ପ୍ରମୂଖ ଖବର
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

କୁନୋ ନ୍ୟାସନାଲ୍‌ ପାର୍କ ବାହାରେ ବୁଲିଲେ ୫ ଚିତା, ଗାଁରେ ବାଛୁରୀ ଶୀକାର କରିବାକୁ କଲେ ଉଦ୍ୟମ

Published By : Prameya | March 25, 2025 8:38 AM

ଭୋପାଳ, ୨୫/୦୩: ମଧ୍ୟପ୍ରଦେଶର ଶ୍ୟୋପୁର ଜିଲ୍ଲା କୁନୋ ନ୍ୟାସନାଲ୍‌ ପାର୍କରୁ ୫ଟି  ଚିତା ବାହାରି ଯାଇ ନିକଟସ୍ଥ ଗାଁରେ ବୁଲିବା  ଘଟଣା ଆଲୋଡ଼ନ ସୃଷ୍ଟି କରିଛି । ଗୋଟିଏ ପଟେ ଚିତାମାନଙ୍କୁ ଦେଖିବା ପାଇଁ ଗାଁ ଲୋକଙ୍କ  ଭିତରେ ଉତ୍ସୁକତା ପ୍ରକାଶ ପାଇଥିଲା ବେଳେ  ଆଉ କିଛି ଗାଁ ଲୋକେ ଭୟଭୀତ ହୋଇପଡ଼ିଛନ୍ତି ।  ଚିତା ଏକ ବାଛୁରୀ ଉପରେ ଲମ୍ପ ମାରିବାରୁ  ଗାଁ ଲୋକେ ଲାଠିଧରି ଗୋଡ଼ାଇଥିଲେ । 

ମାସକ ପୂର୍ବରୁ ମାଈ ଚିତା ଜ୍ୱାଳା ଓ  ତାର ୪ ଶାବକଙ୍କୁ ଖୋଲା ଜଙ୍ଗଲରେ ଛଡ଼ା ଯାଇଥିଲା । ଶନିବାର ସନ୍ଧ୍ୟାରେ ସେମାନେ ପ୍ରଥମ  ଥର ପାଇଁ ପାର୍କ ସୀମାରୁ ବାହାରି ନିକଟସ୍ଥ ଗାଁକୁ ପଳାଇଥିଲେ । କିନ୍ତୁ ରବିବାର ଦ୍ୱିପ୍ରହର ପରେ ପୁଣି କୁନୋ ପାର୍କର ଜଙ୍ଗଲ ଆଡ଼କୁ ଫେରିଥିଲେ। ରାତିରେ ପୁଣି ସେମାନେ ବାହାରକୁ  ପଳାଇଥିଲେ । ସ୍ଥାନୀୟ ଅଧିବାସୀ ଚିତାମାନଙ୍କୁ  ବୀରପୁର ତହସିଲର ଶ୍ୟାମପୁର ଗାଁ ନିକଟରେ ଦେଖିଥିଲେ । ସେତେବେଳେ ସେମାନେ ନିର୍ମାଣାଧୀନ ଶ୍ୟୋପୁର-ଗ୍ୱାଲିୟର ବ୍ରଡଗେଜ୍‌  ରେଳ ଟ୍ରାକ୍‌ଠାରୁ ପ୍ରାୟ ୧ କିମି ଦୂରରେ ଥିଲେ ।  

ସୋମବାର ସକାଳୁ ୫ଟି ଯାକ ଚିତା  କୁନୋ ସାଇଫନ୍‌ ଅତିକ୍ରମ କରି କୁନୋ ନଦୀରେ ପହଞ୍ଚିଥିଲେ । ସେମାନେ ନିର୍ମାଣାଧୀନ  ରେଳପୋଲ ତଳେ ଅନେକ ସମୟ ଧରି  ବସିଥିଲେ । ଏହି ସମୟରେ ଚିତାଙ୍କୁ ଦେଖିବାକୁ ସେଠାରେ ଭିଡ଼ ଜମିଥିଲା । ପରବର୍ତ୍ତୀ ସମୟରେ  ରାସ୍ତା ପାର ହେଉଥିବା ବେଳେ ଜ୍ୱାଳା ସେହି ବାଟ ଦେଇ ଯାଉଥିବା ଏକ ବାଛୁରୀ ଉପରକୁ ଲମ୍ପ ଦେଇଥିଲା । ଏହାଦେଖି ଚିତାଙ୍କୁ ଘଉଡ଼ାଇବା  ଲାଗି ଗ୍ରାମବାସୀ ଲାଠି ଧରି ଗୋଡ଼ାଇଥିଲେ । ପରେ ପଥରମାଡ଼ କରିଥିଲେ । ଜ୍ୱାଳା ଅନେକ ସମୟ ଧରି ବାଛୁରୀର ତଣ୍ଟିକୁ ଧରିଥିଲା । ପଥରମାଡ଼ ପରେ ସେ ବାଛୁରୀକୁ ଛାଡି ଶାବକମାନଙ୍କୁ ଧରି ଚମ୍ପଟ ମାରିଥିଲା । ଘଟଣା ପରେ ସକାଳ ପ୍ରାୟ ୧୦ଟାରେ ଚିତାଦଳ  କୁନୋ ପୋଲ ଅଞ୍ଚଳ ପାର କରି ବୀରପୁରର ତିଲଲିଡେରରାରେ ପହଞ୍ଚିଥିବା ସୂଚନା ମିଳିଛି ।  

ବିଶେଷଜ୍ଞମାନଙ୍କ ଅନୁସାରେ, ଚିତାଗୁଡ଼ିକ ଖାଦ୍ୟ ଅନ୍ୱେଷଣ କିମ୍ବା ନୂଆ ଅଞ୍ଚଳ ସନ୍ଧାନରେ ବାହାରକୁ ଆସିଥାଇପାରନ୍ତି । ଖବର ପାଇ ବନ ବିଭାଗର ଅଧିକାରୀମାନେ ତୁରନ୍ତ ପହଞ୍ଚିଥିଲେ ।  ସେମାନେ ଗ୍ରାମବାସୀଙ୍କୁ ଚିତାଙ୍କଠାରୁ ଦୂରରେ  ରହିବାକୁ ପରାମର୍ଶ ଦେଇଥିଲେ । ବନ ବିଭାଗର ଅଧିକାରୀଙ୍କ କହିବାନୁଯାୟୀ, ଚିତାମାନେ ଲୋକମାନକୁ ଆକ୍ରମଣ କରୁନାହାନ୍ତି । ତେଣୁ ଲୋକମାନେ ସେମାନଙ୍କର କୌଣସି କ୍ଷତି  ନ କରି ସେମାନଙ୍କ ଠାରୁ ଦୂରେଇ ରହିବା ଉଚିତ । ଜ୍ୱାଳା ଓ ତାର ଶାବକମାନଙ୍କୁ ମାସକ ତଳେ ଖଜୁରି କ୍ଷେତ୍ରରେ ଜଙ୍ଗଲରେ ଛଡ଼ା ଯାଇଥିଲା । ମାସେ ଧରି ସେମାନେ ବାହାରକୁ  ବାହାରିନଥିଲେ । ପରେ ବାହାରିବାରୁ ସେହି  ଅଞ୍ଚଳର ଚିତା ମିତ୍ର ଓ ତାଙ୍କର ଟିମ୍‌ ଆଖପାଖର ଲୋକଙ୍କୁ ସଚେତନ କରିଥିଲେ । ଚିତା ଲୋକଙ୍କ ଉପରେ ଆକ୍ରମଣ କରେନାହିଁ ବୋଲି ବୁଝାଇଥିଲେ । ଚିତାଙ୍କୁ ନ ଘଉଡ଼ାଇବା ଓ ସେମାନଙ୍କର ସୁରକ୍ଷାର ଧ୍ୟାନ ରଖିବାକୁ  ମଧ୍ୟ କହିଥିଲେ । 

ସୂଚନାଥାଉକି, କୁନୋ  ନ୍ୟାସନାଲ ପାର୍କରେ ବର୍ତ୍ତମାନ ମୋଟ ୨୬ଟି  ଚିତା ଅଛନ୍ତି । ସେଥିମଧ୍ୟରୁ ୧୭ଟି ଚିତା  ଜଙ୍ଗଲରେ ମୁକ୍ତ ଭାବେ ବୁଲୁଛନ୍ତି । ସେମାନଙ୍କ  ମଧ୍ୟରେ ୧୧ ଶାବକ ସାମିଲ । ସେହିପରି  ୯ଟି ଚିତାଙ୍କୁ ଏନ୍‌କ୍ଲୋଜରରେ ରଖାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.