ୱାର୍ଡର କଂଗ୍ରେସ କର୍ପୋରେଟର ସନ୍ତୋଷ କୁମାର ଭୋଳ । ମଙ୍ଗଳବାର ବିଳମ୍ବିତ ରାତି ଯାଏଁ ସିଟି ଇଞ୍ଜିନିୟରଙ୍କ ପ୍ରକୋଷ୍ଠ ସାମ୍ନାରେ ଦେଇଛନ୍ତି ଧାରଣା । ଏଥି ସହିତ ତୁରନ୍ତ ସମସ୍ତ ଘଟଣାର ପର୍ଦ୍ଦାଫାଶ ସହ ମନମୁଖୀ କାର୍ଯ୍ୟ ବନ୍ଦ କରିବାକୁ ଦାବି କରିଛନ୍ତି ।