ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ବୀଣା ରାୟଙ୍କ ବିଲଉଡ ଯାତ୍ରା, ଦିନେ ଅଭିନୟ ପାଇଁ ଜିଦରେ ଅନସନରେ ବସିଥିଲେ

Published By : Ankita S | December 7, 2024 7:51 AM

ମୁମ୍ବାଇ,୦୭/୧୨: କିଛି କଳାକାର ଥାନ୍ତି ଯିଏ ଦର୍ଶକଙ୍କ ହୃଦୟରେ ଘର କରିଥାନ୍ତି । ତାଙ୍କ ଅଭିନୟକୁ ଦର୍ଶକ ଝୁରି ହୁଅନ୍ତି । ସେମିତି ଜଣେ ଅଭିନେତ୍ରୀ ହେଲେ ବୀଣା ରାୟ । ବଲିଉଡର ୬୦ ଦଶକର ଜଣାଶୁଣା ଅଭିନେତ୍ରୀ ବୀଣା ରାୟ ଆଜି ବି ଦର୍ଶକଙ୍କ ହୃଦୟରେ ଅଛନ୍ତି । ଦର୍ଶକଙ୍କୁ ବଡ ବଡ  ହିଟ୍ ସିନେମା ଭେଟି ଦେଇଛନ୍ତି ସେ । ଜାଣିଛନ୍ତି କି ଅଭିନେତ୍ରୀ ଜଣଙ୍କ ଫିଲ୍ମ ଦୁନିଆରେ କିପରି ପାଦ ଥାପିଲେ । ଅଭିନୟ ପାଇଁ ତାଙ୍କୁ କେତେ ଲଢେଇ କରିବାକୁ ପଡିଛି । ତେବେ ଜାଣନ୍ତୁ ଏହି ରିପୋର୍ଟରେ ।

ଜିଦ୍ ଆଗରେ ନଇଁଥିଲେ ପରିବାର- ଜୁଲାଇ ୧୩ ୧୯୩୧ରେ ଲାହୋରରେ ଜନ୍ମଗ୍ରହଣ କରିଥିଲେ ବୀଣା । ଭାରତ-ପାକିସ୍ତାନ ବିଭାଜନ ସମୟରେ ସେ ପରିବାର ସହ କାନପୁର ଆସିଥିଲେ । ପିଲାଟି ଦିନୁ ଅଭିନୟରେ ବୀଣାଙ୍କର ସଉକ ଥିଲା । ସୁନ୍ଦରତା ପାଇଁ ପ୍ରଶଂସା ସାଉଁଟିଥିଲେ ବୀଣା । କଲେଜରେ ପଢୁଥିବା ସମୟରେ ଥିଏଟରରେ ଭାଗ ନେଉଥିଲେ । ଦିନେ ଖବରକାଗଜରେ ବିଜ୍ଞାପନ ବିଷୟରେ ଜାଣିବାକୁ ପାଇଥିଲେ । ଫିଲ୍ମ ନିର୍ମାତା କିଶୋର ସାହୁ ତାଙ୍କ ଫିଲ୍ମ ପାଇଁ ହିରୋଇନ ଖୋଜରେ ଥିଲେ ।  ଏ ନେଇ ସେ ଏକ ପ୍ରତିଯୋଗିତା କରୁଥିଲେ । ଏଥିରେ ଭାଗ ନେବାକୁ ବୀଣା ତାଙ୍କ ଘର ଲୋକଙ୍କୁ କହିଥିଲେ ମାତ୍ର ରାଜି ନଥିଲେ ପରିବାର । ବୀଣା କିନ୍ତୁ ଜିଦ୍ କରିଥିଲେ । ଅଖିଆ ଅପିଆ ରହିଥିଲେ । ଶେଷରେ ପରିବାର ତାଙ୍କ ଜିଦ୍ ଆଗରେ ନଇଁଥିଲେ । ଆଉ ମୁମ୍ବାଇ ଅଭିମୁଖେ ବାହାରିଥିଲେ ବୀଣା ।

ଏମିତି ମିଳିଥିଲା ପ୍ରଥମ ଫିଲ୍ମରେ ଏଣ୍ଟ୍ରୀ- ଘରଲୋକଙ୍କଠୁ ମୁମ୍ବାଇ ଯିବାକୁ ଅନୁମତି ମିଳିବା ପରେ ପ୍ରଥମେ ପ୍ରତିଯୋଗିତାରେ ଭାଗ ନେଇଥିଲେ ବୀଣା । ସେଠି ବିଜୟୀ ହୋଇ ପୁରସ୍କାର ରାଶି ବାବଦକୁ ୨୫ ହଜାର ଟଙ୍କା ଜିତିଥିଲେ । ଯାହା ବୀଣାଙ୍କ ପାଇଁ ବହୁତ ବଡ ଥିଲା । ଏହି ବିଜୟ ସହ ବୀଣାଙ୍କୁ ତାଙ୍କର ପ୍ରଥମ ଫିଲ୍ମ ' କାଲି ଘଟା' ରେ ବ୍ରେକ୍ ମିଳିଥିଲା । ଏହା ପରେ ଆଉ ପଛକୁ ଫେରି ନଥିଲେ । ବ୍ୟାକ ଟୁ ବ୍ୟାଟ ଫିଲ୍ମରେ ଅଭିନୟ ଯାଦୁ ଦେଖାଇଥିଲେ ବୀଣା । ଅନାରକଲି, ଘୁଙ୍ଗଟ, ତାଜମହଲ ଭଲି ସାନଦାର ଫିଲ୍ମ କରିଥିଲେ ।

ପ୍ରଥମ ଫିଲ୍ମରେ ପ୍ରେମରେ ପଡିଥିଲେ ବୀଣା- ନିଜର ପ୍ରଥମ ଫିଲ୍ମର ସୁଟିଂ ସେଟରୁ ହିଁ ପ୍ରେମରେ ପଡିଥିଲେ ବୀଣା ରାୟ । ପ୍ରସିଦ୍ଧ ଅଭିନେତା ପ୍ରେମନାଥଙ୍କୁ ମନ ଦେଇ ବସିଥିଲେ ବୀଣା । ସେବେ ମଧୁବାଳାଙ୍କ ନାମ ସହ ପ୍ରେମନାଥଙ୍କ ନାମ ଯୋଡା ଯାଇଥିବା ମାତ୍ର ପରବର୍ତ୍ତୀ ସମୟରେ ପ୍ରେମନାଥ ଓ ବୀଣା ପରସ୍ପରକୁ ଜୀବନସାଥୀ କରିଥିଲେ । ୧୯୫୨ରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

ବୀଣା ରାୟ ଓ ମଧୁବାଳାଙ୍କ କନେକ୍ସନ- କୁହାଯାଏ ଯେବେ ମଧୁବାଳା ଓ ପ୍ରେମନାଥଙ୍କ ବିବାହ ସମ୍ପର୍କରେ ବୀଣା ଜାଣିବାକୁ ପାଇଥିଲେ ସେ ଅସୁସ୍ଥ ହୋଇପଡିଥିଲେ । ମଧୁବାଳା ଓ ବୀଣା ଉଭୟ ପ୍ରେମନାଥଙ୍କୁ ମନ ଦେଇ ବସିଥିଲେ । ପ୍ରେମ ନାଥ ବୀଣାଙ୍କୁ ବିବାହ କରିଥିଲେ । ବୀଣା ଓ ମଧୁବାଳା ଉଭୟ ଅନାରକଲି ଭୂମିକାରେ ଅଭିନୟ କରିଥିଲେ । ୧୯୫୩ରେ 'ଅନାରକଲି' ଫିଲ୍ମ ରିଲିଜ ହୋଇଥିଲା । ଏହି ଫିଲ୍ମରେ ବୀଣାଙ୍କ ଅଭିନୟକୁ ବେଶ୍ ପ୍ରଶଂସା ମିଳିଥିଲା । ୧୬ ବର୍ଷ ହେବ ଦୁନିଆକୁ ଅଲବିଦା କହିଛନ୍ତି ଏହି ଅଭିନେତ୍ରୀ । ମାତ୍ର ଆଜି ବି ତାଙ୍କ ଅଭିନୟ ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.