ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ଏହି ୩ ରାଶିର ବ୍ୟକ୍ତିଙ୍କ ପାଇଁ ଆରମ୍ଭ ହେବ ଶୁଭ ସମୟ, ଚନ୍ଦ୍ରଙ୍କ କୃପାରୁ ମିଳିବ ସଫଳତା

Published By : prameya | February 6, 2025 11:09 AM

ଚନ୍ଦ୍ରଦେବଙ୍କୁ ଶୁଭ ଗ୍ରହ ବୋଲି ବିବେଚନା କରାଯାଏ । ଯାହାର ଜ୍ୟୋତିଷ ଶାସ୍ତ୍ରରେ ଏକ ମହତ୍ତ୍ବପୂର୍ଣ୍ଣ ଭୂମିକା ରହିଛି। ଚନ୍ଦ୍ରଦେବ ମାତ୍ର ଅଢେଇ ଦିନରେ ରାଶି ପରିବର୍ତ୍ତମନ କରିଥାନ୍ତି । ଯାହାର ପ୍ରଭାବ ସମସ୍ତ ରାଶିର ବ୍ୟକ୍ତିଙ୍କ ଉପରେ ପ୍ରଭାବ ପଡ଼ିଥାଏ । ବିଶେଷକରି ବ୍ୟକ୍ତିର ମନ, ଭାବନା,ଆର୍ଥିକ ସ୍ଥିତି ଓ କ୍ୟାରିଅର ଉପରେ ପ୍ରଭାବ ପଡିଥାଏ ।

ବୈଦିକ ପଞ୍ଚାଙ୍ଗ ଅନୁସାରେ, ଆଜି ସକାଳେ ଚନ୍ଦ୍ରଦେବ ରାଶି ପରିବର୍ତ୍ତନ କରିଛନ୍ତି । ଯାହାଦ୍ବାରା କିଛି ରାଶିର ବ୍ୟକ୍ତିଙ୍କୁ ବିଶେଷ ଫାଇଦା ମିଳିବାର ସମ୍ଭାବନା ରହିଛି। ପଞ୍ଚାଙ୍ଗ ଗଣନା ମୁତାବକ, ଆଜି ଅର୍ଥାତ ଫେବୃଆରୀ ୬ରୁ   ୨ଟା ୧୫ ମିନିଟରେ ଚନ୍ଦ୍ରଦେବ ବୃଷ ରାଶିରେ ପ୍ରବେଶ କରିଛନ୍ତି । ୮ ଫେବୃଆରୀ ସକାଳ ୬ ଟା ୨୦ ମିନିଟ ପର୍ଯ୍ୟନ୍ତ ଚନ୍ଦ୍ରଦେବ ବୃଷ ରାଶିରେ ହିଁ ରହିବେ ।  ଶୁକ୍ର ଗ୍ରହକୁ ବୃଷ ରାଶିର ସ୍ବାମୀ ବୋଲି କୁହାଯାଏ। 

ବୃଷ ରାଶି: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଫେବୃଆରୀ ମାସ ଚନ୍ଦ୍ରଙ୍କ କୃପାରୁ ସ୍ମରଣୀୟ ରହିବ । କ୍ୟାରିଅରରେ ସଫଳତା ମିଳିବ । ଯାହାଦ୍ବାରା ଭବିଷ୍ୟକୁ ନେଇ ଚାଲିଥିବା ଚିନ୍ତା କମ୍ ହେବ । ସେହିପରି କମ୍ପାନିରେ କାମ କରୁଥିବା ବ୍ୟକ୍ତିଙ୍କୁ ବିଦେଶ ଯିବାର ଯୋଗ ରହିଛି। ପରିବାର ସହିତ ସମୟ ଅତିବାହିତ କରିବା ଦ୍ବାରା ଖୁସି ମିଳିପାରେ । 

ମିଥୁନ ରାଶି ନୂଆ ଗ୍ରାହକଙ୍କ ଠାରୁ ଅର୍ଡର ମିଳିବା ପରେ ଏହି ରାଶିଙ୍କ ବ୍ୟକ୍ତିଙ୍କ ବ୍ୟବସାୟରେ ବୃଦ୍ଧି ପାଇବ । ଧନ ଲାଭର ଯୋଗ ରହିଛି । ଆର୍ଥିକ ସ୍ଥିତି ଭଲ ରହିବ । ଜୀବନରେ ଚାଲିଥିବା ଚିନ୍ତା କମ୍ ହେବ । ସନ୍ତୁଳିତ ଆହର ଓ ନିୟମିତ ବ୍ୟାୟାମ କରନ୍ତୁ । 

କର୍କଟ ରାଶିଚନ୍ଦ୍ର ଦେବଙ୍କ କୃପାରୁ ବିବାହିତ ବ୍ୟକ୍ତିଙ୍କ ଜୀବନ ସୁଖମୟ ହେବ । ପରିବାର ସିହତ ବିଦେଶ ଗସ୍ତର ଯୋଗ ରହିଛି। ପ୍ରତିଯୋଗୀତାମୂଳକ ପରୀକ୍ଷାରେ ଛାତ୍ରଙ୍କୁ ସଫଳତା ମିଳିବାରେ  ଯୋଗ ରହିଛି । ଯେଉଁ ବ୍ୟକ୍ତିଙ୍କ ବୟସ ୪୦ ରୁ ୯୦ ମଧ୍ୟରେ ରହିଛି ।   ସେମାନଙ୍କ ସ୍ବାସ୍ଥ୍ୟ ବର୍ଷ ୨୦୨୫ ଭଲ ରହିବ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.