ପ୍ରମୂଖ ଖବର
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : କାର୍‌- ଟ୍ରକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ, ଜଣେ ଗୁରୁତର
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ବାଇଗଣ ବାଡିଆ କଲେଜ ଛକ ନିକଟରେ ଗୁଳିମାଡ, ମଦ ଦୋକାନ କର୍ମଚାରୀ ଗୁରୁତର

Published By : Harapriya Sethi | June 23, 2025 2:50 PM

କୁଳିଅଣା ୨୩/ ୦୬: ୧୮ ନମ୍ବର ଜାତୀୟ ରାଜପଥ ବାଇଗଣ ବାଡିଆ କଲେଜ ଛକ ନିକଟରେ ଗୁଳିମାଡ ହୋଇଛି । ମଦ ଦୋକାନର କର୍ମଚାରୀଙ୍କ ଠାରୁ ଲୁଟ୍‌ କରିବା ଉଦ୍ୟମରେ ୬ ରାଉଣ୍ଡ ଗୁଳି ଚଳାଇଲେ ୩ ଦୁର୍ବୃତ୍ତ । ସେଥିମଧ୍ୟରୁ ୨ ରାଉଣ୍ଡ ଗୁଳି ବାଜିବାରୁ ଶିବାନନ୍ଦ ବାରିକ ଗୁରୁତର ହୋଇଛନ୍ତି । ତାଙ୍କ କାନ ଏବଂ ଜଙ୍ଘରେ ଗୁଳି ବାଜିଥିବା ଜଣାପଡ଼ିଛି । ଘଟଣାସ୍ଥଳରେ କୁଳିଅଣା ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଚଳାଇଛି।

ସୂଚନା ମୁତାବକ, ସୋମବାର କୁଳିଅଣା ଅନୁମତି ପ୍ରାପ୍ତ ବିଦେଶୀ ମଦ ଦୋକାନର କର୍ମଚାରୀ ଶିବାନନ୍ଦ ବାରିକ ୭ ଲକ୍ଷ ଟଙ୍କା ନେଇ ନିଜ ବାଇକ୍‌ ଯୋଗେ ବ୍ୟାଙ୍କକୁ ଜମା କରିବାକୁ ଯାଉଥିଲେ । ଏହି ସମୟରେ ୩ଜଣ ଦୁର୍ବୃତ୍ତ ତାଙ୍କୁ ଅନୁସରଣ କରିଥିଲେ। କଲେଜ ଛକ ଅତିକ୍ରମ କରିବା ପରେ ସାମାନ୍ୟ ଫାଙ୍କା ସ୍ଥାନରେ ଶିବାନନ୍ଦଙ୍କୁ ଅଟକାଇଥିଲେ। ଶିବାନନ୍ଦଙ୍କ ପାଖରେ ଥିବା ଟଙ୍କା ଭର୍ତ୍ତି ବ୍ୟାଗ ଛଡାଇବା ପାଇଁ ଉଦ୍ୟମ କରିଥିଲେ। ବ୍ୟାଗ ନ ଦେବାରୁ ତିନି ଜଣ ଦୃର୍ବୁତ୍ତଙ୍କ ମଧ୍ୟରୁ ଦୁଇଜଣ ଦୁଇଟି ବନ୍ଧୁକରୁ ମୋଟ ୬ ରାଉଣ୍ଡ ଗୁଳି ଚଳାଇଥିଲେ। ଦୀର୍ଘ ସମୟ ଧରି ଟଙ୍କା ଛଡାଇବାକୁ ଉଦ୍ୟମ କରିଥିଲେ । ପାଟି ଶୁଣି ସ୍ଥାନୀୟ ଲୋକେ ଆସି ଦୂରରୁ ଟେକା ମାଡ କରିଥିଲେ।  ଟଙ୍କା ନେଇ ନପାରି ଶେଷରେ ଦୃର୍ବୁତ୍ତମାନେ  ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଶିବାନଦଙ୍କୁ  ଦୁଇରାଉଣ୍ଡ ଗୁଳିମାଡ ହୋଇଛି । ତାଙ୍କ କାନ ଏବଂ ଜଙ୍ଘରେ ବାଜିଥିବାର ସୂଚନା ମିଳିଛି। ସେ ଏବେ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସପିଟାଲରେ ଚିକିତ୍ସାଧିନ ଅଛନ୍ତି । ଘଟଣାସ୍ଥଳରେ କୁଳିଅଣା ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଚଳାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.