ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ଚାରିଧାମ ଯାତ୍ରା ନେଇ ଭକ୍ତଙ୍କ ଅପେକ୍ଷାରେ ଅନ୍ତ , ୧ ଜୁନ୍‌ରେ ଅଫ୍‌ଲାଇନ୍‌ ରେଜିଷ୍ଟ୍ରେସନ

ହରିଦ୍ୱାର-  ଚାରିଧାମ ଯାତ୍ରାରେ ଯିବାକୁ ଥିବା ଇଚ୍ଛୁକ ତୀର୍ଥ ଯାତ୍ରୀଙ୍କ ପାଇଁ ବଡ଼ ଅପଡେଟ୍‌। କେଦାରନାଥ-ବଦ୍ରିନାଥ , ଯମୁନୋତ୍ରୀ ସମେତ ଚାରିଧାମ ଯାତ୍ରାର ଅଫ୍‌ଲାଇନ୍‌ ତାରିଖ ଆସିଛି। ଦେଶର ଅନ୍ୟ ରାଜ୍ୟରୁ ଭକ୍ତମାନେ ଉତ୍ତରାଖଣ୍ଡ ପହଞ୍ଚି ଅଫଲାଇନ୍ ରେଜିଷ୍ଟ୍ରେସନ କରାଇ ପାରିବେ। 

ଉତ୍ତରାଖଣ୍ଡର ସବୁ ଜିଲ୍ଲା ଅଧିକାରୀଙ୍କ ସହ ଆଲୋଚନା କରିବା ପରେ , ଜୁନ ୧ରୁ ଚାରିଧାମ ଯାତ୍ରାନେଇ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଅଫ୍‌ଲାଇନ୍ ରେଜିଷ୍ଟ୍ରେସନ ଆଉ ଥରେ ଆରମ୍ଭ କରିବାର ନିଷ୍ପତ୍ତି ନିଆଯାଇଛି। ଆପଣଙ୍କୁ କହି ରଖୁଛି କି ଚାରିଧାମ ଯାତ୍ରାରେ ଯିବା ପାଇଁ ଅନଲାଇନ୍‌ ବା ଅଫ୍‌ଲାଇନ୍‌ ରେଜିଷ୍ଟ୍ରେସନ ଅନିବାର୍ଯ୍ୟ ରହିଛି। 

ଶନିବାର ସକାଳ ୭ଟାରୁ ହରିଦ୍ୱାର ଓ ଋଷିକେଶରେ ଅଫ୍‌ଲାଇନ୍‌ ରେଜିଷ୍ଟ୍ରେସନ ଆରମ୍ଭ ହେବ। ୧ ଜୁନ୍‌ରୁ ଚାରିଧାମ ପାଇଁ ହରିଦ୍ୱାରରେ ପ୍ରତିଦିନ ୧୫୦୦ ଶ୍ରଦ୍ଧାଳୁ ଓ ଋଷିକେଶରେ ମଧ୍ୟ ପ୍ରତିଦିନ ୧୫୦୦ ଶ୍ରଦ୍ଧାଳୁ ପଞ୍ଜୀକରଣ କରି ପାରିବେ। 

ଗଡୱାଲ କମିଶନର ବିନୟ ଶଙ୍କର ପାଣ୍ଡେୟ ଶୁକ୍ରବାର କହିଛନ୍ତି , ଚାରିଧାମ ଯାତ୍ରାର ଆରମ୍ଭରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଅତ୍ୟଧିକ ବଢିବା ପରେ ଅଫ୍‌ଲାଇନ୍‌ ପଞ୍ଜୀକରଣ ୩୧ମେ ଯାଏ ଅସ୍ଥାୟୀ ଭାବେ ବନ୍ଦ କରାଯାଇ ଥିଲା। ମୁଖ୍ୟମନ୍ତ୍ରୀ ଧାମୀ ଲଗାତାର ଚାରିଧାମ ଯାତ୍ରାର ସମୀକ୍ଷା କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.