ପ୍ରମୂଖ ଖବର
  • ବୟକଟ୍ ଇଣ୍ଡିଆରୁ ୱେଲକମ୍ ମୋଦି, ମାଳଦ୍ଵୀପ ବିମାନ ବନ୍ଦରରେ ମୋଦିଙ୍କୁ ସ୍ଵାଗତ କଲେ ମୁଇଜ୍ଜୁ
  • ||
  • ଉପରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ : ରିଟର୍ଣ୍ଣିଂ ଏବଂ ଆସିଷ୍ଟାଣ୍ଟ ରିଟର୍ଣ୍ଣିଂ ଅଫିସରଙ୍କୁ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
  • ||
  • ଅଶ୍ଳୀଳ କଣ୍ଟେଣ୍ଟ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ : ୨୫ ଭିଡିଓ ପ୍ଲାଟଫର୍ମକୁ ବ୍ୟାନ୍ କଲେ କେନ୍ଦ୍ର ସରକାର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ ନୂଆ ଟୁଇଷ୍ଟ, ପୀଡ଼ିତାଙ୍କ ସାଙ୍ଗ କିଣିଥିଲେ ରୁପା ମୁଦି
  • ||
  • ଖୋଲିଲା ହୀରାକୁଦ ଡ୍ୟାମ୍‌ର ଆଉ ୪ଟି ଗେଟ୍‌, ବାମ ପାର୍ଶ୍ୱରେ ୮ଟି ଏବଂ ଡାହାଣ ପାର୍ଶ୍ୱରେ ୪ଟି ଗେଟ୍ ଦେଇ ଜଳ ନିଷ୍କାସିତ
  • ||
  • ଜୟପୁର: ଭିଜିଲାନ୍ସ ପଞ୍ଝାରେ ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ, ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ରେଡ୍
  • ||
  • ବିକାଶ ହେବ ୬ ବୟନଶିଳ୍ପ ପାର୍କ, ଆଜି ‘ଓଡ଼ିଶା ଟେକ୍ସ ୨୦୨୫’କୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • କାମ୍ବୋଡିଆ-ଥାଇଲାଣ୍ଡ ଭୟଙ୍କର ଯୁଦ୍ଧ, ଆକାଶରୁ ବର୍ଷୁଛି ବୋମା, ଗୁଳିମାଡ଼ରେ ୧୩ ଥାଇ ନାଗରିକଙ୍କ ମୃତ୍ୟୁ
  • ||
  • ଭାରତ-ବ୍ରିଟେନ୍‌ ମୁକ୍ତ ବାଣିଜ୍ୟ ରାଜିନାମା ସ୍ୱାକ୍ଷର, ଶସ୍ତା ହେବ ବ୍ରିଟେନ୍‌ ହ୍ୱିସ୍କି, କାର୍‌, ସଫ୍ଟଡ୍ରିଙ୍କ, ଫୁଟ୍‌ୱେର୍‌
  • ||
  • ମଣିପୁରରେ ଆଉ ୬ ମାସ ବଢ଼ିଲା ରାଷ୍ଟ୍ରପତି ଶାସନ, ସଂସଦରେ ପ୍ରସ୍ତାବକୁ ମଞ୍ଜୁରୀ, ଅଗଷ୍ଟ ୧୩ରୁ ଲାଗୁ
  • ||
  • ଅବପାତ ରୂପ ନେବ ଲଘୁଚାପ, ୩୦ ଯାଏ ପ୍ରବଳ ବର୍ଷିବ, ସମୁଦ୍ର ଅଶାନ୍ତରୁ ଥିବାରୁ ମତ୍ସ୍ୟଜୀବୀଙ୍କୁ ବାରଣ
  • ||

ପିତାମାତାଙ୍କ ସେବା କରିବାକୁ ୩୦ଦିନ ଛୁଟି ନେଇପାରିବେ ସରକାରୀ କର୍ମଚାରୀ; ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ

Published By : Anindita Ratha | July 25, 2025 8:52 AM

ନୂଆଦିଲ୍ଲୀ,୨୫/୦୭: ଏଣିକି ପରିଣତ ବୟସରେ ପିତାମାତାଙ୍କ ସେବା କରିବାକୁ ନେଇପାରିବେ ଛୁଟି। ୩୦ ଦିନ ଛୁଟି ନେଇପାରିବେ ସରକାରୀ କର୍ମଚାରୀ । ଅନ୍ୟ କୌଣସି ବ୍ୟକ୍ତିଗତ କାରଣ ପାଇଁ ମଧ୍ୟ ଏହି ଛୁଟି ନିଆଯାଇପାରିବ । ଏନେଇ ରାଜ୍ୟସଭାରେ କେନ୍ଦ୍ର କାର୍ମିକ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ସୂଚନା ଦେଇଛନ୍ତି। 

ପିତାମାତାଙ୍କ ସେବା ପାଇଁ ସରକାରୀ କର୍ମଚାରୀଙ୍କ ଲାଗି ଛୁଟିର ପ୍ରାବଧାନ ରହିଛି କି ନାହିଁ ବୋଲି ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ସେ କହିଛନ୍ତି ଯେ ସେଣ୍ଟାଲ ସିଭିଲ ସର୍ଭିସେସ୍‌  ରୁଲ ୧୯୭୨ରେ କେନ୍ଦ୍ରୀୟ କର୍ମଚାରୀଙ୍କୁ ୩୦ ଦିନର ଅର୍ଜିତ ଅବକାଶ ମିଳିପାରିବ । ଏଥିସହ ୨୦ ଦିନର ଅର୍ଦ୍ଧବେତନ ଅବକାଶ ବା ହାଫ୍‌ ପେ ଲିଭ୍‌, ୮ ଦିନିଆ ଆକସ୍ମିକ ଛୁଟି ବା କାଜୁଆଲ ଲିଭ୍‌ ଏବଂ ପ୍ରତିବର୍ଷ ୨ ଦିନ ପ୍ରତିବନ୍ଧିତ ଛୁଟି ବା ରେଷ୍ଟ୍ରିକେଟ୍ ହଲିଡେର ପ୍ରାବଧାନ ରହିଛି । ଏସବୁ ବ୍ୟତୀତ ସରକାରୀ କର୍ମଚାରୀମାନେ ପୂର୍ବରୁ ନିର୍ଦ୍ଧାରିତ କରାଯାଇଥିବା ଛୁଟି ମଧ୍ୟ ନେଇପାରିବେ । ସେମାନେ ନିଜ ପିତାମାତାଙ୍କ ସେବା କରିବା ପାଇଁ କିମ୍ବା ଅନ୍ୟ କୌଣସି ବ୍ୟକ୍ତିଗତ କାରଣ ପାଇଁ ହେଉ, ଏସବୁ ଛୁଟି ନେଇପାରିବେ ବୋଲି କେନ୍ଦ୍ରମନ୍ତ୍ରୀ ସିଂହ କହିଛନ୍ତି। 

ସେବା ଆଇନ ଅନୁସାରେ, ସରକାରୀ କର୍ମଚାରୀଙ୍କ ପାଇଁ ଅର୍ଜିତ ଛୁଟି, ଅଧାଦିନ ଛୁଟି, ପରିବର୍ତ୍ତିତ ଛୁଟି, ଅବୈତନିକ ଛୁଟି, ବିଶେଷ ଛୁଟି, ମାତୃତ୍ୱକାଳୀନ ଛୁଟି, ପିତୃତ୍ୱ ଛୁଟି, ପିଲା ସେବା ଛୁଟି, ପାଠପଢ଼ା ଛୁଟି, ସ୍ୱତନ୍ତ୍ର ଭିନ୍ନକ୍ଷମ ଛୁଟି, ହସ୍ପିଟାଲ ଛୁଟି ଓ ବିଭାଗୀୟ ଛଟି ଭଳି ଅନେକ ଛୁଟିର ପ୍ରାବଧାନ ରହିଛି । ସେହିଭଳି ଅନ୍ୟ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି,  କେନ୍ଦ୍ରୀୟ ସରକାରୀ ସଂସ୍ଥାରେ ପଦବୀ ଖାଲି ହେବା ଓ ନିଯୁକ୍ତି ଦିଆଯିବା ଏକ ନିରନ୍ତର ପ୍ରକ୍ରିୟା । ଭିନ୍ନ ଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ ଉପରେ ତାହା ନିର୍ଭର କରେ । ୨୦୨୧ ମାର୍ଚ୍ଚ ୧ ତାରିଖ ସୁଦ୍ଧା କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗର ମୋଟ ସ୍ୱୀକୃତିପ୍ରାପ୍ତ ପଦବି ସଂଖ୍ୟା ଥିଲା ୪୦ ଲକ୍ଷ ୩୫ ହଜାର ୨୦୩ । ବିଭିନ୍ନ ସରକାରୀ ବିଭାଗ ବିଶେଷକରି ରେଲୱେ, ପ୍ରତିରକ୍ଷା, ସ୍ୱରାଷ୍ଟ୍ର ଓ ଡାକ ବିଭାଗରେ ମୋଟ ସ୍ୱୀକୃତିପ୍ରାପ୍ତ ପଦବି ସଂଖ୍ୟା ଓ ଖାଲି ପଡିଥିବା ପଦବି ସଂଖ୍ୟା ସଂକ୍ରାନ୍ତ ତଥ୍ୟ ମଗାଯାଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.