ପ୍ରମୂଖ ଖବର
  • ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଡିସେମ୍ବର ସୁଦ୍ଧା ୧ କୋଟି ମହିଳା ହିତାଧିକାରୀଙ୍କୁ ମିଳିବ ଟଙ୍କା
  • ||
  • ପଳାଶୁଣି ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ମହିଳାଙ୍କ ଉପରେ ମାଡ଼ିଗଲା ଅଜଣାଗାଡ଼ି
  • ||
  • ରାଜଧାନୀରେ ମାଙ୍କଡ଼ ଉତ୍ପାତ ଘଟଣା, ଟ୍ରାଙ୍କୁଲାଇଜ୍ କରି ଧରିଲା ନନ୍ଦନକାନନ ଟିମ୍
  • ||
  • କଟକ: କଟକ ବାଲିଯାତ୍ରାରେ ସିଏମ୍‌ସି ସ୍ବାସ୍ଥ୍ୟ ଟିମ୍‌ର ଚଢ଼ଉ, ଖାଦ୍ୟ ଷ୍ଟଲ୍‌ରୁ ବାସି, ଅପମିଶ୍ରିତ ଖାଦ୍ୟ ଜବତ
  • ||
  • ଭରତପୁର ଥାନା ମାମଲା: ଷ୍ଟାଟସ୍‌ ରିପୋର୍ଟ ଦାଖଲ ନିର୍ଦ୍ଦେଶ
  • ||
  • ମାଲକାନଗିରିରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ: ନକ୍ସଲ ନିହତ, ଜଣେ ଯବାନ ଆହତ
  • ||
  • ତାମିଲନାଡୁ ମୁହାଁଇପାରେ ସମ୍ଭାବ୍ୟ ବାତ୍ୟା, ଓଡ଼ିଶାକୁ ପ୍ରଭାବ ନାହିଁ: ୨୪ ଘଣ୍ଟାରେ ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ
  • ||

ମହିଳା ଏସିଆନ ଚମ୍ପିଆନ୍ସ ଟ୍ରଫି, ଆଜି ଭାରତ-ଚୀନ ଫାଇନାଲ ଫାଇଟ

ପାଟନା,୨୦/୧୧: ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ମହିଳା ଏସିଆନ ଚମ୍ପିଆନ୍ସ ଟ୍ରଫି। ବିହାର ରାଜଗିରିରେ ଚାଲିଥିବା ମହିଳା ଏସିଆନ ଚମ୍ପିଆନ୍ସ ଟ୍ରଫିର ଆଜି ଫାଇନାଲ ମ୍ୟାଚ ଖେଳାଯିବ । ଘରୋଇ ଭାରତ ଓ ଚୀନ ମଧ୍ୟରେ ହେବ ଫାଇନାଲ ଫାଇଟ । ପଞ୍ଚମ ଥର ଫାଇନାଲରେ ପ୍ରବେଶ କରିଥିବା ଭାରତୀୟ ହକି ଦଳ ଏଥର ଚମ୍ପିଆନ ହେବାକୁ ଲକ୍ଷ୍ୟ ରଖିଛି ।

ଗତକାଲି ଖେଳାଯାଇଥିବା ସେମିଫାଇନାଲ ମ୍ୟାଚରେ ଭାରତ ଜାପାନକୁ ହରାଇ ଫାଇନାଲ ଟିକେଟ ହାସଲ କରିଥିଲେ । ୨-୦ ଗୋଲରେ ଜାପାନକୁ ପରାସ୍ତ କରି ବାଜି ମାରିନେଇଥିଲା ଭାରତୀୟ ମହିଳା ହକି ଦଳ । ଆଜି ଫାଇନାଲ ମ୍ୟାଚରେ ଚୀନକୁ ଭେଟିବ ଭାରତ । ଲିଗ ପର୍ଯ୍ୟାୟ ମ୍ୟାଚରେ ଚୀନକୁ ପରାସ୍ତ କରିଥିଲା ଭାରତ । ରେକର୍ଡ ଆଧାରରେ ଭାରତର ପଲ୍ଲା ଭାରି ଅଛି । ଚମ୍ପିଆନସିପରେ ଅପରାଜେୟ ଥିବା ଭାରତ ଆଜିର ମୁକାବିଲା ଜିତିବାକୁ ପ୍ରୟାସ କରିବ ।

ପ୍ରତିଯୋଗିତାରେ ଭାରତ ଏ ପର୍ଯ୍ୟନ୍ତ ଅପରାଜେୟ ରହିଛି । ଯଦି ଦଳ ଚାମ୍ପିଅନ ହେବାରେ ସଫଳ ହୁଏ, ତେବେ ଦକ୍ଷିଣ କୋରିଆ ସହ ସର୍ବାଧିକ ଥର ଚାମ୍ପିଅନ ହେବାର ରେକର୍ଡର ସମକକ୍ଷ ହୋଇପାରିବ । ପୂର୍ବରୁ ଭାରତ ୨୦୧୬ ଓ ୨୦୨୩ରେ ଚାମ୍ପିଅନ ହୋଇଥିଲା । ୨୦୨୩ ଓ ୨୦୧୮ରେ ରନର୍ସଅପ୍‌ରେ ସନ୍ତୁଷ୍ଟ ରହିଥିଲା । ଦକ୍ଷିଣ କୋରିଆ ସର୍ବାଧିକ ୩ ଥର (୨୦୧୦, ୨୦୧୧, ୨୦୧୮) ଚାମ୍ପିଅନ ହୋଇଛି ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.