ପ୍ରମୂଖ ଖବର
  • ବଲାଙ୍ଗୀର : ଶିଶୁ ଦିବସ ଅଭିଭାଷଣ ବେଳେ ଟଳି ପଡ଼ିଲେ ପ୍ରଧାନଶିକ୍ଷକ, ଶିକ୍ଷକ ଓ ଛାତ୍ରଛାତ୍ରୀ ମର୍ମାହତ
  • ||
  • ଆସିକା : ସ୍ବାମୀର ଛୁରା ମାଡରେ ସ୍ତ୍ରୀ ଗୁରୁତର, ଅଭିଯୁକ୍ତ ଅଟକ
  • ||
  • କଳାହାଣ୍ଡି : ଯୁବକଙ୍କୁ ଧକ୍କା ଦେଲା ମାଲବାହୀ ଟ୍ରେନ୍‌, କଟିଗଲା ବାମ ଗୋଡ଼
  • ||
  • କଟକ ଐତିହାସିକ ବାଲିଯାତ୍ରା: ଶୁକ୍ରବାର ଉଦ୍‌ଘାଟନ୍ କରିବେ ମୁଖ୍ୟମନ୍ତ୍ରୀ, ଯୋଗ ଦେବେ ୧୩ ଦେଶର ରାଷ୍ଟ୍ରଦୂତ
  • ||
  • ବାଙ୍ଗିରିପୋଷି : ସାମାନ୍ୟ ଟଙ୍କା ପାଇଁ ହତ୍ୟାକାଣ୍ଡ, କୁରାଢିରେ ପିଟି ସ୍ତ୍ରୀକୁ ମାରିଲା ସ୍ବାମୀ
  • ||
  • ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ସୁପ୍ରିମ୍ ଝଟକା, ଆଗୁଆ ଜାମିନ୍ ଆବେଦନ ଖାରଜ
  • ||
  • କାମାକ୍ଷାନଗର : ଗାଧୋଇବା ବେଳେ ଅଘଟଣ, ପୋଖରୀରେ ବୁଡ଼ି ଚାଲିଗଲା ଦୁଇ ଭାଇଙ୍କ ଜୀବନ
  • ||
  • ଖଜୁରୀପଡା : ଆବାସିକ ବିଦ୍ୟାଳୟରେ ଛାତ୍ରଙ୍କ ମୃତ୍ୟୁ ଘଟଣାରେ ରାସ୍ତାରୋକ
  • ||
  • ମୋହନା : ଶାଗୁଆନ କାଠ ବୋଝେଇ ପିକଅପ୍ ଗାଡ଼ି ଜବତ, ଜଣେ ଗିରଫ
  • ||
  • ଭରତପୁର ଥାନା ବିବାଦ ଘଟଣା: ନୋଟିସ ପରେ କମିଶନଙ୍କ ନିକଟରେ ହାଜର ହେଲେ ସମସ୍ତେ
  • ||
  • ଜୟରାମପୁର ଗାଁରେ ଅଘଟଣ, ବୃଦ୍ଧାଙ୍କୁ କାମୁଡ଼ି ମାରିଦେଲା ପାଗଳ କୁକୁର
  • ||
  • ନୂଆପଡ଼ା:ପାଳଗଦାରେ ନିଆଁ ଲଗାଇ ଦେଲା ବୋଲି ୭ ବର୍ଷର ନାବାଳକଙ୍କୁ ମାଡ ମାରି ଜାଳନ୍ତି ନିଆଁରେ ଫିଙ୍ଗି ଦେଲା ମାଲିକ
  • ||
  • ବୌଦ୍ଧ ପୋଲିସର ବଡ଼ ସଫଳତା: ଦୁଇଟି ଥାନା ଅଞ୍ଚଳରୁ ୧ ଲକ୍ଷ ୨୦ ହଜାର ଗଞ୍ଜେଇ ଗଛ ନଷ୍ଟ
  • ||
  • ଘଟଗାଁ : ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା ଟ୍ରକ୍‌, ଡ୍ରାଇଭର ଗୁରୁତର
  • ||
  • ଜୟପୁର : ରାଣୀଗଡର ତେଲିଙ୍ଗିରି ଡ୍ୟାମରୁ ପାଣି ଲିକ୍‌, ରବି ଫସଲ ପ୍ରଭାବିତ ହେବାର ଆଶଙ୍କା
  • ||
  • ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ତ୍ରିବିକ୍ରମ ବେଶ, ଶ୍ରୀକ୍ଷେତ୍ରରେ ବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼
  • ||
  • ହରିହର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର, ଲାଗି ହେଲା ଗଜଭୋଗ ଓ ତରଣ
  • ||

ସୋସିଆଲ ମିଡ଼ିଆ 'ଏକ୍‌ସ'କୁ ଚ୍ୟାଲେଞ୍ଜ ଦେବାକୁ ଆସିଗଲା ‘ବ୍ଲୁ ସ୍କାଇ’ : ୟୁଏସ୍‌ ନିର୍ବାଚନରେ ଖୁବ୍‌ ଚମକିଲା

ନୂଆଦିଲ୍ଲୀ : ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସର ମାଲିକ ଏଲନ ମସ୍କ ଆମେରିକୀୟ ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କର ଖୋଲାଖୋଲି ସମର୍ଥନ କରି ଥିଲେ। ଏହାର କାରଣରୁ ଆମେରିକାରେ ପାଖାପାଖି ଦେଢ ଲକ୍ଷ ଲୋକ ଏକ୍ସର ବ୍ୟବହାର କରିବା ଛାଡ଼ି ଦେଇଛନ୍ତି। ଏବେ ସେମାନେ ଦ୍ୱିତୀୟ ପ୍ଲାଟଫର୍ମକୁ ଶିଫ୍ଟ ହେଉଛନ୍ତି। ଏହି ମଧ୍ୟରେ ଖବର ରହିଛି କି, ଟ୍ୱିଟରର ସଂସ୍ଥାପକ ରହିଥିବା ଜ୍ୟାକ୍‌ ଡୋର୍ସିଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ନୂଆ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ବ୍ଲୁ ସ୍କାଇର ଲୋକପ୍ରିୟତା ବଢିବାକୁ ଲାଗିଛି। ଏକ ମିଡ଼ିଆ ରିପୋର୍ଟରେ କୁହାଯାଇଛି ଯେ ଆମେରିକୀୟ ନିର୍ବାଚନ ଫଳାଫଳ ଆସିବା ଓ ଡୋନାଲ୍ଡ ଟ୍ରମ୍ପଙ୍କ ରାଷ୍ଟ୍ରପତି ଚୟନ ପରେ ସୋସିଆଲ ମିଡ଼ିଆ ବ୍ଲୁ ସ୍କାଇରେ ପାଖାପାଖି ୧୦ ଲକ୍ଷ ନୂଆ ୟୁଜର୍ସ ନିଜର ଆକାଉଣ୍ଟ ଖୋଲିଛନ୍ତି। 

ସିଏନଏନର ଏକ ରିପୋର୍ଟରେ କୁହାଯାଇଛି ଯେ,ଏଲନ ମସ୍କଙ୍କ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସକୁ ଛାଡ଼ି ଏବେ ଲୋକେ ଖୁବ୍‌ ଜୋରରେ ବ୍ଲୁ ସ୍କାଇକୁ ଶିଫ୍ଟ ହେଉଛନ୍ତି। ରିପୋର୍ଟରେ କୁହାଯାଇଛି ଯେ, ଆମେରିକୀୟ ନିର୍ବାଚନର ପରଦିନ ହିଁ ୧,୧୫,୦୦୦ରୁ ଅଧିକ ଆମେରିକୀୟ ୟୁଜର୍ସ ନିଜର ଏକ୍ସ ଆକାଉଣ୍ଟକୁ ଡିଆକ୍ଟିଭେଟ୍‌ କରି ଦେଇଥିଲେ। ଏହି ସଂଖ୍ୟା କେବଳ ୱେବସାଇଟ୍‌ ମାଧ୍ୟମରେ ଏକ୍ସ ଛାଡ଼ୁଥିବା ଲୋକଙ୍କର। ଏଥିରେ ଆପ୍‌ର ସଂଖ୍ୟା ସାମିଲ ନାହିଁ। କହି ରଖୁଛୁ କି ,ଏଲନ ମସ୍କ ଟ୍ୱିଟରକୁ ୨୦୨୨ରେ କିଣି ଥିଲେ ଏବଂ ଏହାର ନାମ ବଦଳାଇ ଏକ୍ସ କରି ଦେଇ ଥିଲେ।

କୁହାଯାଉଛି କି,ଏଲନ ମସ୍କଙ୍କ ଆମେରିକୀୟ ନିର୍ବାଚନରେ ଟ୍ରମ୍ପଙ୍କ ସମର୍ଥନ କରିବା କାରଣରୁ ଅସନ୍ତୁଷ୍ଟ ଲୋକେ ଏହି ପଦକ୍ଷେପ ଉଠାଇଛନ୍ତି। ମାଇକ୍ରୋ ବ୍ଲିଗିଂ ସାଇଟ୍‌ ବ୍ଲୁ ସ୍କାଇ ବୁଧବାର କହିଛି, ଏହାର ୟୁଜରଙ୍କର ସଂଖ୍ୟା ୧.୫ କୋଟି ଅତିକ୍ରମ କରିଯାଇଛି , ଯାହା ସେପ୍ଟେମ୍ୱରରେ ପାଖାପାଖି ୯୦ ଲକ୍ଷ ଥିଲା। ରିପୋର୍ଟରେ କୁହାଯାଇଛି ଯେ, କେବଳ ଏକ ସପ୍ତାହରେ ବ୍ଲୁ ସ୍କାଇ ୟୁଜରଙ୍କ ସଂଖ୍ୟା ୧୦ ଲକ୍ଷ ଯାଏ ବଢିଛି। ବ୍ଲୁ ସ୍କାଇକୁ ଆସିବା ପଛରେ ସବୁଠୁ ବଡ଼ କାରଣ ଏଲନ ମସ୍କ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.