ପ୍ରମୂଖ ଖବର
  • ଢ଼ାକାରେ ଖସିଲା ପଡ଼ିଲା ଏଫ୍‌-୭ ଟ୍ରେନିଂ ବିମାନ, ଦୁର୍ଘଟଣାରେ ଜଣେ ମୃତ, ଉଦ୍ଧାରକାର୍ଯ୍ୟ ଜାରି
  • ||
  • କଟକ : ପରିବାରର ୩ ଜଣଙ୍କୁ ହତ୍ୟା ମାମଲା; ପ୍ରମାଣ ଅଭାବରୁ ଫାଶୀ ଦଣ୍ଡାଦେଶ ରଦ୍ଦ,୨ ଆସାମୀ ନିର୍ଦ୍ଦୋଷରେ ଖଲାସ
  • ||
  • ବାଲେଶ୍ବର FM କଲେଜ ଛାତ୍ରୀ ଆତ୍ମାହୁତି ଘଟଣା,ଭାରପ୍ରାପ୍ତ ଅଧ୍ୟାପକ ଓ କିଛି କର୍ମଚାରୀଙ୍କୁ ପଚରାଉଚରା
  • ||
  • ଆରଏସପିରେ ଅଘଟଣ, ଶାବଳ ବାଜି ଠିକା ଶ୍ରମିକଙ୍କ ମୃତ୍ୟୁ
  • ||
  • ଛାତ୍ର କଂଗ୍ରେସ ସଭାପତି ପଦରୁ ଉଦିତ୍ ପ୍ରଧାନ ନିଲମ୍ବିତ, ଉଦିତ୍ ପ୍ରଧାନଙ୍କୁ ନିଲମ୍ବିତ କଲେ NSUI ସଭାପତି
  • ||
  • ମୌସୁମୀ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, କହିଲେ ଏହି ଅଧିବେଶନ ବିଜୟର ଉତ୍ସବ
  • ||
  • ବାଲେଶ୍ୱର :ନବମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ; ପ୍ରଧାନ ଶିକ୍ଷକ ଏବଂ ଗଣିତ ସାର୍ ଅଟକ
  • ||
  • ପୁରୀ : କୂଅରେ ପଡ଼ି ଚାଲିଗଲା ପାଳିଆ ସେବାୟତଙ୍କ ଜୀବନ, ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ||
  • ଗୁଜରାଟରେ ଭୂକମ୍ପ ଝଟ୍‌କା, ଥରିଲା ଆଲାସ୍କା-ତାଜାକିସ୍ତାନ, ୬.୨ ତୀବ୍ରତା ରେକର୍ଡ
  • ||
  • ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ବଡ଼ ମହାସ୍ନାନ, ସାଧାରଣ ଦର୍ଶନ ବନ୍ଦ
  • ||
  • ଖାଦ୍ୟ ପାଇଁ ଅପେକ୍ଷା କରିଥିଲେ, ଇସ୍ରାଏଲ ସେନା ଚଲାଇଲା ଗୁଳି ୬୭ ପାଲେଷ୍ଟୀନିୟଙ୍କ ମୃତ୍ୟୁ
  • ||
  • କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ
  • ||
  • ମୌସୁମୀ ଅଧିବେଶନ ୨୦୨୫: ଆଜିଠୁ ୩ଟି ପ୍ରମୁଖ ପ୍ରସଙ୍ଗ ନେଇ କମ୍ପିବ ଗୃହ, ସରକାରଙ୍କୁ ଘେରିବେ ବିରୋଧୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ:୨୩ରୁ ବଢ଼ିବ ବର୍ଷା, ୨୪ରେ ଲଘୁଚାପ, ଆଜିଠୁ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||
  • ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ

Published By : Prameya | July 21, 2025 8:20 AM

ଭୁବନେଶ୍ୱର, ୨୧/୦୭: ଦୁଷ୍କର୍ମ  ଅଭିଯୋଗରେ ଛାତ୍ର  କଂଗ୍ରେସ ରାଜ୍ୟ ସଭାପତି ଉଦିତ ପ୍ରଧାନ ଗିରଫ ହେଇଛନ୍ତି । ଜଣେ  ଯୁବତୀଙ୍କୁ ନିଶା ଦେଇ ବେହୋସ କରାଇ ତାଙ୍କୁ  ଏକ ହୋଟେଲରେ ଦୁଷ୍କର୍ମ କରିଥିବା ନେଇ ମଞ୍ଚେଶ୍ୱର ଥାନାରେ ଅଭିଯୋଗ ହୋଇଥିଲା । 

ମିଳିଥିବା ସୂଚନା ମୁତାବକ, ଚନ୍ଦକା  ଅଞ୍ଚଳର ଜଣେ ୧୯ ବର୍ଷୀୟା ଯୁବତୀ ମିଲି  (ଛଦ୍ମନାମ) ଏକ ଘରୋଇ କଲେଜର  ଛାତ୍ରୀ । ସେ ଗତ ୧୮ ତାରିଖରେ ଆୟୁଷ୍ମାନ ସାହୁ ନାମକ ଜଣେ ସାଙ୍ଗଙ୍କ ସହ କାର୍‌ରେ ମାର୍କେଟ  ବୁଲିବାକୁ ବାହାରିଥିଲେ । ତାଙ୍କ ସହ ପିଙ୍କି  (ଛଦ୍ମନାମ) ନାମକ ଜଣେ ଯୁବତୀ ମଧ୍ୟ ଥିଲେ । ମାଷ୍ଟରକ୍ୟାଣ୍ଟିନ ଛକରେ ସେମାନଙ୍କୁ ଉଦିତ ଭେଟିଥିଲେ । ଉଦିତଙ୍କୁ ଆୟୁଷ୍ମାନ ନିଜ ସାଙ୍ଗ ବୋଲି ପରିଚୟ ଦେଇ ତାଙ୍କ କାରରେ ବସାଇଲେ । ଉଦିତ ଜଣେ କଂଗ୍ରେସ ନେତା ବୋଲି ଆୟୁଷ୍ମାନ ୨ଜଣ ଝିଅଙ୍କ ସହ ପରିଚୟ କରାଇଲେ । ଉଦିତ କାର୍‌ରେ ମିଲିଙ୍କ ଦେହକୁ ଜାଣିଶୁଣି ଛୁଇଁଥିଲେ । ହେଲେ, ମିଲି ଏହାକୁ ସେତେଟା ଗୁରୁତ୍ୱ ଦେଇ ନ ଥିଲେ । ଏହାପରେ ସେମାନେ ସମସ୍ତେ ମଞ୍ଚେଶ୍ୱରର ହୋଟେଲକୁ ଯାଇଥିଲେ । ସେଠାରେ ଉଦିତ  ଓ ଆୟୁଷ୍ମାନ ମଦ ପିଇଥିଲେ । ମିଲିଙ୍କୁ ମଦ ଯାଚିବାରୁ ସେ ମନା କଲେ। କିନ୍ତୁ, ଉଭୟ ସାଙ୍ଗ ତାଙ୍କୁ କୋଲ୍ଡଡ୍ରିଙ୍କସରେ ମଦ ମିଶାଇ ପିଇବାକୁ ଦେଇଥିଲେ । ଏହାପରେ ମିଲିଙ୍କୁ  ନିଶା ଚଢିବାରୁ ସେ ଉକ୍ତ ରୁମରେ ଶୋଇ ଯାଇଥିଲେ । 

କିଛିଘଣ୍ଟା ପରେ ତାଙ୍କ ନିଦ ଭାଙ୍ଗିବାରୁ ସେ ଉଲଗ୍ନ  ହୋଇ ଶୋଇଥିବାର ଦେଖିଥଲେ । ଆଉ ଉଦିତ ତାଙ୍କ ଉପରେ ହାତ ପକେଇ ଶୋଇଥିଲେ । ମିଲି ଦୁଷ୍କର୍ମର  ଶିକାର ହୋଇଥିବା ଜାଣିବା ପରେ ଏହାକୁ ବିରୋଧ  କରିଥିଲେ । ଥାନାକୁ ଯାଇ ଉଦିତଙ୍କ ନାଁରେ ଅଭିଯୋଗ କରିବେ ବୋଲି କହିଥିଲେ । ଉଦିତ ରାଗି ଯାଇ ତାଙ୍କୁ  ପ୍ରବଳ ଗାଳି କରିଥିଲେ । ପୁଲିସର ଆଶ୍ରୟ ନେଲେ, ତାଙ୍କୁ ଜୀବନରୁ ମାରିଦେବାକୁ ଧମକାଇଥିଲେ । ମିଲି ଡରି ଯାଇଥିଲେ । ସେ ଉଦିତ ନାଁରେ ଥାନାରେ  ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଅଭିଯୋଗ କ୍ରମେ ୪୧୯/୨୫ରେ ମାମଲା ରୁଜୁ କରି ଉଦିତଙ୍କୁ ଗିରଫ କରିଛି ।  ତାଙ୍କ ନାଁରେ ବିଏନ୍‌ଏସ୍‌ ଦଫା ୬୪(୧), ୧୨୩, ୨୯୬,  ୭୪, ୩୫୧(୨) ଲଗାଇଛି । 

ଉଲ୍ଲେଖଯୋଗ୍ୟ ଯେ ଉଦିତଙ୍କ ନାଁରେ ପୂର୍ବରୁ  ଭୁବନେଶ୍ୱରର ବିଭିନ୍ନ ଥାନାରେ ୧୦ରୁ ଅଧିକ ମାମଲା  ରହିଛି । ଗତ ଫେବ୍ରୁଆରୀ ୧ ତାରିଖରେ ଉଦିତ ଓ  ଅନ୍ୟମାନେ ମିଳିତ ଭାବେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ  (ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତଙ୍କ କାରକେଡ୍‌କୁ ଅଟକେଇବାକୁ ଚେଷ୍ଟା କରିଥିଲେ । କାରକେଡ୍‌ ସାମ୍ନାରେ  କଳା ପତାକା ଦେଖାଇ ହୋ ହଲ୍ଲା କରିବା ସହ କାର୍ଯ୍ୟରତ  ଜଣେ ସବଇନ୍ସପେକ୍ଟରଙ୍କୁ ମାଡ଼ ମାରିଥିଲେ । ମଞ୍ଚେଶ୍ୱର  ଥାନା ପୁଲିସ ତାଙ୍କୁ ଗିରଫ କରିଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.