ଭୁବନେଶ୍ୱର ୩୦/୦୬: ମୌସୁମୀ ବର୍ଷା ଯୋଗୁ ଆସନ୍ତା ୧ ଜୁଲାଇ ଠାରୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ ରହିବ । ଏହା କେବଳ ଦିନବେଳା ପର୍ଯ୍ୟଟକଙ୍କ ପାଇଁ ଜାତୀୟ ଉଦ୍ୟାନ ଶିମିଳିପାଳ ବନ୍ଦ ରହିଛି । କେବଳ ରାତ୍ରୀରହଣୀ ପାଇଁ ପୂର୍ବରୁ ବୁକିଙ୍ଗ କରିଥିବା ପର୍ଯ୍ୟଟକମାନେ ଶିମିଳିପାଳ ଅଭୟାରଣ୍ୟ ଭିତରକୁ ପ୍ରବେଶ କରି ପାରିବେ । ଏ ନେଇ ସୂଚନା ଦେଇଛନ୍ତି ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡ଼ଃ ପ୍ରକାଶ ଚାନ୍ଦ ଗୋଗିନେନୀ । ଏହା ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ ।
ପ୍ରତ୍ୟେକ ବର୍ଷ ମୌସୁମୀ ବର୍ଷା ଲାଗି ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଦିନ ବେଳା ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରୁହେ । ଚଳିତ ବର୍ଷ ମଧ୍ୟ ଏହି କଟକଣା ବଳବତ୍ତର ରହିବ। ତେଣୁ ଜୁଲାଇ ପହିଲାରୁ ଅନିର୍ଦ୍ଦିଷ୍ଟକାଳ ବନ୍ଦ ରହିବ । କେବଳ ରାତ୍ରୀ ରହଣୀ ପାଇଁ ପୂର୍ବରୁ ବୁକିଂ କରିଥିବା ପର୍ଯ୍ୟଟକ ମାନେ ଶିମିଳିପାଳ ଅଭୟାରଣ୍ୟ ଭିତରକୁ ପ୍ରବେଶ କରିପାରିବେ ।
ଚଳିତ ୨୦୨୪-୨୫ ଆର୍ଥିକ ବର୍ଷରେ ୨୬୦୮୩ ଜଣ ରାଜ୍ୟ ପର୍ଯ୍ୟଟକ, ୧୨୩୮୮ ଜଣ ରାଜ୍ୟ ବାହାରର ପର୍ଯ୍ୟଟକ, ୧୨ ଜଣ ବିଦେଶୀ ପର୍ଯ୍ୟଟକ ତଥା ମୋଟ ୩୮୪୮୩ ଶିମିଳିପାଳ ଅଭୟାରଣ୍ୟର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ଆସିଥିଲେ । ବରେହିପାଣି, ଗୁଡୁଗୁଡିଆ, କୁମାରୀ, ଜାମୁଆଣୀ, ରାମତୀର୍ଥ ନେଚର କ୍ୟାମ୍ପ ପରିଦର୍ଶନ ପାଇଁ ୨୭୫ ଲକ୍ଷ, ଜଙ୍ଗଲ ସଫାରୀ ରାଶି ୧୨୨.୧୫, ପ୍ରବେଶ ରାଶି ୨୯.୪୮ ଲକ୍ଷ ରାଶି ସଂଗୃହିତ ହୋଇଛି ବୋଲି ସେ ସୂଚନା ଦେଇଛନ୍ତି ।