ଭୁବନେଶ୍ବର: ରାଜ୍ୟ ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବଜେଟ ପରିମାଣ ୨ ଲକ୍ଷ ୬୫ ହଜାର କୋଟିର ବଜେଟ ଉପସ୍ଥାପନ କରୁଛନ୍ତି ନିଜେ ମୁଖ୍ୟମନ୍ତ୍ରୀ । ୨୦୨୩ ତୁଳନାରେ ଏହା ୧୫ ପ୍ରତିଶତ ଅଧିକ । କାର୍ଯ୍ୟକ୍ରମ ବଜେଟ ୧ ଲକ୍ଷ ୫୫ ହଜାର କୋଟି । ତେବେ ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦିଆଯାଇଥିବା ଶୁଭଦ୍ରା ଯୋଜନା ପାଇଁ ୧୦ ହଜାର କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି ରାଜ୍ୟର ମୋହନ ସରକାର । ପୂର୍ବରୁ କାଳିଆ ଯୋଜନାକୁ ପରିବର୍ତ୍ତନ କରିଛନ୍ତି ସରକାର । କାଳିଆ ଯୋଜନାକୁ ଏବେ ସିଏମ କିଷାନ ଯୋଜନା ନାମରେ ଜଣାଯିବ । ଏଥିପାଇଁ ୧୯୩୫ କୋଟି ଟଙ୍କା ବ୍ୟୟବରାଦ ହୋଇଛି ।
ଜାପାନ ନିର୍ବାଚନରେ ବହୁମତ ହରାଇଲା କ୍ଷମତାସୀନ ଏଲ୍ଡି...