ପ୍ରମୂଖ ଖବର
  • ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଭି.ଏସ୍. ଅଚ୍ୟୁତାନନ୍ଦନଙ୍କ ୧୦୧ ବର୍ଷରେ ପରଲୋକ
  • ||
  • ମୁମ୍ବାଇ ଏୟାରପୋର୍ଟରେ ଅଘଟଣ, ଅବତରଣ ବେଳେ ରନୱେରୁ ତଳକୁ ଖସିଗଲା ଏୟାର ଇଣ୍ଡିଆ ବିମାନ
  • ||
  • ଦୁଷ୍କର୍ମ ଅଭିଯୋଗରେ ଉଦିତ ପ୍ରଧାନ ଗିରଫ ଘଟଣା। ପୀଡ଼ିତାଙ୍କ ବୟାନ ରେକର୍ଡ
  • ||
  • ଢ଼ାକାରେ ଖସି ପଡ଼ିଲା ଏଫ୍‌-୭ ଟ୍ରେନିଂ ବିମାନ, ଦୁର୍ଘଟଣାରେ ଜଣେ ମୃତ, ଉଦ୍ଧାରକାର୍ଯ୍ୟ ଜାରି
  • ||
  • କଟକ : ପରିବାରର ୩ ଜଣଙ୍କୁ ହତ୍ୟା ମାମଲା; ପ୍ରମାଣ ଅଭାବରୁ ଫାଶୀ ଦଣ୍ଡାଦେଶ ରଦ୍ଦ,୨ ଆସାମୀ ନିର୍ଦ୍ଦୋଷରେ ଖଲାସ
  • ||
  • ବାଲେଶ୍ବର FM କଲେଜ ଛାତ୍ରୀ ଆତ୍ମାହୁତି ଘଟଣା,ଭାରପ୍ରାପ୍ତ ଅଧ୍ୟାପକ ଓ କିଛି କର୍ମଚାରୀଙ୍କୁ ପଚରାଉଚରା
  • ||
  • ଆରଏସପିରେ ଅଘଟଣ, ଶାବଳ ବାଜି ଠିକା ଶ୍ରମିକଙ୍କ ମୃତ୍ୟୁ
  • ||
  • ଛାତ୍ର କଂଗ୍ରେସ ସଭାପତି ପଦରୁ ଉଦିତ୍ ପ୍ରଧାନ ନିଲମ୍ବିତ, ଉଦିତ୍ ପ୍ରଧାନଙ୍କୁ ନିଲମ୍ବିତ କଲେ NSUI ସଭାପତି
  • ||
  • ମୌସୁମୀ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, କହିଲେ ଏହି ଅଧିବେଶନ ବିଜୟର ଉତ୍ସବ
  • ||
  • ବାଲେଶ୍ୱର :ନବମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ; ପ୍ରଧାନ ଶିକ୍ଷକ ଏବଂ ଗଣିତ ସାର୍ ଅଟକ
  • ||
  • ପୁରୀ : କୂଅରେ ପଡ଼ି ଚାଲିଗଲା ପାଳିଆ ସେବାୟତଙ୍କ ଜୀବନ, ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ||
  • ଗୁଜରାଟରେ ଭୂକମ୍ପ ଝଟ୍‌କା, ଥରିଲା ଆଲାସ୍କା-ତାଜାକିସ୍ତାନ, ୬.୨ ତୀବ୍ରତା ରେକର୍ଡ
  • ||
  • ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ବଡ଼ ମହାସ୍ନାନ, ସାଧାରଣ ଦର୍ଶନ ବନ୍ଦ
  • ||
  • ଖାଦ୍ୟ ପାଇଁ ଅପେକ୍ଷା କରିଥିଲେ, ଇସ୍ରାଏଲ ସେନା ଚଲାଇଲା ଗୁଳି ୬୭ ପାଲେଷ୍ଟୀନିୟଙ୍କ ମୃତ୍ୟୁ
  • ||
  • କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ
  • ||
  • ମୌସୁମୀ ଅଧିବେଶନ ୨୦୨୫: ଆଜିଠୁ ୩ଟି ପ୍ରମୁଖ ପ୍ରସଙ୍ଗ ନେଇ କମ୍ପିବ ଗୃହ, ସରକାରଙ୍କୁ ଘେରିବେ ବିରୋଧୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ:୨୩ରୁ ବଢ଼ିବ ବର୍ଷା, ୨୪ରେ ଲଘୁଚାପ, ଆଜିଠୁ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||
  • ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ବଳଙ୍ଗା ନାବାଳିକା ପୀଡ଼ିତାଙ୍କୁ ଜାଳିଦେବା ଘଟଣା: ବୟାନରେ ତାଳମେଳ ରହୁନି, ସିସିଟିଭିରୁ ତଥ୍ୟ ମିଳୁନି

Published By : Prameya | July 21, 2025 9:47 AM

ଭୁବନେଶ୍ୱର/ବଳଙ୍ଗା,୨୧/୦୭: ପୁରୀ ଜିଲ୍ଲା ବଳଙ୍ଗାରେ ନାବାଳିକାକୁ ଜାଳିଦେବା  ଘଟଣାକୁ ୨ ଦିନ ବିତିଲାଣି । ଏଯାବତ୍‌ କାଣ୍ଡ ଭିଆଇଥିବା ୩ ଦୁର୍ବୃତ୍ତଙ୍କ ପତ୍ତା ମିଳୁନି । ସେମାନେ ସ୍ପଷ୍ଟ ଦିବାଲୋକରେ କେମିତି ଏତେ ବଡ଼ କାଣ୍ଡ  ଭିଆଇଲେ? ଏ କଥାକୁ ପୁଲିସ ହଜମ କରିପାରୁନି । ଅନ୍ୟପଟେ ପୀଡ଼ିତାଙ୍କ ପରିବାର ଲୋକ ଓ ଅଟକ ୨ ସାଙ୍ଗଙ୍କ ବୟାନରେ ତାଳମେଳ ରହୁନି । 

ଏହି ଜଘନ୍ୟ କାଣ୍ଡଟି ଦିନକୁ ଦିନ ଅଡୁଆ ସୂତାରେ ଛନ୍ଦି ହୋଇଚାଲିଛି । ଏପରିସ୍ଥଳରେ କଲ୍‌ ଡିଟେଲ୍ସ ରେକର୍ଡ (ସିଡିଆର୍‌) ଯାଞ୍ଚ ହିଁ ପୁଲିସର ଶେଷ ଭରସା ସାଜିଛି । ପୀଡ଼ିତାଙ୍କ ପରିବାର ଲୋକ, ସମ୍ପର୍କୀୟ ଓ ଅନ୍ୟ ସମ୍ପ୍ରଦାୟର ଜଣେ ସାଙ୍ଗଙ୍କ ସମେତ ୮ଜଣଙ୍କ ମୋବାଇଲ୍‌ ନଂ ସିଡିଆର ରିପୋର୍ଟ ମଗାଯାଇଛି । ସେମାନଙ୍କ ଫୋନରେ ବାର୍ତ୍ତାଳାପର ୩ ମାସର ଇତିହାସ ଉଣ୍ଡାଳୁଛି ପୁଲିସ । 

ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା ମୁତାବକ, ବଳଙ୍ଗା-ହରିପୁର ରାସ୍ତାରେ ଘଟଣାସ୍ଥଳଠୁ ଆଖପାଖରେ ମାତ୍ର ୨ଜଣଙ୍କ ଘର ସାମ୍ନାରେ ସିସି କ୍ୟାମେରା ଖଞ୍ଜାଯାଇଛି । ଘଟଣାସ୍ଥଳଠୁ ୫୦୦ ମିଟର ଦୂରରେ ଥିବା ସିସି କ୍ୟାମେରାଟି ଅଚଳ ଅଛି । ୨-୩ କିମି ଦୂରରେ ଥିବା ସିସି କ୍ୟାମେରାଟି ସକ୍ରିୟ ଥିଲେ ହେଁ, କୌଣସି ସନ୍ଦିଗ୍ଧ ବାଇକ୍‌ ଆରୋହୀଙ୍କ ଗତିବିଧି ରେକର୍ଡ ହୋଇନାହିଁ । ସେପଟେ ପୀଡ଼ିତାଙ୍କ ପରିବାର ଲୋକ ଓ ପୀଡ଼ିତାର ସାଙ୍ଗଙ୍କୁ ଘନଘନ ପଚରାଉଚରା କରାଯାଉଛି । ସେମାନଙ୍କ ବୟାନରେ  ତାଳମେଳ ରହୁନାହିଁ । ରବିବାର ପୀଡ଼ିତାର ପିଉସୀଙ୍କୁ  ଅଜ୍ଞାତସ୍ଥାନକୁ ନେଇ ପୁଲିସ ପଚରାଉଚରା କରୁଛି । ପାର୍ସଲ୍‌ ଆସିଥିବା କହି ପୀଡ଼ିତାଜଣକ ତାଙ୍କ  ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ ବୋଲି ପରିବାର  ଲୋକେ କହିଛନ୍ତି । ତେବେ କୌଣସି ଅନ୍‌ଲାଇନ୍‌  ସପିଂ ସଂସ୍ଥା ସକାଳ ୭ରୁ ୮ଟା ବେଳେ ପାର୍ସଲ  ଦେଉନଥିବାରୁ ଏହି ତଥ୍ୟକୁ ସନ୍ଦେହ ନଜରରେ  ଦେଖୁଛି ପୁଲିସ ।  

ରବିବାର ଡିଜିପି ୱାଇ.ବି ଖୁରାନିଆ  ଅଘଟଣସ୍ଥଳକୁ ଯାଇଥିଲେ । କେନ୍ଦ୍ରାଞ୍ଚଳ ଆଇଜି ଏସ୍‌  ପ୍ରବୀଣ କୁମାର ଓ ପୁରୀ ଏସ୍‌ପି ପିନାକ ମିଶ୍ର ଉପସ୍ଥିତ  ଥିଲେ । ଉଭୟେ ପୀଡି଼ତାଙ୍କୁ ଉଦ୍ଧାର କରିଥିବା  ତେରହଳ ଗ୍ରାମର ଦୁଃଖୀଶ୍ୟାମ ସେନାପତିଙ୍କ ଘରକୁ  ଯାଇଥିଲେ । ବରିଷ୍ଠ ଅଧିକାରୀମାନେ ନାବାଳିକାର  ଗାଁକୁ ଯାଇ ପଡ଼ୋଶୀମାନଙ୍କୁ ପଚରାଉଚରା  କରିଥିଲେ । ରବିବାର ମଧ୍ୟାହ୍ନରେ ରାଜ୍ୟ ଅପରାଧ  ବିଧି ବିଜ୍ଞାନଗାର (ଏସ୍‌ଏଫ୍‌ଏସ୍‌ଏଲ)ର ଫରେନ୍ସିକ୍‌  ଟିମ୍‌ ଘଟଣାସ୍ଥଳରୁ ପୀଡ଼ିତା ପିନ୍ଧିଥିବା ପୋଷାକର  କିଛି ଦରପୋଡ଼ା ଅଂଶ ଓ ଅନ୍ୟାନ୍ୟ ପ୍ରମାଣପତ୍ର  ସଂଗ୍ରହ କରିଛି । ରାସ୍ତାରୁ ପୋଡ଼ା ସାମଗ୍ରୀ,  କିଛି ନମୁନା ସଂଗ୍ରହ କରିଥିଲେ । ଯେଉଁଠାରେ  ପୀଡ଼ିତା ବସିଥିଲେ, ପାଣି ପିଇଥିଲେ ଓ ପୋଷାକ  ବଦଳାଇ ଥିଲେ, ସେସବୁ ସ୍ଥାନକୁ ପୁଣି ଥରେ  ଯାଞ୍ଚ କରିଥିଲେ ।  

ରବିବାର ବିଜେଡି ନେତା ବଳଙ୍ଗା ଥାନା ଘେରିବାକୁ  ଉଦ୍ୟମ କରିଥିଲେ । ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ,  ବିଜେଡି ପୁରୀ ଜିଲ୍ଲା ସଭାପତି ଉମାକାନ୍ତ ସାମନ୍ତରାୟ,  ପୂର୍ବତନ ବିଧାୟକ ରୁଦ୍ର ମହାରଥୀ ପ୍ରମୁଖ ଥାନା  ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ ।  ଫଳରେ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.