ପ୍ରମୂଖ ଖବର
  • ନବ ଦାସ ହତ୍ୟାକାଣ୍ଡ : ଆଇନ୍‌ମନ୍ତ୍ରୀ କହିଲେ,"ତଦନ୍ତ ପ୍ରକ୍ରିୟା କ'ଣ ହେବ, ତାହା ସରକାର ନିଷ୍ପତ୍ତି ନେବେ"
  • ||
  • ବୌଦ୍ଧ : ଘର ସାମ୍ନାରେ ଯୁବକଙ୍କୁ ହତ୍ୟା ଘଟଣା: ୬ ଜଣଙ୍କୁ ବାନ୍ଧିଲା ପୋଲିସ
  • ||
  • ରାଜଧାନୀରେ ସିରିଜ୍‌ ଦୁର୍ଘଟଣା, ମୋ ବସ୍‌କୁ ପିଟିଲା ଆଉ ଏକ ମୋ ବସ୍‌
  • ||
  • ରଣଜୀ ଟ୍ରଫିର ଦ୍ୱିତୀୟ ଭାଗ: ଆଜିଠୁ ଗ୍ରାଉଣ୍ଡକୁ ଓହ୍ଲାଇବେ ରୋହିତ, ପନ୍ତ, ଗିଲ୍‌, ଜାଡ଼େଜା
  • ||
  • ଘନ କୁହୁଡ଼ିର ଚାଦର ତଳେ ଆଠଗଡ଼, ଯାତାୟତ ବାଧାପ୍ରାପ୍ତ
  • ||
  • କରଞ୍ଜିଆ : ଶିକାରୀଙ୍କୁ ଧରାଇ ଦେଲା ଏଆଇ କ୍ୟାମେରା, ୩ ଜଣଙ୍କୁ ଧରିଲା ସ୍ବତନ୍ତ୍ର ଏନଫୋର୍ସମେଣ୍ଟ୍ ଟିମ୍
  • ||
  • ରାଜ୍ୟରେ ରେକର୍ଡ ଭାଙ୍ଗିଲାଣି ତାତି: କୋରାପୁଟରେ ୩୩.୨ ଡିଗ୍ରୀ ପାର୍, ଆଗକୁ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବ
  • ||
  • ଭଦ୍ରକ : ଇଲେକ୍ଟ୍ରୋନିକ୍ସ ଦୋକାନରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ
  • ||

ମୁମ୍ବାଇର ଦୁଇଟି ସ୍କୁଲକୁ ବିସ୍ଫୋରଣ କରି ଉଡାଇବା ଧମକ, ଅଫଜଲ ଗ୍ୟାଙ୍ଗ ଇମେଲ୍ ଦେଇଥିବା ଦାବି

Published By : Prameya | January 23, 2025 5:28 PM

ମୁମ୍ବାଇ,୨୩।୧: ମୁମ୍ବାଇର ଯୋଗେଶ୍ବରୀ ଏବଂ ଓସିୟାରା ଅଞ୍ଚଳରେ ଏକ ସ୍କୁଲକୁ ଆସିଛି ବୋମା ଧମକ। ଇମେଲ ଆସିବା ପରେ ମୁମ୍ବାଇ ପୋଲିସ ଓ ବସ୍ ସ୍କ୍ବାର୍ଡ ଟିମ୍‌ ସ୍କୁଲ ପରିସରରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି। ଇ-ମେଲ୍‌ରେ ଅଫଜଲ ଗ୍ୟାଙ୍ଗ ପକ୍ଷରୁ ବମ୍ ରଖିଥିବା ଦାବି କରିଥିଲା ପୋଲିସ ପୁରା ଅଞ୍ଚଳକୁ ଘେରାଉ କରିନେଇଥିଲା। ସବୁ ପ୍ରକାର ଯାଞ୍ଚ ପରେ ବି କୌଣସି ସନ୍ଦିଗ୍ଧ ଜିନିଷ ମିଳିପାରିନି। ତେବେ ପୋଲିସ ପ୍ରତ୍ୟେକ ସନ୍ଦିଗ୍ଧ ଗିତିବିଧି ଉପରେ ନଜର ରଖିଛି।

ନଭି ମୁମ୍ବାଇର ଏକ ପ୍ରାଇଭେଟ୍ ସ୍କୁଲକୁ ଏଭଳି ଧମକପୂର୍ଣ୍ଣ ଇମେଲ ଆସିଛି। ଏହି ଇମେଲ୍ ଗୁରୁବାର ସକାଳ ୧୦ଟା ବେଳେ ସ୍କୁଲ ପ୍ରଶାସନକୁ ମିଳିଥିଲା। ଏହାପରେ ନଭି ମୁମ୍ବାଇ ପୋଲିସ ଓ ବମ୍ ସ୍କ୍ବାର୍ଡ ତୁରନ୍ତ ଘଟଣାସ୍ଥଳର ପହଁଞ୍ଚିଥିଲେ। ଟିମ୍‌ ସ୍କୁଲ ପରିସରରେ ତଲାସୀ ଆରମ୍ଭ କରିଦେଇଥିଲା।  ଏହି ଦୁଇଟି ଘଟଣା ପରେ ପ୍ରଶାସନ ଓ ସୁରକ୍ଷା ଏଜେନ୍ସିକୁ ସତର୍କ କରାଯାଇ ଦେଇଛି। ପୋଲିସ ମାମଲାର ଗମ୍ଭୀରତାକୁ ନେଇ ତଦନ୍ତ କରୁଛି। ଧମକ ଦେଇଥିବା ଲୋକଙ୍କୁ ଟ୍ରାକ୍ କରିବାର ଚେଷ୍ଟା କରାଯାଉଛି। ପୋଲିସ ସ୍କୁଲ ପ୍ରଶାସନ ଓ ଅବିଭାବକଙ୍କୁ ସତର୍କ ରହିବାକୁ ଅପିଲ କରିଛି। 

ଭାରତ ପାଇଁ ବିପଦର ଘଣ୍ଟି ! ଢାକାରେ ପ୍ରଥମ ଥର ପହଁଞ୍ଚିଲା ISI ଟିମ୍, ପାକ୍-ବାଂଲାଦେଶର ଚାଲିଛି ବଡ଼ ଯୋଜନା

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.