ନୂଆଦିଲ୍ଲୀ,୦୯/୧୨: ଜର୍ଜ ସୋରସଙ୍କ ସହ କଂଗ୍ରେସ ଓ ସୋନିଆ ଗାନ୍ଧୀଙ୍କର ଘନିଷ୍ଠ ସମ୍ପର୍କ ଅଛି । କିଛି ଏମିତି ଅଭିଯୋଗ କରିଛି ବିଜେପି । ଭାରତ ବିରୋଧରେ ଲଗାତାର ଷଡଯନ୍ତ୍ର କରୁଥିବା ବିଶ୍ବର ଅନ୍ୟତମ ବିଲିୟନେୟାର ତଥା 'ଓପନ ସୋସାଇଟି' ଅଧ୍ୟକ୍ଷ ଜର୍ଜ ସୋରସଙ୍କ ସହ କଂଗ୍ରେସ ପାର୍ଟିର ଘନିଷ୍ଠ ସମ୍ପର୍କ ରହିଛି ବୋଲି ବିଜେପି ଦାବି କରିଛି ।
ସୋରସଙ୍କ ପାଣ୍ଠିରେ ଚାଲିଥିବା ଏନଜିଓ ଏଫଡିଏଲ-ଏପି ଫାଉଣ୍ଡେସନର ସହ ଅଧ୍ୟକ୍ଷ ଭାବେ ସୋନିଆ ଗାନ୍ଧୀ ରହିଛନ୍ତି । ଏହି ସଂସ୍ଥା ଭାରତ ବିରୋଧୀ ଆଭିମୁଖ୍ୟ ଦ୍ବାରା ପରିଚାଳିତ ବୋଲି କହିଛି ବିଜେପି । ଗୋଟିଏ ପଟେ ସୋରସଙ୍କ ସହାୟତାରେ ଚାଲିଥିବା ସଂଗଠନରେ ସୋନିଆ କାର୍ଯ୍ୟକର୍ତ୍ତା ଥିବାବେଳେ ତାଙ୍କ ପୁଅ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସୋରସଙ୍କ ଭାରତ ବିରୋଧୀ ଚିନ୍ତାଧାର ସହ ତାଳ ମିଳାଇ କାମ କରୁଥିବା ବିଜେପି ଅଭିଯୋଗ କରିଛି ।
This thread underlines a connection between the Congress party and George Soros, implying their shared goal of diminishing India's growth.
Sonia Gandhi, as the Co-President of the FDL-AP Foundation, is linked to an organisation financed by the George Soros Foundation.
Notably,… pic.twitter.com/q9mrJ1lY3h
— BJP (@BJP4India) December 8, 2024 data-f-id="pbf" style="text-align: center; font-size: 14px; margin-top: 30px; opacity: 0.65; font-family: sans-serif;">Powered by Froala Editor
ବିଜେପି ତାର ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ କରି ଏହି କଥା ଦାବି କରିବା ସହିତ ଜର୍ଜ ସୋରସ ଫାଉଣ୍ଡେସନର ସହଯୋଗୀ ସଂଗଠନ ଡେମୋକ୍ରାଟିକ ଲିଡର୍ସ ଇନ ଏସିଆ ପାସିଫିକ (ଏଫଡିଏଲ-ଏପି)ର ସହ ଅଧ୍ୟକ୍ଷ ଭାବେ ସୋନିଆ ଗାନ୍ଧୀଙ୍କ ଦାୟିତ୍ବ ସମ୍ପର୍କରେ କେତେକ ପ୍ରମାଣ ପୋଷ୍ଟରେ ଉଲ୍ଲେଖ୍ୟ କରିଛି । ରାଜୀବ ଗାନ୍ଧୀ ଫାଉଣ୍ଡେସନର ଅଧ୍ୟକ୍ଷା ଭାବେ ସୋନିଆ ସୋରସ ଫାଉଣ୍ଡେସନ ସହ ସମ୍ପର୍କ ରଖି ଆର୍ଥିକ ସହାୟତା ପାଉଛନ୍ତି । ଏହି ସଂଗଠନ କାଶ୍ମୀରକୁ ଭାରତକୁ ଅଲଗା କରିବା ଯୋଜନାକୁ ସମର୍ଥନ କରୁଛି ବୋଲି ଅଭିଯୋଗ କରିଛି ବିଜେପି ।