ପ୍ରମୁଖ ଖବର
  • ଦିଲ୍ଲୀ ଏନସିଆରର ୫୦ରୁ ଉର୍ଦ୍ଧ୍ଵ ସ୍କୁଲରେ ଖଞ୍ଜା ହୋଇଛି ବମ୍ ! ଧମକପୂର୍ଣ୍ଣ ଇମେଲ୍ ଆସିବା ପରେ ଚାରିଆଡ଼େ ଚାଞ୍ଚଲ୍ୟ
  • ||
  • ଶ୍ରମିକ ଦିବସ; ଦୁର୍ଦ୍ଦିନରେ ଘରୋଇ ସହାୟିକା, ସରକାରୀ ସହାୟତାରୁ ହେଉଛନ୍ତି ବଞ୍ଚିତ
  • ||
  • ବିଜେଡି ବିଧାୟକ ପ୍ରାର୍ଥୀ ସୁଶାନ୍ତଙ୍କ ନାଁରେ ୮ କୋଟିର ଅସ୍ଥାବର ସମ୍ପତ୍ତି; ସ୍ତ୍ରୀଙ୍କ ନାଁରେ ୧୬ କୋଟିର ସମ୍ପତ୍ତି, ୧୫୦ ଗ୍ରାମ ସୁନା
  • ||
  • ବିଳମ୍ୱ ହେବ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶନ, ଧିମେଇଛି ଡିଜିଟାଲ ସାର୍ଟିଫିକେଟ୍ ପ୍ରସ୍ତୁତି କାମ
  • ||
  • ବଡ଼ବିଲ : କୂଅରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ସାଲେପୁର : ଟ୍ରାକ୍ଟର ତଳେ ଚାପିହୋଇ ଶ୍ରମିକଙ୍କ ମୃତ୍ୟୁ, ଡ୍ରାଇଭର ସମେତ ୪ ଆହତ
  • ||
  • ଅଗ୍ନିକୁଣ୍ଡ ପାଲଟିଲା ସାରା ରାଜ୍ୟ, ୬ରୁ ଆଶ୍ୱସ୍ତି... ୭ରେ ବର୍ଷା
  • ||
  • ୧୧୪ ଡିଗ୍ରୀ ଫାରେନହାଇଟ୍‌ରେ କଲବଲ, ଅଂଶୁଘାତର ଶିକାର ହୋଇ ୩୦ଜଣ ହସ୍ପିଟାଲ ଗଲେ
  • ||

ବିଜେପି ଇଡି ସହ ମିଶି ସିଏମ କେଜ୍ରିଓ୍ବାଲଙ୍କ ସ୍ବାସ୍ଥ୍ୟକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରୁଛି: ଆପ୍ ମନ୍ତ୍ରୀ ଅତିଶୀ

ନୂଆଦିଲ୍ଲୀ: ଜେଲ୍‌ରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମିଠା ଖାଇବା ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରିଛନ୍ତି ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ଅତିଶୀ । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘର ରନ୍ଧା ଖାଦ୍ୟ ଯେପରି ନ ପାଆନ୍ତି ସେଥିପାଇଁ ଉଦ୍ୟମ କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି । ଇଡି ମାଧ୍ୟମରେ ତାଙ୍କ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇବାକୁ ବିଜେପି ଚେଷ୍ଟା କରୁଛି ବୋଲି ସେ କହିଛନ୍ତି । ଏଥିସହ ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଜେଲରେ ମିଠା ଚା ପିଉଛନ୍ତି ଏବଂ ମିଠା ଖାଉଛନ୍ତି ବୋଲି କୋର୍ଟରେ ମିଛ କହିଛି ଇଡି । ସେ ଏହା ମଧ୍ୟ କହିଛନ୍ତି ଯେ, ସିଏମ କେଜ୍ରିୱାଲ ଅଲଟରନେଟିଭ୍ ସୁଗାର ବ୍ୟବହାର କରୁଛନ୍ତି।

ଅତିଶୀ ଅଭିଯୋଗ କରିଛନ୍ତି ଯେ, ସିଏମ କେଜ୍ରିୱାଲଙ୍କ ବିରୋଧରେ ବିଜେପି ଏକ ବଡ଼ ଷଡଯନ୍ତ୍ର କରୁଛି । ସେମାନେ ଅରବିନ୍ଦ କେଜ୍ରିୱାଲଙ୍କ ଜୀବନ ନେବାକୁ ଷଡଯନ୍ତ୍ର କରୁଛନ୍ତି । ଅରବିନ୍ଦ କେଜ୍ରିୱାଲ ହେଉଛନ୍ତି ସେହି ବ୍ୟକ୍ତି ଯାହାକୁ ଦିଲ୍ଲୀରେ ବିଜେପି ପରାସ୍ତ କରିପାରିବ ନାହିଁ । ସେ କହିଛନ୍ତି ଯେ ସିଏମ କେଜ୍ରିୱାଲ ୩୦ ବର୍ଷ ଧରି ମଧୁମେହରେ ପୀଡିତ ଅଛନ୍ତି ।

ଦିଲ୍ଲୀ ମନ୍ତ୍ରୀ ଅତିଶୀ ଆହୁରି କହିଛନ୍ତି ଯେ,"ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତାଙ୍କ ସୁଗର ସ୍ତରକୁ ନିୟନ୍ତ୍ରଣ କରିବା ପାଇଁ ପ୍ରତିଦିନ ୫୪ ୟୁନିଟ୍ ଇନସୁଲିନ୍ ନିଅନ୍ତି । କୌଣସି ଡାକ୍ତର ନିଶ୍ଚିତ କରିପାରିବେ ଯେ, କେବଳ ମଧୁମେହରେ ପୀଡିତ ବ୍ୟକ୍ତି ୫୪ ୟୁନିଟ୍ ଇନସୁଲିନ୍ ନେଇପାରିବେ କି ନାହିଁ । ତେବେ ବିଜେପି ଏହାର ସହଯୋଗୀ ସଂଗଠନ ଇଡି ମାଧ୍ୟମରେ ତାଙ୍କ ସ୍ୱାସ୍ଥ୍ୟ ନଷ୍ଟ କରିବାକୁ ଚେଷ୍ଟା କରୁଛି ଏବଂ ତାଙ୍କୁ ଘର ଖାଦ୍ୟ ଖାଇବା ବନ୍ଦ କରିବାକୁ ଚେଷ୍ଟା କରୁଛି ବୋଲି ସେ ଅଭିଯୋଗ କରିଛନ୍ତି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.