ପ୍ରମୂଖ ଖବର
  • ୭ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ, ରାଜ୍ୟରେ ଖୋଲିବ ଆଉ ୭ ନର୍ସିଂ କଲେଜ
  • ||
  • ୬୦୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ମୁନିଗୁଡ଼ା ହସ୍ପିଟାଲର ସ୍ୱାସ୍ଥ୍ୟକର୍ମୀ, ଏକକାଳୀନ ୨ ଟି ସ୍ଥାନରେ ଭିଜିଲାନ୍ସ ଚଢାଉ
  • ||
  • କଟକ : କେନାଲରେ ଗାଧୋଇବା ବେଳେ ଅଘଟଣ; ନବମ ଶ୍ରେଣୀ ଛାତ୍ରୀ ନିଖୋଜ
  • ||
  • ଇଡ଼ି ଅଫିସ୍‌ରେ ହାଜର ହେଲେ ପୂର୍ବତନ କ୍ରିକେଟର ସୁରେଶ ରାଇନା, ବେଟିଂ ଆପ୍‌ ମାମଲାରେ ହୋଇଥିଲା ସମନ୍
  • ||
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ସ୍ୱାମୀର ତଣ୍ଟି ଚିପି ହତ୍ୟା କଲା ସ୍ତ୍ରୀ
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୧୫ ତାରିଖ ଯାଏଁ ଅତିପ୍ରବଳ ବର୍ଷା ସମ୍ଭାବନା
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଷ୍ଟପବୋର୍ଡରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ରାୟଗଡ଼ା : ଭାରସାମ୍ୟ ହରାଇ ଓଲଟିଲା OSRTC ବସ୍‌, ୧୫ ଆହତ
  • ||
  • ବିଶ୍ୱ ଅଙ୍ଗଦାନ ଦିବସ : ଓଡ଼ିଶାରେ ହେଲାଣି ୨ ହଜାର କିଡ୍‌ନୀ ପ୍ରତିରୋପଣ
  • ||
  • ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଢିଲା, ପରିକ୍ରମା କାନ୍ଥରେ ଧମକପୂର୍ଣ୍ଣ ମେସେଜ୍, ଆତଙ୍କବାଦୀ ଆକ୍ରମଣ ନେଇ ବଢିଲା ଆଶଙ୍କା
  • ||
  • ରାଜସ୍ଥାନ ଦୌସାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୧୦ ମୃତ
  • ||

୧୦ ଦଫା ଦାବି ନେଇ ସମୂହ ଛୁଟି ନେଲେ ଅମଲା, ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଦେଲେ ଧାରଣା

Published By : Suraj Kumar | August 11, 2025 10:11 PM

ମାଲକାନଗିରି, ୧୧/୮ (ଆପ୍ର )ଓଡିଶା ରାଜ୍ୟ ଅମଲା ସଂଘର ଆହ୍ୱାନ କ୍ରମେ ମାଲକାନଗିରି ଜିଲ୍ଲା ଅମଲା ସଂଘ ପକ୍ଷରୁ ୧୦ ଦଫା ଦାବି ନେଇ ଜିଲ୍ଲାର ସମସ୍ତ ଅମଲାମାନେ ସମୂହ ଛୁଟି ନେଇଛନ୍ତି । ଯାହା ଫଳରେ କି ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମତେ ଜିଲ୍ଲା ଓ ବ୍ଲକରେ ଥିବା ସମସ୍ତ କାର୍ଯ୍ୟଳୟର ଅମଲାମାନଙ୍କ ଚୌକି ଖାଲି ପଡିଛି। ଜିଲ୍ଲାରେ ଊନୟନ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି। ମାଲକାନଗିରି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଜିଲ୍ଲା ଅମଲା ସଂଘର ସଭାପତି  ସିଏଚ ପି କ୍ରିଷ୍ଣା ରାଓ, କାର୍ଯ୍ୟକାରି ସଭାପତି ନୀଳକଣ୍ଠ ଭୂମିୟା, ଉପସଭା ପତି ଏମଡି ଗୌସୁ ମୋହଦିନ, ସମ୍ପାଦକ ଦିଲୀପ କୁମାର ନାୟକ ଙ୍କ ନେତୃତ୍ୱ ରେ ଶତାଧିକ ଅମଲା ମାନଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହିତ ଜିଲ୍ଲାପାଳଙ୍କ ଅଫିସ ପରିସରରେ ଟେଣ୍ଟ ପକାଇ ଧରଣାରେ ବସିଛନ୍ତି। 

ଜିଲ୍ଲାସ୍ତରରେ କାର୍ଯ୍ୟରତ ରାଜସ୍ୱ ଅମଲାମାନଙ୍କ ମୂଳ ଦରମା O.R.S.P. ୨୦୧୭ ମସିହା ନିୟମ ଅନୁଯାୟୀ ଲେଭେଲ୍ ୯କୁ ବୃଦ୍ଧି କରାଯାଉ , ନୂତନ ପଦବୀ ସୃଷ୍ଟି କରାଯିବା ସହିତ ପଦବୀ ପୁର୍ନଗଠନ କନିଷ୍ଠ ରାଜସ୍ଵ ଅମଲା ମାନଙ୍କର Residency Period ୬ ବର୍ଷ ଯାଗାରେ ୪ ବର୍ଷ  କରିବାକୁ ଦାବିପତ୍ରରେ ଦର୍ଶାଇଛନ୍ତି। ସେହିପରି

ବରିଷ୍ଠ ରାଜସ୍ୱ ସହାୟକ ଏବଂ ଏ.ଏସ୍.ଓ. ପଦବୀକୁ ଏକତ୍ରିକରଣ କରାଯାଇ କେବଳ ଏ.ଏସ୍.ଓ ରଖାଯାଉ ଏବଂ କନିଷ୍ଠ ରାଜସ୍ଵ ସହାୟକରୁ ୪ ବର୍ଷ Residency Period ରଖାଯାଇ ଏ.ଏସ୍.ଓ ପଦବୀକୁ ପଦୋନ୍ନତି ଦିଆଯାଉ । ରାଜ୍ୟରେ କାର୍ଯ୍ୟରତ ସମସ୍ତ ସରକାରୀ କର୍ମଚାରୀ ଏବଂ ସେମାନଙ୍କର ପରିବାର ବର୍ଗଙ୍କୁ ବାର୍ଷିକ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ଵାସ୍ଥ୍ୟବୀମା , ୧୯୯୦ ମସିହାରେ ଲାଗୁ କରାଯାଇଥିବା ନିୟମାବଳୀକୁ ପୁନଃ ପ୍ରଚଳନ କରାଯାଇ ମୃତ ସରକାରୀ କର୍ମଚାରୀଙ୍କ ପରିବାରର ଯେ କୌଣସି ସଦସ୍ୟ / ସଦସ୍ୟାଙ୍କୁ ଯୋଗ୍ୟତା ଭିଭିରେ ନିଯୁକ୍ତି ପ୍ରଦାନ , ଜିଲ୍ଲାସ୍ତରରେ କାର୍ଯ୍ୟରତ ରାଜସ୍ୱ କର୍ମଚାରୀ ମାନଙ୍କୁ ଓଡ଼ିଶା ରାଜସ୍ୱ ସେବା ପଦବୀରେ ଶତ ପତ୍ରିଶତ ପଦୋନ୍ନତି ଦିଆଯାଉ । ତହସିଲ୍ କାର୍ଯ୍ୟାଳୟ ମାନଙ୍କରେ ବିଭିନ୍ନ ରାଜସ୍ଵ ସମ୍ବନ୍ଧୀୟ ମାମଲାକୁ ତ୍ୱରାନ୍ବିତ କରାଯିବା ପାଇଁ ସେଠାରେ କାର୍ଯ୍ୟରତ ରାଜସ୍ୱ ସହାୟକ ମାନଙ୍କୁ LRMS User Id ପ୍ରଦାନ ,  ରାଜସ୍ଵ ବିଭାଗରେ ସମସ୍ତ କାର୍ଯ୍ୟରେ ସଂସ୍କାର ଅଣାଯିବା ପାଇଁ ଏବଂ ନୂତନ ଭାବେ ନିଯୁକ୍ତି ପାଉଥିବା ରାଜସ୍ୱ ସହାୟକ ମାନଙ୍କର ଦକ୍ଷତା ବୃଦ୍ଧିପାଇଁ ପ୍ରବେଶକାଳୀନ ତାଲିମ ପ୍ରଦାନ ,  ନୂତନ ପେନ୍‌ସନ୍ ଯୋଜନାକୁ ରଦ୍ଦକରି ସମସ୍ତ ସରକାରୀ କର୍ମଚାରୀ ମାନଙ୍କୁ ପୁରାତନ ପେନ୍‌ସନ୍ ଯୋଜନା ଅନ୍ତର୍ଭୁକ୍ତ  କରିବାକୁ ଦାବିପତ୍ରରେ ଦର୍ଶାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.