ନୂଆଦିଲ୍ଲୀ,୧୯/୧୧ : ପୂର୍ବତନ ଅଷ୍ଟେ୍ରଲିଆର ଭେଟରାନ ମ୍ୟାଥ୍ୟୁ ହେଡେନ ଏଭଳି ୪ଖେଳାଳୀଙ୍କୁ ଚୟନ କରିଛନ୍ତି କି ଯେଉଁମାନେ ବର୍ଡ଼ର- ଗାଭାସ୍କର ସିରିଜରେ ଦୁଇ ଟିମ୍ ଲାଗି ବହୁ ମୁଖ୍ୟ ସାବ୍ୟସ୍ତ ହୋଇପାରନ୍ତି । ହେଡେନଙ୍କ କହିବା ଅନୁସାରେ ଏହି ୪ଖେଳାଳୀ ଏହି ସିରିଜର ମୋଡ଼ ସୁନିଶ୍ଚିତ କରିବେ ।
ପ୍ରକାଶ ଯେ, ୨୨ନଭେମ୍ବରରେ ପର୍ଥରେ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳାଯିବ । ପୂର୍ବତନ ଅଷ୍ଟେ୍ରଲିଆ ଭେଟରାନ ମ୍ୟାଥ୍ୟୁ ହେଡେନ କହିଛନ୍ତି କି, ଏହି ସିରିଜରେ ୪ଏଭଳି ଖେଳାଳୀ ଅଛନ୍ତି ଯେଉଁମାନେ ନିଜ ଖେଳ ଦ୍ବାରା ସିରିଜର ପରିଣାମ ପରିବର୍ତ୍ତନ କରିପାରନ୍ତି । ହେଡେନ କହିଛନ୍ତି କି, ଦେଖନ୍ତୁ ବର୍ଡ଼ର – ଗାଭାସ୍କର ସିରିଜରେ ମୋତେ ଲାଗୁଛି କି ୪ଖେଳାଳୀ ବହୁ ମୁଖ୍ୟ ଗୁରୁତ୍ବପୂର୍ଣ୍ଣ ହୋଇପାରନ୍ତି । ସ୍ଟିବ ସ୍ମିଥଙ୍କ ଫର୍ମ, ବିରାଟ କୋହଲୀଙ୍କ ଫର୍ମ, ପ୍ୟାଟ କମିନ୍ସଙ୍କ ଅଧିନାୟକ ଓ ବୋଲିଂ ଫର୍ମ ଏବଂ ଏହାସହ ଜସପ୍ରୀତ ବୁମରାହଙ୍କ ବୋଲିଂ ଫର୍ମ, ଏମାନେ ଏଭଳି ୪ଖେଳାଳୀ ଅଟନ୍ତି ଯେଉଁମାନେ ସିରିଜର ପରିଣାମକୁ ପରିବର୍ତ୍ତନ କରିବାର କ୍ଷମତା ରଖିଥାନ୍ତି ।
ହେଡେନ ଆହୁରି ମଧ୍ୟ କହିଛନ୍ତି କି, ଭାରତ ଲାଗି ବିରାଟ କୋହଲୀ ଏବଂ ଜସପ୍ରୀତ ବୁମରାହ ବହୁ ଗୁରୁତ୍ବପୂର୍ଣ୍ଣ ଅଟନ୍ତି । କୋହଲୀଙ୍କ ଫର୍ମ ଅଷ୍ଟେ୍ରଲିଆରେ ସବୁବେଳେ ଭଲ ରହି ଆସିଛି । ଏଥର ବି ତାଙ୍କ ନଜର ରହିବ । ସେହିଭଳି ବୁମରାହ ଭାରତର ସବୁଠାରୁ ବଡ଼ ବୋଲର ଅଟନ୍ତି ଏବଂ ତାଙ୍କ ଫର୍ମ ଏହି ସିରିଜରେ ବହୁ ଗୁରୁତ୍ବପୂର୍ଣ୍ଣ ହୋଇପାରେ।