ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଭୂପେଶ ବଘେଲଙ୍କ ଘରେ CBI, ମହାଦେବ ବେଟିଂ ଆପ୍ ମାମଲାରେ ରେଡ୍

Published By : Ankita S | March 26, 2025 9:19 AM

ରାୟପୁର,୨୬/୦୩: ଇଡି ପରେ ଏବେ ଆକ୍ସନ ମୁଡରେ ସିବିଆଇ । ୧୫ ଦିନ ପରେ ଆଉ ଥରେ ଭୂପେଶ ଘରେ ଚଢାଉ ହୋଇଛି । ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ଘରେ CBI ରେଡ୍ ହୋଇଥିବା ସୂଚନା ମିଳିଛି । ସକାଳୁ ସକାଳୁ ରାୟପୁର ଓ ଭିଲାଇରେ ଥିବା ଭୂପେଶଙ୍କ ବାସଭବନରେ ସିବିଆଇ ଚଢାଉ ହୋଇଛି । ୨୦୧୭ର ଏକ ମାମଲା ମହାଦେବ ବେଟିଂ ଆପରେ ଇଡି ପରେ ଏବେ ସିବିଆଇ ଏଣ୍ଟ୍ରି କରିଛି । 

ମହାଦେବ ବେଟିଂ ଆପରେ ଚଢାଉ- କୁହାଯାଉଛି କି  ଏହି ରେଡ଼ ବହୁ ଚର୍ଚ୍ଚିତ ମହାଦେବ ବେଟିଂ ଆପ୍ ମାମଲାରେ ହୋଇଛି । ଏହି ଆପ୍ ଜରିଆରେ ଅନଲାଇନରେ ବେଟିଂ ହୋଇଥାଏ । ଛତିଶଗଡ଼ର ଚର୍ଚ୍ଚିତ ଏହି ବେଟିଂ ଆପ୍ ମାମଲାରେ ଗତ ଦେଢ ବର୍ଷ ହେଲା ଇଡିର ଲାଗାତାର ରେଡ୍ ଓ ଜେରା ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ୧୨୦୦ କୋଟିରୁ ଅଧିକ ସମ୍ପତ୍ତି ଖୁଲାସା ହୋଇସାରିଛି । ଏହି ବେଟିଂ ଆପରେ ଭୂପେଶ ବାଘେଲ ୫୦୮ କୋଟି ଟଙ୍କା ନେଇଥିବା ଅଭିଯୋଗ ହୋଇଥିଲା । ଭୂପେଶ ବଘେଲଙ୍କ ବାସଭବନ ସମେତ ତାଙ୍କର ଜଣେ ଘନିଷ୍ଠଙ୍କ ଘରେ ମଧ୍ୟ ରେଡ୍ ହୋଇଥିବା ସୂଚନା ମିଳିଛି ।

ଏବେ ସିବିଆଇ ଆସିଛି- ରେଡ଼ ନେଇ ଭୂପେଶ ବାଘେଲଙ୍କ କାର୍ଯ୍ୟାଳୟ ପକ୍ଷରୁ ସୋସିଆଲ ମିଡିଆରେ କୁହାଯାଇଛି କି, ଏବେ ସିବିଆଇ ଆସିଛି । ଆସନ୍ତା ୮ ଓ ୯ ତାରିଖରେ ଗୁଜରାଟରେ ହେବାକୁ  ଥିବା ଏଆଇସିସି ବୈଠକ ହେବାକୁ ଯାଉଛି । ଏହା ପୂର୍ବରୁ ସିବିଆଇ ରାୟପୁର ଏବଂ ଭିଲାଇ ନିବାସରେ ପହଞ୍ଚିଯାଇଛି ।

ଅଧିକ ପଢନ୍ତୁ...ମଦ ଦୁର୍ନୀତିରେ ଇଡି ଆକ୍ସନ; ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ଘରେ ରେଡ୍

କହି ରଖୁଛୁ କି, ଗତ ମାର୍ଚ୍ଚ ୧୦ ତାରିଖରେ ମଦ ଦୁର୍ନୀତି ମାମଲାକୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଛତିଶଗଡ଼ର ଦୁର୍ଗ ଜିଲ୍ଲାରେ ମୋଟ ୧୪ଟି ସ୍ଥାନରେ ଚଢଉ କରିଥିଲା । ଏଥିରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏଆଇସିସି ମହାସଚିବ ଭୂପେଶ ବାଘେଲ ଓ ତାଙ୍କ ପୁଅ ଚୈତନ୍ୟ ବାଘେଲଙ୍କ ବାସଭବନ ଥିଲା  । ମଦ ଦୁର୍ନୀତିରେ ମୋଟ୨,୧୬୧ କୋଟି ଟଙ୍କାର ଜାଲିଆତି ହୋଇଥିବା ନେଇ ଅଭିଯୋଗ ରହିଛି । ଚଢଉକୁ ନେଇ ସୋସିଆଲ ମିଡିଆ ଏକ୍ସରେ ଏହା ଷଡ଼ଯନ୍ତ୍ର ବୋଲି କହିଥିଲେ ଭୂପେଶ ବାଘେଲ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.