ପ୍ରମୂଖ ଖବର
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ମୋବାଇଲ ଓ ଲାପଟପ୍‌ ବ୍ୟବହାର କରୁଥିବା ପିଲା ଅଧିକ ଅବସାଦଗ୍ରସ୍ତ, ଜାଣନ୍ତୁ କ’ଣ କୁହନ୍ତି ବିଶେଷଜ୍ଞ

Published By : Krishna Priya | February 7, 2025 11:23 AM

ଭୁବନେଶ୍ୱର ୦୭/୦୨:  ଆଜିକାଲିର ପିଲାମାନେ ମୋବାଇଲ୍‌ ଓ ଭିଡିଓ ଗେମ ଖେଳିବାକୁ ଅଧିକ ପସନ୍ଦ କରୁଛନ୍ତି । ବିଶେଷଜ୍ଞଙ୍କ ମତରେ ଯେଉଁ ପିଲାମାନେ ବାହାରର ଖେଳକୁଦ ଅପେକ୍ଷା ଅଧିକ ମୋବାଇଲ୍‌ ଓ ଲାପଟପ୍‌ ବ୍ୟବହାର କରୁଛନ୍ତି, ସେମାନଙ୍କଠାରେ ଅବସାଦର ଆଶଙ୍କା ଅଧିକ । ଏବେକାର ଡିଜିଟାଲ୍‌ ଦୁନିଆ ପିଲାଙ୍କ ଜୀବନଶୈଳୀକୁ ବଦଳାଇ ଦେଇଛି । ପୂର୍ବରୁ ପିଲାମାନେ ଖେଳକୁଦକୁ ପସନ୍ଦ କରୁଥିବା ବେଳେ ଏବେକାର ପିଲାମାନେ ସ୍ମାର୍ଟ ଫୋନ୍‌, ଭିଡିଓ ଗେମ୍‌ ଓ ଅନ୍ୟାନ୍ୟ ଡିଜିଟାଲ୍‌ ଡିଭାଇସ୍‌ ଆଡକୁ ବେଶୀ ଢଳୁଛନ୍ତି । ଏହି ପରିବର୍ତ୍ତନ ପିଲାମାନଙ୍କ ଶାରୀରିକ ଗତିବିଧିକୁ କମ୍‌ କରିବା ସହ ମାନସିକ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇଚାଲିଛି । ବିଶେଷଜ୍ଞଙ୍କ ମତରେ ଘରେ ବାହାରେ ଖେଳିବା କମିବା ଦ୍ୱାରା ପିଲାଙ୍କ ଅବସାଦ ଓ ମାନସିକ ସମସ୍ୟାର ସବୁଠାରୁ ବଡ଼ କାରଣ । ତେଣୁ ପିଲାଙ୍କ ଭିତରେ ବାହାରେ ଖେଳିବାକୁ ଆଗ୍ରହ ବଢାଇବା ଉଚିତ୍‌ ବୋଲି କହନ୍ତି ବିଶେଷଜ୍ଞ । 

ପଡିଆରେ ଖେଳ କମିବାର କାରଣ 

ଡିଜିଟାଲ୍‌ ଉପକରଣର ଉପଯୋଗ ବଢିବା: ସ୍ମାର୍ଟ ଫୋନ୍‌, ଟାବଲେଟ୍‌ ଓ ଭିଡିଓଗେମ୍ସ ଆଦିକୁ ପିଲାମାନେ ଦିନ ସାରା ଘେରି ରହୁଛନ୍ତି । ତେଣୁ ସେମାନେ ଘର ଭିତରେ ସମୟ ବିତାଇବାକୁ ବେଶୀ ପସନ୍ଦ କରୁଛନ୍ତି । 

ପଢାର ଚାପ ବଢୁଛି: ଆଜିକାଲିର ପିଲାଙ୍କ ଉପରେ ପଢା ଓ ପରୀକ୍ଷା ସାଙ୍ଗକୁ ଅଧିକ ମାର୍କ ରଖିବାର ଚାପ ବଢିଚାଲିଛି । ତେଣୁ ସେମାନଙ୍କ ପାଖରେ ଖେଳିବାକୁ ସମୟ ନାହିଁ । ଫଳରେ ସେମାନେ ବାଧ୍ୟ ହୋଇ ଖେଳ ପରିବର୍ତ୍ତେ ଅଧିକ ସମୟ ପଢାରେ ଦେବାକୁ ଚାହୁଁଛନ୍ତି । ଙ୍କ ପିଲାଙ୍କ ସୁରକ୍ଷା ଚିନ୍ତା: ବିଶେଷକରି ସହରାଞ୍ଚଳ ପିଲାଙ୍କୁ ବାପାମା’ ବାହାରକୁ ପଠାଇବାକୁ ଭୟ କରିଥାନ୍ତି । ପିଲାଙ୍କ ସହ ଘଟୁଥିବା ଅଘଟଣକୁ ଦେଖି ଅଭିଭାବକ ପିଲାକୁ ବାହାରକୁ ଯିବାକୁ ଦେଇ ନଥାନ୍ତି । ତେଣୁ ପିଲା ବାଧ୍ୟ ହୋଇ ଘର ଭିତରେ ହିଁ ଖେଳିଥାଏ । 

ଖେଳ ପଡିଆର ଅଭାବ: ବଡ଼ ବଡ଼ ସହରରେ ଖେଳ ପଡିଆର ଅଭାବ କ୍ରମଶଃ ବଢିବାରେ ଲାଗିଛି । କାରଣ ସହରମାନଙ୍କରେ ଖୋଲା ଜାଗା ହିଁ ରହୁନାହିଁ । ତେଣୁ ପିଲାମାନେ ନିଜ ଘର ଭିତରେ ମନୋରଞ୍ଜନର ସାଧନ ଖୋଜିବାରେ ବ୍ୟସ୍ତ । ତେଣୁ ସେମାନେ ଟିଭି, ମୋବାଇଲ୍‌ ଓ ଭିଡିଓ ଗେମ୍‌ରେ ନିଜକୁ ହଜାଇ ଚାଲିଛନ୍ତି । ପ୍ରଭାବ ଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ: ବାହାରେ ସାଙ୍ଗସାଥୀଙ୍କ ସହ ନ ଖେଳିବା ଦ୍ୱାରା ପିଲାମାନେ ଏକଲାପଣର ଶିକାର ହୋଇପାରନ୍ତି, ଯାହା ଅବସାଦର ଆଶଙ୍କାକୁ ବଢାଇଥାଏ । ବାହାରେ ନ ଖେଳିବା ଦ୍ୱାରା ପିଲା ଭିତରେ ଚିନ୍ତା ଓ ଅସ୍ଥିରତା ବଢିଥାଏ । ଏହାଦ୍ୱାରା ପିଲା ଭିତରେ ଏକାଗ୍ରତା କମିବାର ଆଶଙ୍କା ରହିଥାଏ । 

ଶାରୀରିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ: ବାହାରେ ଖେଳକୁଦ ନ କରିବା ଦ୍ୱାରା ପିଲା ମୋଟାପଣର ଶିକାର ହୋଇଥାଏ । ଘରେବାହାରେ ଖେଳିବା ଦ୍ୱାରା ହିଁ ପିଲାର ଇମ୍ୟୁନିଟି ମଜଭୁତ ହୋଇଥାଏ । କିନ୍ତୁ ଏପରି ନ ହେବା ଫଳରେ ପିଲାର ସ୍ୱାସ୍ଥ୍ୟବସ୍ଥା ଅସନ୍ତୁଳିତ ହୋଇପଡେ । 

ସାମଜିକ ସମ୍ପର୍କ ପ୍ରଭାବିତ: ପିଲାଟିଏ ସବୁବେଳେ ଘର ଭିତରେ ରହିବା ଦ୍ୱାରା ସେ ଅବସାଦଗ୍ରସ୍ତ ହୋଇପଡେ । ସେହିପରି ବାହାର ଲୋକଙ୍କ ସହ ସମ୍ପର୍କ ଯୋଡ଼ିବା ତା’ ପାଇଁ ଆଦୌ ସହଜ ହୋଇ ନଥାଏ । ଫଳରେ ଅବସାଦ ଯୋଗୁ ପିଲା ଭିତରେ ଆତ୍ମବିଶ୍ୱାସର ଅଭାବ ଦେଖିବାକୁ ମିଳିଥାଏ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.