ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ସାଙ୍ଗର ବିବାହରେ ଯୋଗ ଦେବା ମହିଳାଙ୍କୁ ପଡିଲା ମହଙ୍ଗା, ୯୦ ହଜାର ଟଙ୍କାର ବିଲ୍‌ ଧରାଇ ଦେଲେ କନିଆଁ

Published By : Krishna Priya | March 25, 2025 1:44 PM

ନୂଆଦିଲ୍ଲୀ ୨୫/୦୩: ବିବାହ ଦିନକୁ ଦିନ ଏକ ମହଙ୍ଗା ଉତ୍ସବ ହେବାରେ ଲାଗିଛି । କିନ୍ତୁ ସବୁଠୁ ଘନିଷ୍ଠ ସାଙ୍ଗର ବିବାହରେ ଯୋଗ ଦେବା ଯଦି ଖୁବ୍‌ ମହଙ୍ଗା ହୁଏ, ତେବେ ତାହା ଅତି ଯନ୍ତ୍ରଣାଦାୟକ ଅନୁଭବ ହୁଏ । ରେଡିଟ୍‌ରେ ଏକ ପୋଷ୍ଟ୍‌ ଭାଇରାଲ ହେଉଛି, ଯେଉଁଥିରେ ଜଣେ ମହିଳା ବର୍ଣ୍ଣନା କରିଛନ୍ତି ଯେ ତାଙ୍କର ସବୁଠୁ ନିବିଡ଼ ସାଙ୍ଗର ବିବାହରେ କନ୍ୟାସାଥୀ ହେବାକୁ ସାଙ୍ଗ ୧ ହଜାର ଡଲାର ବା ୯୦ ହଜାର ଟଙ୍କା ଦାବି କଲା । ଏହି ଅପ୍ରତ୍ୟାଶିତ ଆର୍ଥିକ ବୋଝ ସାଙ୍ଗ ବିବାହରେ ତାଙ୍କର ଭୂମିକା ଉପରେ ପ୍ରଶ୍ନ ଉଠାଇଲା । 

ପିପଲ୍‌ ଡଟ୍‌ କମ୍‌ର ଏକ ରିପୋର୍ଟ ଅନୁସାରେ, ନିଜର ସବୁଠୁ ଘନିଷ୍ଠ ସାଙ୍ଗ ମେଗାନଙ୍କ ବିବାହରେ ମହିଳାଙ୍କୁ ଅନ୍ୟତମ କନ୍ୟାସାଥୀ ହେବାକୁ କୁହାଗଲା । ଏହା ଶୁଣି ସେ ଖୁବ୍‌ ଉତ୍ସାହିତ ହୋଇଗଲେ । କାରଣ ଉଭୟଙ୍କ ବନ୍ଧୁତା ଦୀର୍ଘ ବର୍ଷ ପୁରୁଣା ଥିଲା ଏବଂ ଏଭଳି ଏକ ଖାସ୍‌ ମୁହୂର୍ତ୍ତର ଅଂଶ ହେବା ମହିଳାଙ୍କ ପାଇଁ ସମ୍ମାନ ଥିଲା । କିନ୍ତୁ ମେଗାନ ଯେତେବେଳେ ଖର୍ଚ୍ଚର ଏକ ସବିଶେଷ ତାଲିକା ତାଙ୍କୁ ମେଲ୍‌ କଲେ, ତାଙ୍କ ଖୁସି ଓ ଉତ୍ସାହ ତୁରନ୍ତ ମଉଳିଗଲା । ଏକ ବୁଟିକ୍‌ରୁ ନିର୍ଦ୍ଦିଷ୍ଟ ଡ୍ରେସ୍‌ ବାବଦକୁ ୪୧,୫୦୦ ଟଙ୍କା, କେଶସଜ୍ଜା ଓ ମେକ୍‌ଅପ ଖର୍ଚ୍ଚ ୨୫ ହଜାର, କନ୍ୟାର ଏକ ଉପହାର ପାଇଁ ୧୨,୫୦୦ ଟଙ୍କା, ଏକ ବିଳାସପୂର୍ଣ୍ଣ ରିସର୍ଟରେ ବ୍ୟାଚ୍‌ଲର ପାର୍ଟି ପାଇଁ ୮,୩୦୦ ଟଙ୍କା ଏବଂ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ୪,୧୦୦ ଟଙ୍କାର ଏକ ତାଲିକା ମେଗାନ ମହିଳାଙ୍କୁ ମେଲ୍‌ କରିଥିଲେ ।

ସାଙ୍ଗ ତରଫରୁ ଏଭଳି ମେଲ୍‌ ଦେଖି ମହିଳା ଖୁବ୍‌ ଦୁଃଖିତ ହେଲେ । ବିବାହରେ ବହୁତ ଖର୍ଚ୍ଚ ହୁଏ, କିନ୍ତୁ ବିବାହରେ ଯୋଗ ଦେଉଥିବା ଲୋକଙ୍କୁ ଏହି ଅର୍ଥ ମାଗିବା, ଖାସ୍‌କରି ନିଜର ସବୁଠୁ ଭଲ ସାଙ୍ଗକୁ ମାଗିବା ଭୁଲ ବୋଲି ସେ ଚିନ୍ତାକଲେ । ତେଣୁ ମେଗାନଙ୍କ ପାଖରେ ପହଞ୍ଚି ନିଜର ଦାୟିତ୍ୱ ଓ ଆର୍ଥିକ ସମସ୍ୟା ଯୋଗୁ ଏତେ ଅଧିକ ଟଙ୍କା ଦେଇପାରିବେ ନାହିଁ ବୋଲି ସାଙ୍ଗଙ୍କୁ ବୁଝାଇବେ ବୋଲି ସେ ଚିନ୍ତାକଲେ । କିନ୍ତୁ ମେଗାନଙ୍କଠୁ ଯେଉଁ ପ୍ରତିକ୍ରିୟା ସେ ପାଇଲେ, ତାହା କଦାପି ଆଶା କରିନଥିଲେ । ମେଗାନ ସେ ସମସ୍ତ ଖର୍ଚ୍ଚକୁ ଠିକ୍‌ ବୋଲି ଦର୍ଶାଇଲେ ଏବଂ ଆଜିକାଲି ବିବାହରେ ଏ ସବୁ ସାଧାରଣ କଥା ବୋଲି କହିଲେ । ଆହୁରି କହିଲେ, ଯଦି ମୋ ବିବାହରେ ତୁମେ ଏହି ଖର୍ଚ୍ଚ କରିପାରିବ ନାହିଁ, ଠିକ୍‌ ଅଛି, କିନ୍ତୁ ମୁଁ କାହା ପାଇଁ ମୋର ଯୋଜନାକୁ ବଦଳାଇବି ନାହିଁ । ଅତି ଘନିଷ୍ଠ ସାଙ୍ଗର ପ୍ରତିକ୍ରିୟା ମହିଳାଙ୍କୁ ଖୁବ୍‌ ଆଘାତ ଦେଲା । ସେ ସର୍ବଦା ମେଗାନଙ୍କୁ ସମର୍ଥନ କରିଆସିଛନ୍ତି ଏବଂ ତାଙ୍କ ସହିତ ଅଛନ୍ତି । କିନ୍ତୁ ମେଗାନଙ୍କଠୁ ଏଭଳି ଚରମ ବାଣୀର ସମ୍ମୁଖୀନ ହେବେ ବୋଲି କେବେ ଆଶା କରିନଥିଲେ ।

ଏତେ ଖର୍ଚ୍ଚ କରିପାରିବେନି ବୋଲି କହିବା ପରେ ମେଗାନ ସମ୍ପୂର୍ଣ୍ଣ ଚୁପ୍‌ ରହିଗଲେ, ଯାହା ମହିଳାଙ୍କ ପାଇଁ ସବୁଠୁ ଯନ୍ତ୍ରଣାଦାୟକ ଥିଲା । ଦିନେ ଦୁହିଁଙ୍କ ମଧ୍ୟରେ ଘନିଷ୍ଠ ବନ୍ଧୁତା ଥିଲା, ଏବେ ଦୁହେଁ ଅପରିଚିତ ହୋଇଗଲେ । ଏହି ସ୍ଥିତିରେ କ’ଣ କରିବା ଉଚିତ୍‌ ବୋଲି ମହିଳା ୟୁଜର୍‌ଙ୍କଠୁ ପ୍ରସ୍ତାବ ମାଗିଲେ । ଟଙ୍କା ଦେଇ ଚିନ୍ତାମୁକ୍ତ ହେବାକୁ କିଛି ତାଙ୍କୁ କହିଲେ । ଅନ୍ୟପକ୍ଷେ, ଆର୍ଥିକ ଚାପକୁ ନିଜର ନିଷ୍ପତ୍ତି ଉପରେ ଭାରି ହେବାକୁ ନ ଦେବାକୁ ଆଉ କିଛି କହିଲେ । ଏହି ଘଟଣା ବର୍ତ୍ତମାନ ବୃଦ୍ଧି ପାଉଥିବା ଅତି ମହଙ୍ଗା ବିବାହ ଟ୍ରେଣ୍ଡ୍‌ ଉପରେ ଆଲୋକପାତ କରିଛି । ନିବିଡ଼ ସମ୍ପର୍କ, ଖାସ୍‌କରି ବନ୍ଧୁତା ଉପରେ ଏହା ପ୍ରଭାବ ପକାଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.