ପ୍ରମୂଖ ଖବର
  • ୭ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ, ରାଜ୍ୟରେ ଖୋଲିବ ଆଉ ୭ ନର୍ସିଂ କଲେଜ
  • ||
  • ୬୦୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ମୁନିଗୁଡ଼ା ହସ୍ପିଟାଲର ସ୍ୱାସ୍ଥ୍ୟକର୍ମୀ, ଏକକାଳୀନ ୨ ଟି ସ୍ଥାନରେ ଭିଜିଲାନ୍ସ ଚଢାଉ
  • ||
  • କଟକ : କେନାଲରେ ଗାଧୋଇବା ବେଳେ ଅଘଟଣ; ନବମ ଶ୍ରେଣୀ ଛାତ୍ରୀ ନିଖୋଜ
  • ||
  • ଇଡ଼ି ଅଫିସ୍‌ରେ ହାଜର ହେଲେ ପୂର୍ବତନ କ୍ରିକେଟର ସୁରେଶ ରାଇନା, ବେଟିଂ ଆପ୍‌ ମାମଲାରେ ହୋଇଥିଲା ସମନ୍
  • ||
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ସ୍ୱାମୀର ତଣ୍ଟି ଚିପି ହତ୍ୟା କଲା ସ୍ତ୍ରୀ
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୧୫ ତାରିଖ ଯାଏଁ ଅତିପ୍ରବଳ ବର୍ଷା ସମ୍ଭାବନା
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଷ୍ଟପବୋର୍ଡରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ରାୟଗଡ଼ା : ଭାରସାମ୍ୟ ହରାଇ ଓଲଟିଲା OSRTC ବସ୍‌, ୧୫ ଆହତ
  • ||
  • ବିଶ୍ୱ ଅଙ୍ଗଦାନ ଦିବସ : ଓଡ଼ିଶାରେ ହେଲାଣି ୨ ହଜାର କିଡ୍‌ନୀ ପ୍ରତିରୋପଣ
  • ||
  • ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଢିଲା, ପରିକ୍ରମା କାନ୍ଥରେ ଧମକପୂର୍ଣ୍ଣ ମେସେଜ୍, ଆତଙ୍କବାଦୀ ଆକ୍ରମଣ ନେଇ ବଢିଲା ଆଶଙ୍କା
  • ||
  • ରାଜସ୍ଥାନ ଦୌସାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୧୦ ମୃତ
  • ||

ଛାତ୍ରୀ ନିବାସରୁ ସାପ ଉଦ୍ଧାର କରି ଅନ୍ତେବାସୀଙ୍କ ଜୀବନ ବଞ୍ଚାଇଲେ ଶିକ୍ଷୟିତ୍ରୀ

Published By : Suraj Kumar | August 7, 2025 10:56 PM

ମାଲକାନଗିରି, ୭/୮ (ଆପ୍ର ) ଏସ ଏସ ଡି ହାଇସ୍କୁଲ  ଛାତ୍ରୀ ନିବାସ ରୁ ଦୁଇଟି ବିରଳ ପ୍ରଜାତିର ବିଷଧର ସାପ ଉଦ୍ଧାର । ଶିକ୍ଷୟିତ୍ରୀ ସ୍ନେହାଶ୍ରୀ ସୋରେନ ୨ଟି ସାପ ଉଦ୍ଧାର କରିଛନ୍ତି।  ଫଳରେ  ଛାତ୍ରୀନିବାସରେ  ରହୁଥିବା  ଅନ୍ତେବାସୀଙ୍କ ଏକ ବିପଦରୁ ବର୍ତ୍ତି ଯାଇଛନ୍ତି।

 ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଏସଏସଡି ହାଇସ୍କୁଲ ହଷ୍ଟେଲରେ ବୁଧବାର ରାତିରେ  କିଛି ଝିଅ ହଷ୍ଟେଲ ଭିତରେ ଏକ ୩ଫୁଟ ଲମ୍ବର ବିରଳ ପ୍ରଜାତିର ନାଗ ସାପ ଦେଖି ଭୟଭୀତ ହୋଇ ଚିତ୍କାର କରିଥିଲେ । ଏହି ସମୟରେ ହଷ୍ଟେଲ ମୁଖ୍ୟ ଫାଟକ ପାଖରେ ଅନ୍ୟ କିଛି ଝିଅ ଆଉ ଏକ ସାପ ଦେଖି ଚିତ୍କାର କରିଥିଲେ । ହଷ୍ଟେଲରେ  କିଛି ସମୟ ପାଇଁ ଭୟର ବାତାବରଣ ଖେଳି ଯାଇଥିଲା । ତେବେ ଶିକ୍ଷୟିତ୍ରୀ ସ୍ନେହାଶ୍ରୀ ସୋରେନ ଯିଏକି ଓଡ଼ିଶାରେ ସର୍ପ-ଶିକ୍ଷୟିତ୍ରୀ ଭାବରେ ପରିଚିତ । ସ୍ନେହାଶ୍ରୀ ସେଠାରେ ପହଁଚି ଛାତ୍ରୀ ମାନଙ୍କୁ ଭୟଭୀତ ନ ହେବାକୁ ପରାମର୍ଶ ଦେବା ସହିତ ସାପ ଠାରୁ ଦୂରେଇ ଯିବାକୁ   ନିର୍ଦ୍ଦେଶ ଦେଇଥିଲେ ।  ସୁରକ୍ଷା ସରଞ୍ଜାମ ବିନା ଆଗେଇ ଯାଇଥିଲେ ସାପ ଉଦ୍ଧାର ପାଇଁ । ଦୁଇଜଣ ଝିଅ ମଶାରୀ ବାଡ଼ ରେ ଲାଗିଥିବା ବାଡି ଖୋଲି ସ୍ନେହାଶ୍ରିଙ୍କୁ ଦେଇଥିଲେ  । ଆଉ ଜଣେ ଗୋଟେ ପ୍ଲାଷ୍ଟିକ ଡବା ଆଣି ସ୍ନେହାଶ୍ରୀଙ୍କୁ ଦେଇଥିଲେ ।

ପ୍ରଥମେ ହଷ୍ଟେଲ ଭିତରେ ପଶିଥିବା ନାଗ ସାପକୁ ହାତରେ ଧରି ମଶାରୀ ବାଡ଼ି ସାହାଯ୍ୟରେ ପ୍ଲାଷ୍ଟିକ ଡବା ଭିତରେ ଭର୍ତ୍ତି କରି ଦେଇଥିଲେ । ସାପଟି ଯେପରି ନିଶ୍ୱାସ ପ୍ରଶାସ ନେଇ ପାରିବ ସେଥି ନିମନ୍ତେ ଏକ ଛୁରୀ ସାହାଯ୍ୟରେ ଡବାରେ କିଛି କଣା କରି ସାରିବା ପରେ ଡବାକୁ ସୁରକ୍ଷିତ ଭାବରେ ରଖିଥିଲେ। ପରେ ହଷ୍ଟେଲ ଫାଟକ ନିକଟକୁ ଯାଇ ଥିଲେ । ସେଠି କିନ୍ତୁ ଏକ ବିରଳ ପ୍ରଜାତିର ଚିତି ସାପ ଥିଲା । ଚିତି ସାପଟିକୁ ଅତି ସତର୍କତାର ସହିତ ଅନ୍ୟ ଏକ ଡବାରେ ଭର୍ତ୍ତି କରିଥିଲେ ସ୍ନେହାଶ୍ରୀ । ଗୁରୁବାର ସକାଳେ ଉଦ୍ଧାର ସାପଦୁଇଟି କୁ ସୁରକ୍ଷିତ ଅବସ୍ଥାରେ ନିକଟସ୍ଥ ପାହାଡ଼ ରେ ଛାଡି ଦିଆଯାଥିଲା। ସ୍କୁଲ୍ ର ପ୍ରଧାନ ଶିକ୍ଷକ ମନୋଜ କୁମାର ଲଉଡ଼ିଆ ଏନେଇ କହିଛନ୍ତି ନୂତନ ଶିକ୍ଷୟତ୍ରୀ ସ୍ନେହାଶ୍ରୀଙ୍କ ପାଇଁ  ଛାତ୍ରୀ ମାନଙ୍କ ଜୀବନ ବଞ୍ଚି ଯାଇଛି। 

ସୂଚନାଯୋଗ୍ୟ ସ୍ନେହାଶ୍ରୀ ଏହି ଅବସରରେ ରାଜ୍ୟର ଅଗ୍ରଣୀ ସାପ ଉଦ୍ଧାରକାରୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସ୍ନେକ୍ ହେଲ୍ପ ଲାଇନର ସଦସ୍ୟତା ମଧ୍ୟ ଗ୍ରହଣ କରିଛନ୍ତି । ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି "ସ୍ନେହାଶ୍ରୀ ଯେ କୌଣସି ସଂସ୍ଥା ପାଇଁ ଜଣେ ସମ୍ପତ୍ତି ହେବେ ସେଥିରେ ସନ୍ଦେହ ନାହିଁ । ଆଗକୁ ମାଲକାନଗିରିରେ ଶିକ୍ଷା ବିଭାଗ ତରଫରୁ ଜିଲ୍ଲାରେ ଥିବା ସ୍କୁଲ ମାନଙ୍କରେ ସାପ ଏବଂ ସାପ କାମୁଡ଼ା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ସ୍ନେହାଶ୍ରୀଙ୍କୁ ବିଶେଷ ପ୍ରଶିକ୍ଷଣ ଦେବା ପାଇଁ ସ୍ଥିର କରିଛୁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.