ଯାଜପୁର,୦୧/୧୧: କେନାଲକୁ ଶୌଚ ହେବାକୁ ଯାଇଥିବା ବେଳେ ଅଘଟଣ । କେନାଲରୁ ମାଟି ଅତଡ଼ା ଖସି ପ୍ରାଣ ହରାଇଲା ବାଉଁଶନଳୀ ଗ୍ରାମର ୮ ବର୍ଷର ଶିଶୁକନ୍ୟା ଗୀତା ମୁଣ୍ଡା । ଏହି ଦୁର୍ଘଟଣାରେ ଶିଶୁକନ୍ୟାର ବାପା ଈଶ୍ୱର ମୁଣ୍ଡା ଗୁରୁତର ହୋଇଛନ୍ତି । ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଅନ୍ତର୍ଗତ ନଡ଼ିଆଭଙ୍ଗା ଗ୍ରାମରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ବାଉଁଶନଳୀ ଗ୍ରାମର ୮ବର୍ଷର ଝିଅ ଗୀତା ତାଙ୍କ ବାପା ଈଶ୍ୱରଙ୍କ ସହ ଶୁକ୍ରବାର ସକାଳେ ଶୌଚ ହେବାକୁ କେନାଲକୁ ଯାଇଥିଲେ । ସେଠାରେ ଶୌଚ ହବା ବେଳେ ହଠାତ ନିର୍ମାଣାଧୀନ କେନାଲରୁ ମାଟି ଅତଡା ଖସି ପଡ଼ିଥିଲା । ଫଳର ଉଭୟ ମାଟି ଅତଡ଼ା ତଳେ ପୋତି ହୋଇଯାଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ କଳିଙ୍ଗନଗର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ । ସେଠାରେ ପହଞ୍ଚି ପ୍ରଥମେ ବାପାକୁ ଉଦ୍ଧାର କରି ମେଡ଼ିକାଲକୁ ପଠାଯାଇଥିବା ବେଳେ ଝିଅର ମୃତଦେହ ଉଦ୍ଧାର ହୋଇଥିଲା । ଉଦ୍ଧାର ହେବା ପରେ ଶିଶୁକନ୍ୟାର ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ ।