ପ୍ରମୂଖ ଖବର
  • ବୁଧବାର ଶ୍ରୀବିଗ୍ରହମାନଙ୍କ ହେବ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ରୋଜଗାର ମେଳା: ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଶେଷ ହେଲା ଦାନାର ପ୍ରଭାବ, ୬ଦିନ ପରେ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ
  • ||
  • ପୁରୀ ସମୁଦ୍ର କୂଳରୁ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • କେରଳ: ମନ୍ଦିରରେ ଆତସବାଜି ବେଳେ ଦୁର୍ଘଟଣା, ନିଆଁ ଲାଗି ୧୫୦ରୁ ଅଧିକ ଆହତ
  • ||
  • ଆୟୁଷ୍ମାନ ଯୋଜନାର ପାର୍ଟ-୨ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ, ୭୦ ବର୍ଷରୁ ଉଦ୍ଧ୍ୱର୍ ଆୟୁଷ୍ମାନରେ ହେବେ ସାମିଲ
  • ||
  • ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ, କଳିଙ୍ଗ ଷ୍ଟାଡିୟମରେ ‘ଏକତା ଦୌଡ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ: କଲେଜ୍‌ ବସକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌, ୧୦ ଜଣ ଛାତ୍ରୀ ଆହତ
  • ||

ରାଜ୍ୟସ୍ତରୀୟ ପଥୋତ୍ସବ ଅନୁଷ୍ଠିତ, ମାଷ୍ଟରକ୍ୟାଣ୍ଟିନରୁ ପ୍ରଦର୍ଶନୀ ପଡିଆ ଯାଏ ହେଲା ୱାକାଥନ

ଭୁବନେଶ୍ଵର, ୨୯/୧୦ : ରାଜ୍ୟସ୍ତରୀୟ ପଥୋତ୍ସବ ଓ ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ-୨୦୨୫ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ୱାକାଥନ ଆୟୋଜନ କରାଯାଇଛି। ୱାକାଥନ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନରୁ ବାହାରି ପ୍ରଦର୍ଶନୀ ପଡିଆ ଯାଏ ଯାଇଥିଲା। ନୂଆ ଭୋଟରଙ୍କୁ ସଚେତନ କରିବା ପାଇଁ ପ୍ଲା କାର୍ଡ ଜରିଆରେ ଅନେକ ବାର୍ତ୍ତା ଦିଆଯାଇଛି। ସଚେତନ ଓ ସଂଶୋଧନ ଆଜିଠୁ ମାସେ ଯାଏ ଚାଲିବ। 

ବିଶେଷକରି ୨୦୦୬ ମସିହାରେ ଜନ୍ମ କିମ୍ୱା ତା ପୂର୍ବରୁ ଜନ୍ମ ହୋଇଥିବା ସାବାଳକମାନେ ଏହି ସମୟରେ ଭୋଟର କାର୍ଡ ତିଆରି କରିବା, ନା ଓ ଆଡ୍ରେସ ପରିବର୍ତ୍ତନ କରିବା ଓ ଅନ୍ୟାନ୍ୟ ଭୋଟର କାର୍ଡ ଫଟୋ ତ୍ରୁଟି ଥିଲେ ସଂଶୋଧନ କରିବା ଭଳି ଅନେକ ସମସ୍ୟା ସମାଧାନ କରିପାରିବେ ବୋଲି କୁହାଯାଇଛି। ଏଥିପାଇଁ ନିକଟସ୍ଥ ବୁଥ ସହ ଯୋଗାଯୋଗ କରିବା ପାଇଁ ପରାମର୍ଶ ଦିଆଯାଇଛି। 

ଏପରିକି ଶନିବାର ଓ ରବିବାରରେ ବି ବୁଥ ଖୋଲା ରହିବ। ଲୋକଙ୍କୁ ସଚେତନ କରିବା ପାଇଁ ରାଜ୍ୟ ଆଇକନ୍ ପାରା ଅଲମ୍ପିକ୍ସ ଗୋଲ୍ଡ ମେଡାଲିଷ୍ଟ ପ୍ରମୋଦ ଭଗତ, ଖୋର୍ଦ୍ଧା ଜିଲ୍ଲାପାଳ, ସିଇଓ  ଆର ଏସ ଗୋପାଲନ ପ୍ରମୁଖ ଯୋଗ ଦେଇଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ବି ଆୟୋଜନ ହୋଇଥଲା।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.