ପ୍ରମୂଖ ଖବର
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ନୂଆଦିଲ୍ଲୀରେ ଇଣ୍ଡିଆ ଲିଡରସିପ୍ ସମ୍ମିଟ ୨୦୨୪ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କହିଲେ ବିଶ୍ୱ ଅର୍ଥନୀତିର ଗ୍ରୋଥ୍ ଇଞ୍ଜିନ ହେବ ଭାରତ…

ନୂଆଦିଲ୍ଲୀ/ଭୁବନେଶ୍ୱର ୧୪/୧୦ ଜାତୀୟ ଶିକ୍ଷା ନୀତି ଭାରତୀୟ ଶିକ୍ଷା ପ୍ରଣାଳୀରେ ଏକ ବଡ ପରିବର୍ତ୍ତନ ଆଣିବ। ଭାରତ ସରକାରଙ୍କ ଶିକ୍ଷା ନୀତି ସହ ଅନ୍ୟାନ୍ୟ କ୍ଷେତ୍ରରେ ସଂସ୍କାର ଭାରତକୁ ଆଗାମୀ ଦୁଇ ଦଶନ୍ଧି ମଧ୍ୟରେ ବିଶ୍ୱ ଅର୍ଥନୀତିର ଅଭିବୃଦ୍ଧି ଇଞ୍ଜିନ୍ କରାଇବ ବୋଲି ସୋମବାର ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଇଣ୍ଡିଆ ଲିଡରସିପ ସମ୍ମିଟ -୨୦୨୪ରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଆମେରିକା– ଇଣ୍ଡିଆ ଷ୍ଟ୍ରାଟେଜିକ୍ ପାର୍ଟନରସିପ ଫରୋମ(ୟୁଏସଆଇଏସପିଏଫ) ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ଅଧୀନରେ ଫାୟାରସାଇଡ୍ ଚାଟରେ ଜାତୀୟ ଶିକ୍ଷା ନୀତି ସହ ଶିକ୍ଷା ବ୍ୟବସ୍ଥା ସମ୍ବନ୍ଧୀୟ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ କେନ୍ଦ୍ରମନ୍ତ୍ରୀ । ଜାତୀୟ ଶିକ୍ଷା ନୀତି -୨୦୨୦ର ପ୍ରାଥମିକ କ୍ଷେତ୍ର, ଭାରତର ଶିକ୍ଷା ବ୍ୟବସ୍ଥାରେ ନୂଆ ଶିକ୍ଷା ନୀତି ଦ୍ୱାରା ହେବାକୁ ଥିବା ପରିବର୍ତ୍ତନ ଉପରେ ଶ୍ରୀ ପ୍ରଧାନ ମତ ରଖିଥିଲେ । ସେ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ର୍ା ମୋଦୀଙ୍କ କଳ୍ପନାରେ ଦେଶରେ ପ୍ରଣୟନ ହୋଇଥିବା ଜାତୀୟ ଶିକ୍ଷା ନୀତି ଏକ ଦାର୍ଶନିକ ଦସ୍ତାବିଜ୍ । ଜାତୀୟ ଶିକ୍ଷା ନୀତି ଦେଶର ଯୁବପିଢି ଭବିଷ୍ୟତ ପାଇଁ ପ୍ରସ୍ତୁତ କରାଇବା ସହ ବୈଶ୍ୱିକ ନାଗରିକରେ ପରିବର୍ତ୍ତନ କରିବ । ଏହି ଯୁବଶକ୍ତିମାନେ କେବଳ ଭାରତ ନୁହେଁ ବରଂ ବିଶ୍ୱର କଲ୍ୟାଣ ଦିଗରେ ବ୍ରତୀ ରହିବେ। 

ଜାତୀୟ ଶିକ୍ଷା ନୀତିର ପ୍ରାଥମିକତା କ୍ଷେତ୍ର ଯଥା ଶିକ୍ଷାରେ ପ୍ରଯୁକ୍ତିବିଦ୍ୟାର ସମନ୍ୱୟ ଉପରେ ଆମର ଫୋକସ ରହିଛି । ଦେଶରେ ଡିଜିଟାଲ ଶିକ୍ଷା ପରିସଂସ୍ଥାନରେ ଅଭୁତପୂର୍ବ ପରିବର୍ତ୍ତନ ହେଉଛି । ଭାରତୀୟ ଭାଷାରେ ଶିକ୍ଷାକୁ ପ୍ରୋତ୍ସାହିତ କରାଯାଉଛି । ଗବେଷଣା ଏବଂ ଇନୋଭେସନର ପରମ୍ପରାକୁ ପ୍ରୋତ୍ସାହିତ କରାଯାଉଛି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମତରେ ଡିଗ୍ରୀ ଓ ସାର୍ଟିଫିକେଟ୍ ଅପେକ୍ଷା ଦକ୍ଷତା ବହୁତ ଗୁରୁତ୍ୱପୂର୍ଣ୍ଣ । କୋଭିଡ୍ ସମୟରେ ଦକ୍ଷତା ତଥା ସାମର୍ଥ୍ୟ ବଳରେ ହୋଇଥିବା ଅନେକ ସୃଜନଶୀଳ ଇନୋଭସନକୁ ସମସ୍ତେ ପ୍ରଶଂସା କରିଥିଲେ । ଭାରତ ସବୁଠୁ ଅଧିକ ସଂଖ୍ୟକ ଯୁବବର୍ଗ ଅଛନ୍ତି । ଏହାକୁ ଦୃଷ୍ଟିରେ ରଖି ଜାତୀୟ ଶିକ୍ଷା ନୀତି କେବଳ ଶିକ୍ଷା ନୁହେଁ ବରଂ ନିଯୁକ୍ତି ଆଧାରିତ ଶିକ୍ଷା ପ୍ରଦାନ କରିବ । ଛାତ୍ରଛାତ୍ରୀଙ୍କୁ ସ୍କିଲିଂ, ରି-ସ୍କିଲିଂ ଓ ଅପ୍ ସ୍କିଲିଂ କରାଇବ । ଆମର ଶିକ୍ଷା ନୀତି କେବଳ ଗୁଣାତ୍ମକ ନୁହେଁ ବରଂ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ ଶିକ୍ଷା ପ୍ରଦାନ କରିବ । ଆଜି ମୋଦୀ ସରକାରରେ ବିଦେଶରେ ଭାରତର ନିଜସ୍ୱ କ୍ୟାମ୍ପ୍ସସ ପ୍ରତିଷ୍ଠା ହେଉଛି, ଯାହା ଏକ ବଡ ଉପଲବ୍ଧି । ଆଗାମୀ ଦିନରେ ଜାତୀୟ ଶିକ୍ଷା ନୀତି ବିଶ୍ୱସ୍ତରରେ ପ୍ରଭାବ ପକାଇବାକୁ ଯାଉଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.