ବେଙ୍ଗାଲୁରୁ, ୨୪/୦୭: ବେଙ୍ଗାଲୁରୁରେ ଦୁଇ ମହିଳାଙ୍କୁ ୯ଘଣ୍ଟା ଧରି ଡିଜିଟାଲ୍ ଆରେଷ୍ଟ । ମେଡିକାଲ ପରୀକ୍ଷା ଆଳରେ ସେମାନଙ୍କୁ ଉଲଗ୍ନ ହେବାକୁ କୁହାଯାଇଛି । ସାଇବର ଠକ ମାନେ ମହିଳାଙ୍କୁ ମୁମ୍ବାଇ ପୁଲିସର ପରିଚୟ ଦେଇ ଫୋନ କରିଥିଲେ । ଏନେଇ ଥାନାରେ ଏତଲା ରୁଜୁ କରିଥିବା ଜଣେ ମହିଳା କହିଛନ୍ତି, ଥାଇଲାଣ୍ଡରେ ଜଣେ ନିର୍ଦ୍ଦେଶକ ଥିବା ତାଙ୍କର ଜଣେ ବନ୍ଧୁ ଭାରତ ଆସିଛନ୍ତି । ତାଙ୍କ ନିକଟରୁ ଜୁଲାଇ ୧୭ ତାରିଖ ସକାଳ ୧୧ଟାରେ ଫୋନ୍ କଲ୍ ଆସିଥିଲା । ଜେଟ୍ ଏୟାରଓ୍ବେଜ ସ୍କାମରେ ତାଙ୍କର ସମ୍ପୃକ୍ତି ଥିବା ନେଇ ସାଇବର ଠକମାନେ କହିଥିଲେ । ଏପରି କି ଅର୍ଥ ହେରଫେର ଏବଂ ହତ୍ୟା ଭଳି ଅଭିଯୋଗ ମଧ୍ୟ ଆଣିଥିଲେ । ଏହି ଅଭିଯୋଗକୁ ଦୃଢ଼ିଭୂତ କରାଇବା ପାଇଁ ସଠିକ୍ ବ୍ୟାଙ୍କ୍ ଡାଟା ଦେଇଥିଲେ । ଏଥିରେ ଏକ ନିର୍ଦ୍ଦିଷ୍ଟ ବ୍ୟାଙ୍କ ଆକାଉଣ୍ଟରୁ ୫୮,୪୭୭ ଟଙ୍କା ଲେଣଦେଣ ହୋଇଥିବା ଦାବି କରିଥିଲେ । ମହିଳାଙ୍କ ବିରୋଧରେ ଗିରଫ ପରଓ୍ବନା ଥିବା ନେଇ ଧମକ ମଧ୍ୟ ଦେଇଥିଲେ ସ୍କାମର ।
ଏହାପରେ ସଇବର ଠକମାନେ ଦୁଇ ମହିଳାଙ୍କ ଶରୀରରେ ଟାଟୁ ଅଛି କି ନାହିଁ ଦେଖାଇବାକୁ କହିଥିଲେ । ଏହାସହିତ ଏକ ମେଡିକାଲ ଟେଷ୍ଟ କରିବାକୁ ସେମାନଙ୍କୁ ଉଲଗ୍ନ ହେବାକୁ ବାଧ୍ୟ କରାଯାଇଥିଲା । ମହିଳା ଦ୍ବୟ ଡିଜିଟାଲ ଆରେଷ୍ଟ ହେବା କଥା କହି ୨୪ ହ୍ବାଟ୍ସଆପ୍ ଭିଡିଓ କଲ୍ ରହିବାକୁ ନିର୍ଦ୍ଦେଶ ଦେଇଥିଲେ ସ୍କାମର । ମାତ୍ର ଏହି ସମୟରେ ମହିଳାଙ୍କର ଜଣେ ବନ୍ଧୁ ତାଙ୍କୁ କଲ୍ କରିଥିଲେ ଏବଂ ସେମାନେ ଡିଜିଟାଲ୍ ଆରେଷ୍ଟ ହୋଇଥିବା ନେଇ କହିଥିଲେ । ପରେ ବନ୍ଧୁଙ୍କ କହିବା ଅନୁଯାୟୀ, ଭିଡିଓ କଲ୍ଟିକୁ କାଟି ଦେଇଥିଲେ । ପରେ ଦୁଇ ମହିଳା ଜାଣିବାକୁ ପାଇଥିଲେ ଯେ ସେମାନେ ସାଇବର ଠକଙ୍କ ଦ୍ବାରା ଡିଜିଟାଲ୍ ଆରେଷ୍ଟ ହୋଇଥିଲେ ।
ମାତ୍ର ସାଇବର ଠକ ଏତିକିରେ ଛାଡ଼ି ନଥିଲେ । ଦୁଇ ମହିଳାଙ୍କୁ ସେମାନଙ୍କର ଉଲଗ୍ନ ଫଟୋ ପଠାଇ ବ୍ଲାକମେଲ୍ କରିଥିଲେ । ଠକଙ୍କ ଯୋଗୁ ମହିଳାଙ୍କର ମାନସିକ ଚାପ ଧୀରେ ଧୀରେ ବଢ଼ିଥିଲା । ଶେଷରେ ବାଧ୍ୟ ହୋଇ ପୁଲିସକୁ ଜଣାଇଥିଲେ । ଏନେଇ ବାଂଶଓ୍ବାଡ଼ା ପୁଲିସ ଷ୍ଟେସନ ଏବଂ ସାଇବର ଏବଂ ଇକୋନୋମିକ୍ ଅଫେନ୍ସ ବ୍ରାଞ୍ଚରେ ମାମଲା ରୁଜୁ ହୋଇଥିଲା । ପୁଲିସ ଏହି ଘଟଣାକୁ ନେଇ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ।