ପ୍ରମୂଖ ଖବର
  • ଭୁବନେଶ୍ୱର : ସହି ପାରିଲେନି ଘର ମାଲିକଙ୍କ ନିର୍ଯାତନା, ଟ୍ରେନ୍‌ ଆଗକୁ ଡେଇଁ ଜୀବନ ହାରିଲେ ଯୁବକ
  • ||
  • ମୟୂରଭଞ୍ଜ : ସୋନ ଡ୍ୟାମ୍‌ରୁ ମହିଳାଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ପୁରୀରେ କାଳବୈଶାଖୀ ପ୍ରଭାବ: ଭୁଶୁଡ଼ି ପଡ଼ିଲା କମାରଶାଳ
  • ||
  • ପ୍ରକାଶ ପାଇଲା ICSE ଦଶମ ଏବଂ ISC ଦ୍ୱାଦଶ ପରୀକ୍ଷା ଫଳାଫଳ, ଜାଣନ୍ତୁ କେମିତି ଚେକ୍‌ କରିବେ ରେଜଲ୍ଟ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||
  • ଅକ୍ଷୟ ତୃତୀୟରେ ଚାଷୀଙ୍କୁ ମିଳିଲା ସିଏମ୍‌ କିଷାନ ଟଙ୍କା, ୧୦୨୫ କୋଟି ଟଙ୍କା ବାଣ୍ଟିଲେ ସରକାର
  • ||
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ଗ୍ରୀଷ୍ମ ଛୁଟିରେ ଏବେ ନୋ ଟେନସନ୍, ହ୍ଵାଟସ୍‌ଆପ୍‌ରେ ପିଲାଙ୍କୁ ପାଠ ପଢାଇବ ଚାଟ୍‌ବଟ୍

Published By : Prameya | April 30, 2025 8:34 AM

ଭୁବନେଶ୍ୱର, ୩୦/୦୪ : ଗ୍ରୀଷ୍ମ ଛୁଟିରେ ପିଲାଙ୍କ ପାଠପଢ଼ାରେ କୌଣସି ବାଧା ହେବନି । ଛୁଟିରେ ପିଲାମାନେ ଘରେ ପାଠପଢ଼ିବେ । ସ୍କୁଲରେ ଦିଆଯାଇଥିବା ହୋମ୍‌ୱାର୍କକୁ ସୁଚାରୁ ରୂପେ କରିବେ । ଏଥିପାଇଁ ପ୍ରତି ଶ୍ରେଣୀର ପିଲାଙ୍କୁ ନେଇ ପୃଥକ ହ୍ୱାଟସ୍‌ଆପ୍‌ ଗ୍ରୁପ କରାଯାଇଛି । ଏହାକୁ ଅଧିକ ତ୍ୱରାନ୍ୱିତ କରିବ ଚାଟ୍‌ବଟ୍‌ । ପିଲାଙ୍କୁ ହ୍ୱାଟସ୍‌ଆପ୍‌ ମାଧ୍ୟମରେ ଅଡିଓ/ ଭିଜୁଆଲ୍‌ କଣ୍ଟେଣ୍ଟ ପ୍ରଦାନ ପ୍ରଦାନ କରିବ । କହିବାକୁ ଗଲେ ଖରା ଛୁଟିରେ ପିଲାଙ୍କୁ ପାଠ ଦେବ ଚାଟ୍‌ବଟ୍‌ । ଏହି ହ୍ୱାଟସ୍‌ଆପ୍‌ ଗ୍ରୁପରେ ଚାଟ୍‌ବଟ୍‌ ନମ୍ବରକୁ ସଂଯୁକ୍ତ କରି ଆଡମିନ୍‌ କରାଯିବ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ଏପରି ପଦକ୍ଷେପ ନିଆଯାଇଛି । 

ଏନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରାଯାଇଛି । ୩୦ ତାରିଖ ସୁଦ୍ଧା ଏକାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରାଜ୍ୟ ସରକାର ରଖି ଗତ ୨୩ ତାରିଖରୁ ସ୍କୁଲ ଛୁଟି ଘୋଷଣା କରିଛନ୍ତି । ଏକାଡେମିକ୍‌ କ୍ୟାଲେଣ୍ଡର ଅନୁଯାୟୀ ମେ ୬ରୁ ସ୍କୁଲ ଛୁଟି ହେବା କଥା । କିନ୍ତୁ ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ଆଗୁଆ ଛୁଟି ଘୋଷଣା କରିଛନ୍ତି । ଏହି ଗ୍ରୀଷ୍ମ ଛୁଟି ସମୟରେ ଯେପରି ପିଲାଙ୍କର ପାଠପଢ଼ାରେ କୌଣସି କ୍ଷତି ନହୁଏ ସେଥିଲାଗି ପ୍ରସ୍ତୁତି କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଗତ ସପ୍ତାହରେ ହୋଇଥିବା ଅଭିଭାବକ-ଶିକ୍ଷକ ବୈଠକରେ ଗ୍ରୀଷ୍ମକାଳୀନ ଛୁଟିରେ ପିଲାଙ୍କ ପାଠପଢ଼ା ନେଇ ଆଲୋଚନା ହୋଇଥିଲା । 

ଛୁଟି ସମୟରେ ପିଲାଙ୍କ ସନ୍ଦେହ ମୋଚନ ସହ ପାଠପଢ଼ାର ବିଷୟକୁ ହ୍ୱାଟସ୍‌ଆପ୍‌ ଗ୍ରୁପରେ ପଠାଇବ ଏହି ଚାଟ୍‌ବଟ୍‌ । ଅନ୍‌ଲାଇନ ପାଠପଢ଼ା ଯେପରି ବ୍ୟାଘାତ ନହୁଏ ସେଥିପ୍ରତି ଧ୍ୟାନ ଦେବ । ପ୍ରତିଦିନ ପାଠ ଉପଯୋଗୀ ଭିଡିଓ ସହ ଅଡିଓ ପଠାଇବ । ଯେଉଁଥିରେ ରେକର୍ଡିଂ ହୋଇଥିବା ଶିକ୍ଷକଙ୍କ ଶିକ୍ଷାଦାନ ଥିବ । ଖରା ଛୁଟିରେ ପିଲାମାନେ ଛୁଟିକୁ ଉପଯୋଗ କରିବା ସହ ଯେପରି ପାଠପଢ଼ା ମଧ୍ୟ ଜାରି ରଖିବେ । ଏଥିଲାଗି ଏହି ଚାଟ୍‌ବଟ୍‌ ହ୍ୱାଟସ୍‌ଆପ ଗ୍ରୁପରେ ପିଲାଙ୍କୁ ଦ୍ୱନ୍ଦ୍ୱ ମଧ୍ୟ ଦୂର କରିବ । ଶିକ୍ଷକମାନେ ପ୍ରତିଦିନ କ’ଣ ପଢ଼ାଉଛନ୍ତି ତାର ମଧ୍ୟ ତଦାରଖ କରିବ । ଚିଠି ଅନୁଯାୟୀ, ପ୍ରତି ପ୍ରଧାନଶିକ୍ଷକ ଓସେପା ପକ୍ଷରୁ ଜାରି ହୋଇଥିବା ନିଜ ବ୍ଲକ ପାଇଁ ଉଦ୍ଦିଷ୍ଟ ଚାଟ୍‌ବଟ୍‌ ନମ୍ବରକୁ ହ୍ୱାଟସ୍‌ଆପ୍‌ ଗ୍ରୁପରେ ସଂଯୁକ୍ତ କରିବେ । ଏହାକୁ ଗ୍ରୁପ୍‌ ଆଡମିନ୍‌ ମଧ୍ୟ କରିବେ । ଶ୍ରେଣୀ ଅନୁଯାୟୀ ହ୍ୱାଟସଆପ୍‌ ଗ୍ରୁପରେ ଏହାକୁ ଲାଗୁ କରାଯିବ । ଗଠନ ହୋଇଥିବା ଗ୍ରୁପର ନାଁକୁ ମଧ୍ୟ ପରିବର୍ତ୍ତନ କରାଯିବ । ଏଥିରେ ଶ୍ରେଣୀ ନାମ ସହ ସ୍କୁଲର ୟୁଡାଇଏସ୍‌ ନମ୍ବରକୁ ଯୋଡ଼ି ଗ୍ରୁପ୍‌ ନାମ ଦିଆଯିବ । ଆସନ୍ତକାଲି ସୁଦ୍ଧା ଏହାକୁ ସମ୍ପୂର୍ଣ୍ଣ କରିବାକୁ କୁହାଯାଇଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.