ରାୟଗଡ଼ା/ବିଷମକଟକ,୨୩।୬ (ଆପ୍ର)- ଭିଜିଲାନ୍ସ ଜାଲରେ ବିଷମକଟକ ସିଡିପିଓ ଏବଂ କିରାଣୀ। ୮୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ । ରାୟଗଡା ଜିଲ୍ଲା ବିଷମକଟକ ସିଡିପିଓ ସୁଶିଳା ଶବର ଏବଂ କିରାଣୀ ରାମଚନ୍ଦ୍ର ପାତ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ। ଚାଟିକଣା ପଞ୍ଚାୟତ ହୁତେଶି ଗ୍ରାମର ଅଙ୍ଗନୱାଡି କର୍ମୀ ସୀତା ୱାଡେକାଙ୍କ ଠାରୁ ସେ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି।
ଅଙ୍ଗନବାଡି କର୍ମୀ ଚୟନ ପାଇଁ ସୀତା ୱାଡେକାଙ୍କୁ ୧ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ପ୍ରଥମେ ୨୦ ହଜାର ଟଙ୍କା ନେଇଥିବା ବେଳେ ସୋମବାର ବଳକା ୮୦ ହଜାର ଲାଞ୍ଚ ନେଉଥିଲେ। ସେହି ସମୟରେ ଭିଜିଲାନ୍ସ ଟିମ୍ ଉଭୟଙ୍କୁ ଧରିଥିଲା। ଏହାପରେ ଗିରଫ କରି ରାୟଗଡା ଭିଜିଲାନ୍ସ କାର୍ଯ୍ଯାଳୟ ଆଣି ସେଠାରେ ପଚରାଉଚରା କରୁଛି। ଭିଜିଲାନ୍ସ ଇନ୍ସପେକ୍ଟର ତରୁଲତା ବେହେରାଙ୍କ ନେତୃତ୍ବରେ ଏହି ଚଢ଼ାଉ ହୋଇଥିଲା। ମଙ୍ଗଳବାର ଉଭୟଙ୍କ କୋର୍ଟ ଚାଲାଣ କରାଯିବ।