ପ୍ରମୂଖ ଖବର
  • ୭ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ, ରାଜ୍ୟରେ ଖୋଲିବ ଆଉ ୭ ନର୍ସିଂ କଲେଜ
  • ||
  • ୬୦୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ମୁନିଗୁଡ଼ା ହସ୍ପିଟାଲର ସ୍ୱାସ୍ଥ୍ୟକର୍ମୀ, ଏକକାଳୀନ ୨ ଟି ସ୍ଥାନରେ ଭିଜିଲାନ୍ସ ଚଢାଉ
  • ||
  • କଟକ : କେନାଲରେ ଗାଧୋଇବା ବେଳେ ଅଘଟଣ; ନବମ ଶ୍ରେଣୀ ଛାତ୍ରୀ ନିଖୋଜ
  • ||
  • ଇଡ଼ି ଅଫିସ୍‌ରେ ହାଜର ହେଲେ ପୂର୍ବତନ କ୍ରିକେଟର ସୁରେଶ ରାଇନା, ବେଟିଂ ଆପ୍‌ ମାମଲାରେ ହୋଇଥିଲା ସମନ୍
  • ||
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ସ୍ୱାମୀର ତଣ୍ଟି ଚିପି ହତ୍ୟା କଲା ସ୍ତ୍ରୀ
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୧୫ ତାରିଖ ଯାଏଁ ଅତିପ୍ରବଳ ବର୍ଷା ସମ୍ଭାବନା
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଷ୍ଟପବୋର୍ଡରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ରାୟଗଡ଼ା : ଭାରସାମ୍ୟ ହରାଇ ଓଲଟିଲା OSRTC ବସ୍‌, ୧୫ ଆହତ
  • ||
  • ବିଶ୍ୱ ଅଙ୍ଗଦାନ ଦିବସ : ଓଡ଼ିଶାରେ ହେଲାଣି ୨ ହଜାର କିଡ୍‌ନୀ ପ୍ରତିରୋପଣ
  • ||
  • ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଢିଲା, ପରିକ୍ରମା କାନ୍ଥରେ ଧମକପୂର୍ଣ୍ଣ ମେସେଜ୍, ଆତଙ୍କବାଦୀ ଆକ୍ରମଣ ନେଇ ବଢିଲା ଆଶଙ୍କା
  • ||
  • ରାଜସ୍ଥାନ ଦୌସାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୧୦ ମୃତ
  • ||

କୁକୁଡ଼ା ଖାଇବାକୁ ଆସି ଯନ୍ତାରେ ଫଶିଲା ଅଜଗର, ଉଦ୍ଧାର ପରେ ଜଙ୍ଗଲରେ ଛଡାଗଲା

Published By : Suraj Kumar | August 7, 2025 9:38 PM

ମାଲକାନଗିରି, ୭/୮(ଆପ୍ର ) କୁକୁଡ଼ା ଖାଇବାକୁ ଆସି କୁକୁଡ଼ା ଭାଡ଼ିରେ ପଶିଥିବା ଏକ ବିରାଟ ଅଜଗର ସାପକୁ ଜାଲ ପକାଇ ଯନ୍ତାରେ ଧରି ଗ୍ରାମ ବାସୀ ଓ ବନ ବିଭାଗ ନିକଟସ୍ଥ ଜଙ୍ଗଲ ରେ ଛାଡି ଦେଇଛନ୍ତି।  ମାଲକାନଗିରି ବ୍ଲକସ୍ଥ ଏମଭି-୧୧ ଗ୍ରାମରୁ ବନ କର୍ମଚାରୀ ଏବଂ ସାପ ଉଦ୍ଧାରକାରୀ ଦଳ ଓ ଗ୍ରାମ ବାସୀଙ୍କ ଉଦ୍ୟମରେ ୮ଫୁଟ ଲମ୍ବ ୨୦ କେଜି ଓଜନ ର ଅଜଗର ସାପକୁ ଉଦ୍ଧାର କରାଯାଇଛି।

ମାଲକାନଗିରି ବନାଞ୍ଚଳ ଅଧୀନସ୍ଥ ଏମଭି-୧୧ ଗ୍ରାମର ଜଣେ କୁକୁଡ଼ା ପାଳନ କରୁଥିବା ବ୍ୟକ୍ତି ଘରେ ଅଜଗର ସାପଟି କୁକୁଡ଼ା ଖାଇବା ଉଦ୍ଦେଶ୍ୟରେ ବୁଧବାର ରାତିରେ ଆସିଥିଲା।ଏହି ଅଜଗର ସାପକୁ ଉଦ୍ଧାର କରିବା ପାଇଁ ମାଲକାନଗିରି ବନାଞ୍ଚଳ ଅଧିକାରୀ ରମେଶ ଚନ୍ଦ୍ର ରାଉତଙ୍କୁ ଫୋନ୍ ମାଧ୍ୟମରେ ସେ ଜଣାଇଥିଲେ। ବନପାଳ ମନତୋଷ ଦେଙ୍କ ନେତୃତ୍ୱରେ ସାପଧରାଳୀ ଡମ୍ବରୁ ହନ୍ତାଳ ଏମଭି-୧୧ ଗ୍ରାମକୁ ଯାଇ ଅଜଗର ସାପକୁ ସୁରକ୍ଷିତ ଭାବେ କାବୁ କରି ଯନ୍ତାରେ ଆବଦ୍ଧ କରି ମାଲକାନଗିରି ବନାଞ୍ଚଳ କାର୍ଯ୍ୟାଳୟକୁ ଆଣିଥିଲେ।  ଏହାକୁ ପ୍ରାଣୀ ଚିକିତ୍ସାଳୟରେ ସ୍ବାସ୍ଥ୍ୟ ପରୀକ୍ଷା କଲାପରେ ପରେ ଗୁରୁବାର ଅଜଗରକୁ ଜଙ୍ଗଲରେ ଛଡ଼ାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.