ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ବିଜେପି ରାଜ୍ୟ ସମ୍ପାଦକଙ୍କ ଘର ଉପରକୁ ବୋମା ମାଡ

Published By : Suraj Kumar | June 26, 2025 5:12 PM

ରାଇରଙ୍ଗପୁର, ୨୬।୬ : ବିଜେପି ରାଜ୍ୟ ସମ୍ପାଦକ ନବୀନ ରାମ  ଘର ଉପରକୁ ଦୁର୍ବୃତ୍ତମାନେ ବୁଧବାର ରାତିରେ ବୋମାମାଡ଼ କରିଛନ୍ତି।  ୨ ଜଣ ଦୁର୍ବୃତ୍ତ ବାଇକରେ ଆସି ବୋମାମାଡ କରି ଫେରାର ହୋଇଯାଇଛନ୍ତି। 

ନବୀନ ରାମ ଥାନାରେ ଦେଇଥିବା ଅଭିଯୋଗ ମୁତାବକ ବୁଧବାର ରାତିରେ  ସେ ଶୋଇବାକୁ ଯାଉଥିବା ବେଳେ ଏକ ଶବ୍ଦ ଶୁଣିଥିଲେ।  ଛାତରୁ କିଛି ପଡ଼ିଥିବା ଶବ୍ଦ ଭାବି ଶୋଇ ପଡିଥିଲେ l  ସକାଳୁ ଉଠି ଯେତେବେଳେ ସେ କବାଟ ଖୋଲିଥିଲେ ଦେଖିବାକୁ ପାଇଥିଲେ କିଛି ଅପରିଷ୍କାର ଯୁକ୍ତ ଦୁର୍ଗନ୍ଧ ପଦାର୍ଥ ପଡ଼ିଛି।  ଘର ମାଲିକ ଆସି ଭାବିଲେ ବିଲେଇ କିମ୍ବା କୁକୁରର ଏ କାମ  କରିଥିବ ଭାବି ପାଣି ଢ଼ାଳି ସଫା କରିଥିଲେ l ସଫା କଲାବେଳେ ସେଥିରେ କିଛି ଲୁହା କଣ୍ଟା ତଥା କାଚ ଗୁଣ୍ଡ ଥିବା ଦେଖିବାକୁ ମିଳିଥିଲା l ମନରେ  ସନ୍ଦେହ ହେବାରୁ ପଡୋଶୀଙ୍କୁ ଡାକିଥିଲି। ପଡୋଶୀଙ୍କ ସିସି କ୍ୟାମେରା ଦେଖିବାରୁ ଜଣା ପଡିଥିଲା ଯେ ରାତ୍ର ୧୧ଟା ୩୦ ରୁ ୧୧ଟା୪୦ ମଧ୍ୟରେ ଦୁଇଜଣ ଦୃର୍ବୁତ୍ତ ବୋମାମାଡ କରି ପଳାଇଛନ୍ତି l 

ଏ ସମ୍ପର୍କରେ ନବୀନ ରାମ, ମୟୁରଭଂଜ ସାଂସଦ ନବ ଚରଣ ମାଝି,ବିଧାୟକ ଜଳେନ ନାଏକ,ମନୋଜ ଦାସ,ସୁରଥ ପଟ୍ଟନାୟକ୍ ସମେତ ବହୁ ଶୁଭେଚ୍ଛୁ ରାଇରଙ୍ଗପୁର ଟାଉନ ଥାନାକୁ ଯାଇ ଏକ ଲିଖିତ ଅଭିଯୋଗ କରିଥିଲେ। ରାଇରଙ୍ଗପୁର ଟାଉନ ଥାନା ଅଧିକାରୀ ଏକ ମାମଲା ରୁଜୁ  କରି ତଦନ୍ତ ଆରମ୍ଭ କରିଛନ୍ତି l 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.