ପ୍ରମୂଖ ଖବର
  • ରାଜ୍ୟସ୍ତରୀୟ ପିଏମ କିଷାନ ସମ୍ମାନ ନିଧି, ଓଡ଼ିଶାର ପ୍ରାୟ ୩୫ ଲକ୍ଷ କୃଷକଙ୍କୁ ମିଳିଲା ୬୯୭ କୋଟି ଟଙ୍କା ସହାୟତା
  • ||
  • ମୟୂରଭଞ୍ଜ : ସାପ କାମୁଡାରେ ଚାଲିଗଲା ୨ ମହିଳାଙ୍କ ଜୀବନ
  • ||
  • ଅନ୍ନଦାତାଙ୍କୁ ପିଏମ୍ କିଷାନ ଟଙ୍କା, ୯ କୋଟି ୭୧ ଲକ୍ଷରୁ ଅଧିକ ଚାଷୀଙ୍କ ଖାତାକୁ ଗଲା ୨୦ତମ କିସ୍ତି
  • ||
  • ଅପରେସନ୍ ଅଖଲ; କୁଲଗାମରେ ଏନକାଉଣ୍ଟର, ଆତଙ୍କୀ ନିପାତ
  • ||
  • କରଞ୍ଜିଆ: ବିଲ ମଝିରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ; ମହିଳା ମୃତ, ପୁରୁଷ ଗୁରୁତର
  • ||
  • ଅପରେସନ୍ ଅଖଲ, ଜମ୍ମୁ କାଶ୍ମୀର କୁଲଗାମରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର, ଜଣେ ଆତଙ୍କୀ ନିପାତ
  • ||
  • ଢେଙ୍କାନାଳ : ଚାଷୀଙ୍କୁ ଦଳିଦେଲା ଦନ୍ତା, ମୁଣ୍ଡରୁ ଅଲଗା ହେଲା ଗଣ୍ଡି
  • ||
  • ବିଜେଡି ନେତା ରାଜା ଚକ୍ରଙ୍କୁ ୧୫ ଦିନ ଜାମିନ୍‌, ଶଶୁରଙ୍କ ଦଶାହ କର୍ମରେ ଯୋଗ ଦେବାକୁ ମିଳିଛି ଅନ୍ତରୀଣ ବେଲ୍
  • ||
  • ମହାନଦୀ ଜଳ ବିବାଦ, ଶନିବାର ଟ୍ରିବ୍ୟୁନାଲରେ ଶୁଣାଣି, ନିଷ୍ପତ୍ତି ଉପରେ ରହିଛି ଉଭୟ ରାଜ୍ୟର ନଜର
  • ||
  • ବ୍ରହ୍ମପୁର: ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ଆହତ, ବାମ ଗୋଡ଼ରେ ବାଜିଛି ଗୁଳି
  • ||
  • ରାଜନୀତି ଛାଡ଼ିବାକୁ ଘୋଷଣା କଲେ କମଲା ହାରିସ୍‌, କହିଲେ 'ଆମ ବ୍ୟବସ୍ଥା ଭାଙ୍ଗି ସାରିଛି...'
  • ||
  • ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
  • ||

ଓଜନ ୩୩ ଗ୍ରାମ ମାତ୍ର କମାଲ କରିବ, ଆତଙ୍କୀ ଯୋଜନା ପଣ୍ଡ କରିବ ବ୍ଲାକ ହରନେଟ

Published By : Ankita S | November 11, 2024 12:30 PM

ନୂଆଦିଲ୍ଲୀ,୧୧/୧୧: ଆତଙ୍କୀକୁ ମିଳିବ କଡା ଜବାବ । ପାନେ ପାଇବ ଶତ୍ରୁ । ପଣ୍ଡ ହେବ ସବୁ ଯୋଜନା । ଆତଙ୍କୀ ଗଡରେ ପଶି ଆଟାକ କରିବ ବ୍ଲାକ ହରନେଟ ମାଇକ୍ରୋ ଡ୍ରୋନ । ଶତ୍ରୁକୁ ଚକମା ଦେବାକୁ ଇସ୍ରାଇଲର ପ୍ଲାନ ଆପଣେଇଛି ଭାରତୀୟ ସେନା । ବ୍ଲାକ ହରନେଟ ମାଇକ୍ରୋ ଡ୍ରୋନ ବ୍ୟବହାର କରି ଶତ୍ରୁ ଗଡରେ ପଶିବ ଭାରତୀୟ ସେନା । ଏହି ଡ୍ରୋନ ଭାରତୀୟ ସେନା ପାଇଁ ବେଶ୍ ଉପଯୋଗୀ ହେବ ।

ଦେଖିବାକୁ ଏକଦମ ଛୋଟ ହେଲେ ବଡ ବଡ କାମ କରିବ ବ୍ଲାକ ହରନେଟ ଡ୍ରୋନ । ଛୋଟିଆ କିଟ୍ ପରି ଦେଖିବାକୁ ହେଲେ ଶତ୍ରୁକୁ ଚମକା ଦେବ ବ୍ଲାକ ହରନେଟ । ସେନାକୁ ଆତଙ୍କବାଦୀ ବିରୋଧୀ ଅଭିଯାନରେ ବେଶ ସହାୟକ ହେବ । ସୂଚନା ଏକଠା କରିବା ସହ ଲାଇଭ ଭିଜୁଆଲ ପଠାଇବ ଏବଂ ଗୁଳିବିନିମୟ ସମୟରେ ସଠିକ ଲକ୍ଷ୍ୟର ସୂଚନା ମଧ୍ୟ ଦେବ ।

ଇସ୍ରାଇଲ ଏହି ପରି ଡ୍ରୋନ ବ୍ୟବହାର କରି ତାର ଶତ୍ରୁକୁ ପରାସ୍ତ କରିଛି । ମାତ୍ର ୩୩ ଗ୍ରାମ ଓଜନ ବ୍ଲାକ ହରନେଟ ଶତ୍ରୁ ପାଇଁ ମହଙ୍ଗା ସାବ୍ୟସ୍ତ ହେବ । ଭାରତୀୟ ସେନାର ରାଷ୍ଟ୍ରୀୟ ରାଇଫଲ ଏବଂ ସ୍ବତନ୍ତ୍ର ସେନାବଳୟ ଏହି ଡ୍ରୋନର ବ୍ୟବହାର କରୁଛି । ଛୋଟ ହେଲିକାପ୍ଟର ପରି ଦେଖା ଯାଉଥିବା ଏହି ଡ୍ରୋନ ଟ୍ରବିନ ରୋଟର ଲାଗିଛି । ଏହାର ରେଞ୍ଜ ପାଖାପାଖି ୨ କିଲୋମିଟର ରହିଛି । ଏଥିରେ ଏକ ଆଣ୍ଟିନା ଲାଗିଛି ଯାହାକୁ ହାତରେ ନିୟନ୍ତ୍ରମ କରାଯାଇପାରିବ । କୌଣସି ଏକ ଘର ଭିତରେ ପଶି ସହଜରେ ସୂଚନା ସଂଗ୍ରହ କରିପାରିବ । ଯେଉଁଠି ବଡ ଡ୍ରୋନର ବ୍ୟବହାର ଅସମ୍ଭବ ହେବ ସେଠି ଏହାର ବ୍ୟବହାର ଖୁବ ସହଜରେ ହେବ ।





Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.