ରାୟଗଡ଼(ଗଜପତି)୨୬/୫: ରାୟଗଡ଼ ବ୍ଲକ ଅଧିନ ପରିସଲ ମଣ୍ଡଳୀର କଳମ୍ବାସିଂ କେନ୍ଦ୍ର ଅଧୀନସ୍ଥ ଡେକୁସାହି ଗ୍ରାମରେ ଶବର ସାମାଜ କଲ୍ୟାଣ ସମିତିର ୧୮ ତମ ବାର୍ଷିକ ଛାତ୍ରଛାତ୍ରୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଛାତ୍ର ସଂସଦର ସଭାପତି ଅର୍ଜୁନ ଶବର ଓ ମଣ୍ଡଳ ସଭାପତି ସୁରଥ ଶବରଙ୍କ ସଭାପତିତ୍ତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶବର ସମାଜର ସର୍ବୋଚ୍ଚ ସଭାପତି ଦଳପତି ମଣ୍ଡଳ ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ ସୂଚନା ଅଧିକାର ଆଇନ କମିଶନର ପବିତ୍ର ମଣ୍ଡଳ, ରାୟଗଡ଼ ବ୍ଲକ ଅଧ୍ଯକ୍ଷା ପୂର୍ଣ୍ଣବାସୀ ନାୟକ, ବରିଷ୍ଠ ନେତା ଅନ୍ତର୍ଯ୍ୟାମୀ ଗମାଙ୍ଗ, ଗୁଣୁପୁର ଷ୍ଟେଟ ବ୍ୟାଙ୍କ ମ୍ୟାନେଜର ସୁରେନ୍ଦ୍ର ଶବର, ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଜିଲ୍ଲା ପର୍ଯ୍ୟାବରଣ ପ୍ରମୁଖ ପ୍ରସାଦ ଘଡାଇଙ୍କ ସମେତ ଶବର ସାମାଜ କଲ୍ୟାଣ ସମିତିର ବରିଷ୍ଠ କାର୍ଯ୍ୟକର୍ତ୍ତାମାନେ ଯୋଗଦେଇଥିଲେ।
ତିନି ଦିନ ଧରି ଚାଲିଥିବା ଏହି ସମ୍ମିଳନୀରେ ନାଚ, ଗୀତ, ବକୃତା, ଗୀତା ଲିଖନ ପରୀକ୍ଷା, ପ୍ରବଚନ, ଆଦି ବିଭିନ୍ନ ପ୍ରକାରର ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା l ଏଥିରେ ରାୟଗଡ଼, ନୂଆଗଡ଼, ଗୋସାଣି, ଗୁମ୍ମା, କାଶୀନଗର ଆଦି କେନ୍ଦ୍ରର ଚତୁର୍ଥ ଶ୍ରେଣି ଠାରୁ ଆରମ୍ଭ କରି ଗ୍ରାଜୁଏଟ ଛାତ୍ରଛାତ୍ରୀ ମାନେ ହଜାର ହଜାର ସଂଖ୍ୟାରେ ଅଂଶଗ୍ରହଣ କରିଥିଲେ l ପିଲା ମାନଙ୍କୁ ସଂସ୍କାର ଦେବା ସହ ନିଜର ଜୀବନ ଶୈଳୀକୁ ଉନ୍ନତ ଏବଂ ପରିମାର୍ଜିତ କରିବା ଉଦ୍ଦେଶ୍ୟରେ ଉକ୍ତ କାର୍ଯ୍ୟକ୍ରମର ମୂଲଲକ୍ଷ୍ୟ I ଉକ୍ତ କାର୍ଯ୍ୟକ୍ରମକୁ ମଣ୍ଡଳ ସମ୍ପାଦକ ଚନ୍ଦ୍ର ନାୟକ ପରିଚାଳନା କରିଥିବା ବେଳେ କାର୍ଯ୍ୟକର୍ତ୍ତା ମାନେ ପରିଚାଳନା ରେ ସହଯୋଗ କରିଥିଲେ I