ପ୍ରମୂଖ ଖବର
  • ICCର ଗ୍ରୀନ୍ ସିଗନାଲ: ୩୪ ଓଭର ପରେ ଗୋଟିଏ ବଲ୍, ୫ ବ୍ୟାକଅପ୍ ପ୍ଲେୟାର, କ୍ରିକେଟରେ ବଦଳିବ ନିୟମ
  • ||
  • 'ଆତଙ୍କୀ ନାରୀ ଶକ୍ତିକୁ ଚ୍ୟାଲେଞ୍ଜ କରିଥିଲେ, ସେମାନଙ୍କ ବିନାଶ ହେଲା': ପ୍ରଧାନମନ୍ତ୍ରୀ
  • ||
  • ଗ୍ରାମାଞ୍ଚଳ ଛାତ୍ରଛାତ୍ରୀଙ୍କ ପାଇଁ ଫ୍ରି ପବ୍ଲିକ ଟ୍ରାନ୍ସପୋର୍ଟ ସେବା ଦେବାକୁ କଂଗ୍ରେସର ଦାବି, ଜୁନ୍ ୧୦ ସୁଦ୍ଧା କାର୍ଯ୍ୟକାରୀ ନହେଲେ ଆନ୍ଦୋଳନ
  • ||
  • ଉତ୍ତରପୂର୍ବ ରାଜ୍ୟରେ ପ୍ରକୃତି କୋପ; ଘରେ ପଶିଲା ପାଣି- ବୁଡ଼ିଲା ଗାଡ଼ି, ୩ ମୃତ
  • ||
  • କରୋନା ଆତଙ୍କ; ରାଜଧାନୀରେ ପ୍ରଥମ ମୁଣ୍ଡ ନେଲା ନୂଆ ଭାରିଏଣ୍ଟ, ୭ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଶିଆଳି ନିକଟରେ କୂଳ ଲଙ୍ଘିଲା ସମୂଦ୍ର, ବଜାର ଏବଂ ଜନ ବନତିରେ ମାଡ଼ିଗଲା ପାଣି
  • ||
  • ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୪ ଟି ସ୍ଥାନରେ ଚଢାଉ
  • ||
  • ମୟୂରଭଞ୍ଜ : ବାଙ୍ଗିରିପୋଷିରୁ ଚୋରି ଗାଡି ଝାଡଖଣ୍ଡରୁ ଉଦ୍ଧାର, ଜଣେ ଗିରଫ
  • ||
  • 'ଆମେ କଥା ହେଲୁ ଯୁଦ୍ଧ ରୋକିଲା'; ଭାରତ-ପାକିସ୍ତାନ ସିଜଫାୟାରକୁ ନେଇ ଟ୍ରମ୍ପଙ୍କ ବଡ଼ ବୟାନ
  • ||
  • ଗଞ୍ଜାମ : ଗୁହାଳରେ ଅଗ୍ନିକାଣ୍ଡ, ୧୫ ରୁ ଉର୍ଦ୍ଧ୍ୱ ଛେଳି ଏବଂ ମେଣ୍ଢା ଜୀବନ୍ତ ଦଗ୍ଧ
  • ||
  • ଟ୍ରମ୍ପଙ୍କ ବଡ଼ ଘୋଷଣା; ଚୀନ୍‌ ଷ୍ଟିଲ ଉପରେ ଡବଲ୍ ଟାରିଫ୍‌, ଜୁନ୍‌ ୪ରୁ ଲାଗୁ
  • ||
  • ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସହ ମା' ପାର୍ବତୀଙ୍କ ବିବାହ ସମ୍ପନ୍ନ, ଆଜି ରାତି ୧୦ଟାରେ ଶୀତଳ ଷଷ୍ଠୀ ଶୋଭାଯାତ୍ର
  • ||
  • କେନ୍ଦୁଝର: ପାରିବାରିକ କଳହର କରୁଣ ପରିଣତି, ବେକରେ ଫାଶୀ ଲଗାଇ ଝୁଲିପଡ଼ିଲେ ଦମ୍ପତି
  • ||
  • ଦୁର୍ବଳ ହେଉଛି ଅବପାତ: ଆଜି କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ସପ୍ତାହେ ଯାଏ ବିଶେଷ ବର୍ଷା ନାହିଁ
  • ||

ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ବସ୍ତି ସୁରକ୍ଷା ମଞ୍ଚ ତରଫରୁ ଆମରଣ ଅନଶନ

Published By : Suraj Kumar | May 21, 2025 8:04 PM

ପାରଳାଖେମୁଣ୍ଡି, ୨୧/୫ (ଆପ୍ର) : ସ୍ଥାନୀୟ ୧୪ ନଂ ୱାର୍ଡର ସଞ୍ଜୟ ଗାନ୍ଧୀ କଲୋନୀରେ ରହୁଥିବା ବସ୍ତି ବାସିନ୍ଦାଙ୍କ ସମସ୍ୟାକୁ ନେଇ ବସ୍ତି ସୁରକ୍ଷା ମଞ୍ଚ ତରଫରୁ ପାରଳା ପୌରପାଳିକା ଅଫିସ୍ ଆଗରେ ଆମରଣ ଅନଶନ କରାଯାଇଛି । ସେମାନେ ଦୀର୍ଘ ବର୍ଷ ଧରି ଉକ୍ତ ଅଂଚଳରେ ରହିଆସୁଥିବାବେଳେ ସେମାନଙ୍କୁ ଘରପଟ୍ଟା, ବିଜୁଳି, ରାସ୍ତା ଓ ପାନୀୟ ଜଳ ଯୋଗାଇ ଦେବା  ନିମନ୍ତେ ଦାବି କରି ଆସୁଛନ୍ତି।  ବର୍ତ୍ତମାନ ଉକ୍ତ ଦାବୀକୁ ନେଇ ଆମରଣ ଅନଶନର ନିଷ୍ପତ୍ତି ନେଇ ବସିଛନ୍ତି ବସ୍ତି ସୁରକ୍ଷା ମଞ୍ଚ । ଏହି ପରିପେକ୍ଷରେ ଗଜପତି ଜିଲ୍ଲା ପ୍ରଶାସନ ତରଫରୁ କୌଣସି ସ୍ୱାସ୍ଥ୍ୟ ସମନ୍ଧୀୟ ସୁବିଧା କରାଯାଇନାହିଁ । 

ଅନ୍ୟ ପକ୍ଷେ ନିର୍ବାଚିତ ପ୍ରତିନିଧି ବିଧାୟକ କି ଅନ୍ୟକୌଣସି ନିର୍ବାଚିତ ପ୍ରତିନିଧି ମଧ୍ୟ ସେମାନଙ୍କ ପାଖରେ ପହଁଚି ନାହାନ୍ତି । ନିର୍ବାଚନ ସମୟରେ ସେମାନଙ୍କ ଭୋଟର ଆବଶ୍ୟକ କିନ୍ତୁ ସେମାନଙ୍କ ସମସ୍ୟାରେ ସହଯୋଗ କରିବାର ମାନବିକତା ଭୁଲିଗଲେ ନିର୍ବାଚିତ ପ୍ରତିନିଧି ବୋଲି ୧୪ ନମ୍ବର ୱାର୍ଡ ବାସିନ୍ଦା ଅଭିଯୋଗ କରିଛନ୍ତି ।ତେବେ ଗଜପତି ଜିଲ୍ଲା ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ ଦଳ ତରଫରୁ ସମର୍ଥନ ଦିଆଯାଉଛି ।  ଯଥାଶୀଘ୍ର  ଦାବୀ ପୂରଣ ନହେଲେ ଆଗାମୀ ଦିନରେ ଗଜପତି ଜିଲ୍ଲା ଆଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ ଦଳ ତରଫରୁ ରାଜରାସ୍ତାକୁ ଓଲ୍ଲାଇବାକୁ ବାଧ୍ୟ ହେବ ବୋଲି ଜିଲ୍ଲା ସଭାପତି ପାଇଲା ମୁରଲୀ କ୍ରିଷ୍ଣା  କହିଛନ୍ତି । ବସ୍ତି ସୁରକ୍ଷା ମଞ୍ଚ ଆବାହକ ସୁଜିତ ପ୍ରଧାନ କହିଛନ୍ତି ନାର୍ଯ୍ୟ ଦାବି ପୂରଣ ହେବ ଯାଏ ଏହିପରି ଅନଶନ ଜାରିରହିବ । ଏହି ଅନଶନ ରେ ଯଦି କାହାରି କିଛି କ୍ଷତି ଘଟିଲେ ଜିଲ୍ଲପ୍ରଶାସନ ଓ   ପୌରପ୍ରଶାସନ ଦାୟୀ ରହିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି  ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.