ପ୍ରମୂଖ ଖବର
  • ୭ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ, ରାଜ୍ୟରେ ଖୋଲିବ ଆଉ ୭ ନର୍ସିଂ କଲେଜ
  • ||
  • ୬୦୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ମୁନିଗୁଡ଼ା ହସ୍ପିଟାଲର ସ୍ୱାସ୍ଥ୍ୟକର୍ମୀ, ଏକକାଳୀନ ୨ ଟି ସ୍ଥାନରେ ଭିଜିଲାନ୍ସ ଚଢାଉ
  • ||
  • କଟକ : କେନାଲରେ ଗାଧୋଇବା ବେଳେ ଅଘଟଣ; ନବମ ଶ୍ରେଣୀ ଛାତ୍ରୀ ନିଖୋଜ
  • ||
  • ଇଡ଼ି ଅଫିସ୍‌ରେ ହାଜର ହେଲେ ପୂର୍ବତନ କ୍ରିକେଟର ସୁରେଶ ରାଇନା, ବେଟିଂ ଆପ୍‌ ମାମଲାରେ ହୋଇଥିଲା ସମନ୍
  • ||
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ସ୍ୱାମୀର ତଣ୍ଟି ଚିପି ହତ୍ୟା କଲା ସ୍ତ୍ରୀ
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୧୫ ତାରିଖ ଯାଏଁ ଅତିପ୍ରବଳ ବର୍ଷା ସମ୍ଭାବନା
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଷ୍ଟପବୋର୍ଡରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ରାୟଗଡ଼ା : ଭାରସାମ୍ୟ ହରାଇ ଓଲଟିଲା OSRTC ବସ୍‌, ୧୫ ଆହତ
  • ||
  • ବିଶ୍ୱ ଅଙ୍ଗଦାନ ଦିବସ : ଓଡ଼ିଶାରେ ହେଲାଣି ୨ ହଜାର କିଡ୍‌ନୀ ପ୍ରତିରୋପଣ
  • ||
  • ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଢିଲା, ପରିକ୍ରମା କାନ୍ଥରେ ଧମକପୂର୍ଣ୍ଣ ମେସେଜ୍, ଆତଙ୍କବାଦୀ ଆକ୍ରମଣ ନେଇ ବଢିଲା ଆଶଙ୍କା
  • ||
  • ରାଜସ୍ଥାନ ଦୌସାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୧୦ ମୃତ
  • ||

୧୦୭୮ କଇଁଛ ସହ ଗାଡି ଜବତ, ୩ ଗିରଫ

Published By : Suraj Kumar | August 5, 2025 11:21 PM

ମାଲକାନଗିରି, ୫/୮ (ଆପ୍ର ) :  ବେଆଇନ କଇଁଛ ବ୍ୟବସାୟ ସମ୍ପର୍କରେ ସୂଚନା ପାଇଁ ମାଲକାନଗରି ବନବିଭାଗ ଚଢାଉ କରି ସୀମାନ୍ତ ମୋଟୁରୁ ୧୦୭୮ ଟି କଇଁଛ ସହ ଗାଡି ଜବତ କରିଛି। ଏଥିସହ  ତିନି ଜଣ ଙ୍କୁ ଗିରଫ କରିଛି ବନ ଵନ ବିଭାଗ। ଗିରଫ ଅଭିଯୁକ୍ତମାନେ ହେଲେ ଏମଭି ୭୯ ଥାନା ଅନ୍ତର୍ଗତ ଏମପିଭି ୬୫ ଗ୍ରାମର ସୁକୁମାର ତରଫଦାର ଓରଫ ଖୋକନ,   ବିଶ୍ୱନାଥ ମଣ୍ଡଳ , ଛତିଶଗଡ ରାଜ୍ୟ ସୁକୁମା ଜିଲ୍ଲା ଦରନାପାଲ ଗ୍ରାମର ଡ୍ରାଇଭର ଯୁଗଳ ଚନ୍ଦ୍ର ଦେ ।

ବେଆଇନ କଇଁଛ ବ୍ୟବସାୟ ସମ୍ପର୍କରେ ଖବର ମିଳିବା ପରେ ମାଲକାନଗିରି ଜିଲ୍ଲା ବନଖଣ୍ଡଅ ଧିକାରୀ ସାଇ କିରଣ ଡିଏନ ଙ୍କ ନେତୃତ୍ୱରେ ଏକ ବିଶେଷ ଟିମ ଗଠନ କରାଯାଇଥିଲା । ଏହି ଟିମ ର ନେତୃତ୍ୱ ନେଇଥିଲେ ମାଲକାନଗିରି ଜିଲ୍ଲା        ସହକାରି ବନସଂରକ୍ଷକ  ମନସୁନ ଖେମୁଣ୍ଡୁ ମୋଟୁ ଫରେଷ୍ଟର ମୁରଲୀଧର ଅନୁଗୁଳିଆ ଓ ମୋଟୁ ସେକ୍ସନ ର ସମସ୍ତ ବନ କର୍ମଚାରୀମାନେ ସୋମବାର ରାତି ଠାରୁ ମାଲକାନଗିରି ଜିଲ୍ଲାର ସୀମାନ୍ତ ମୋଟୁ ଅଂଚଳରେ  ଜଗିଥିଲେ । ମଙ୍ଗଳବାର ସନ୍ଧ୍ୟରେ ମୋଟୁ - କୋଂଟା ବ୍ରିଜ ନିକଟରେ କଇଁଛ ଚୋରା ଚାଲାଣ ବେଳେ ଚଢାଉ କରି ୩ ଜଣଙ୍କୁ ଧରିଥିଲେ।  ସେମାନଙ୍କ ଠାରୁ ମୋଟ ୧୦୭୮ ଟି କଇଁଛ ଜବତ କରାଯାଇଛି । ଯାହାମଧ୍ୟରୁ ୯୧୦ ଟି କଇଁଛ ଜୀବନ୍ତ ଓ ୧୬୮ ଟି କଇଁଛ ମୃତ ଜଣାଯାଇଛି।  ଏହି ଚାଲାଣରେ ବ୍ୟବହୃତ ହୋଇଥିବା ଗୋଟିଏ ବୋଲେରୋ ଗାଡି ଏବଂ ତିନି ଗୋଟି ମୋବାଇଲ ଫୋନ୍ ମଧ୍ୟ ଜବତ କରାଯାଇଛି । ଏହି କଇଁଛ ଆନ୍ଧ୍ର ପ୍ରଦେଶରୁ ଟିଗଲ ପଞ୍ଚାୟତ ଏମପିଭି ୬୫ ଗ୍ରାମକୁ ବିକ୍ରୟ ଉଦ୍ଦେଶ୍ୟରେ ଚୋରା ଚାଲାଣ କରାଯାଉଥିବା ର ଜଣା ପଡିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.