ପ୍ରମୂଖ ଖବର
  • ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରଥଯାତ୍ରା ନୀତି ନିର୍ଘଣ୍ଟ ଉପରେ ବାଜିଲା ମୋହର
  • ||
  • ବାଂଲାଦେଶକକୁ ୮ରନ୍‌ରେ ପରାସ୍ତ କଲା ଆଫଗାନିସ୍ତାନ, ସେମିରେ ଦକ୍ଷିଣ ଆଫ୍ରିକାକୁ ଭେଟିବ
  • ||
  • ଶୌଚ ପାଇଁ ଯାଇଥିବା ବେଳେ ମହିଳାଙ୍କୁ ଦଂଶନ କଲା ସାପ, ଚାଲିଗଲା ଜୀବନ
  • ||
  • ମାଲକାନଗିରି ସୀମାନ୍ତରେ ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ହାର୍ଡକୋର ମାଓବାଦୀ ନିହତ
  • ||
  • ଲୋକସଭା ବାଚସ୍ପତି ନିର୍ବାଚନ: ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ NDA, ମଧ୍ୟାହ୍ନ ୧୨ଟାରେ ସୁଦ୍ଧା ନାମାଙ୍କନ
  • ||
  • ଲୋକସଭା ବାଚସ୍ପତି ନିର୍ବାଚନ,ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ NDA, ୧୨ଟାରେ ନାମାଙ୍କନ
  • ||
  • ରାଜ୍ୟରେ ଜୁଲାଇ ୧୫ ଯାଏ ନିଅଣ୍ଟିଆ ବର୍ଷା: ଦୁର୍ବଳ ହେବ ଘୂର୍ଣ୍ଣିବଳୟ, ସକ୍ରିୟ ହେଉନି ମୌସୁମୀ
  • ||

ରିଷିକେଶ AIIMS ରେ ମା’ଙ୍କୁ ଭେଟିଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର ଦିନ ଉତ୍ତରାଖଣ୍ଡରେ ରିଷିକେଶ AIIMS ରେ ପହଞ୍ଚିଛନ୍ତି । ଏଠାରେ ସେ ତାଙ୍କ ମାଙ୍କ ସ୍ବାସ୍ଥ୍ୟବସ୍ଥା ଜାଣିବା ପାଇଁ ପ୍ରଥମେ ତାଙ୍କ ମାଙ୍କୁ ଭେଟିଥିଲେ ଏବଂ ଡାକ୍ତରଙ୍କ ଠାରୁ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ସୂଚନା ନେଇଛନ୍ତି । ଏହା ପରେ ସେ ରୁଦ୍ରପ୍ରୟାଗ ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କୁ ମଧ୍ୟ ଭେଟି ସେମାନଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରିଛନ୍ତି ।

ସୂଚନାଥାଉକି,ଯେ ଯୋଗୀ ଆଦିତ୍ୟନାଥଙ୍କ ମା ୧୫ ମଇରୁ AIIMS ରେ ଆଡମିଶନ ହୋଇଥିଲେ, ତାଙ୍କ ବଡ ଭଉଣୀ ସହିତ AIIMS ରେ ମଧ୍ୟ ଉପସ୍ଥିତ ଥିଲେ । AIIMS ର ଏକ ଟିମ୍ କ୍ରମାଗତ ଭାବରେ ସାବିତ୍ରୀ ଦେବୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି |

ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ମଧ୍ୟ ଗତକାଲି AIIMS ଡାକ୍ତରଙ୍କୁ ଭେଟି ସିଏମ ଯୋଗୀ ଆଦିତ୍ୟନାଥଙ୍କ ମାତା ସାବିତ୍ରୀ ଦେବୀଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଥିଲେ। ସୂଚନାଥାଉକି,ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପୈତୃକ ଗ୍ରାମ ରିଷିକେଶ AIIMS ଠାରୁ ୫୦ କିଲୋମିଟର ଦୂରରେ । ଯୋଗୀ ଆଦିତ୍ୟନାଥଙ୍କ ମାତା ସାବିତ୍ରୀ ଦେବୀ ଦୀର୍ଘ ଦିନ ଧରି AIIMS ରେ ଚିକିତ୍ସିତ ହେଉଛନ୍ତି।

ସେପଟେ ଶନିବାର ଦିନ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଉତ୍ତରପ୍ରଦେଶର ରୁଦ୍ରପ୍ରୟାଗରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଏପର୍ଯ୍ୟନ୍ତ ଏହି ଦୁର୍ଘଟଣାରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ ସିଏମ ଯୋଗୀ ଆଦିତ୍ୟନାଥ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.