ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ବିଧାୟକ ପଦରୁ ଇସ୍ତଫା ଦେଲେ ସପା ମୁଖ୍ୟ ଅଖିଳେଶ ଯାଦବ

ଲକ୍ଷ୍ନୌ ୧୩/୦୬: ସମାଜବାଦୀ ପାର୍ଟି(ସପା)ର ମୁଖ୍ୟ ଅଖିଳେଶ ଯାଦବ ଉତ୍ତରପ୍ରଦେଶର କରହଲ ବିଧାନସଭା ଆସନ ଓ ବିରୋଧୀ ଦଳର ନେତା ପଦରୁ ଇସ୍ତଫା ଦେଇଛନ୍ତି । ଏବେ ସେ ଲୋକସଭାରେ କନୌଜ ଆସନକୁ ପ୍ରତିନିଧିତ୍ୱ କରିବେ । 

୨୦୨୨ରେ  ଅଖିଳେଶ ମୈନପୁରୀର କରହଲ ବିଧାନସଭା ଆସନରୁ ନିର୍ବାଚନ  ଲଢ଼ି ଜିତିଥିଲେ । ତେବେ ଚଳିତ ଲୋକସଭା ନିର୍ବାଚନରେ କନୌଜ ଆସନରୁ ଜିତିବା ପରେ କରହଲ ଆସନରୁ ସେ ଇସ୍ତଫା ଦେଇଛନ୍ତି । ବର୍ତ୍ତମାନ ଖାଲି ହୋଇଥିବା କରହଲ ଆସନରେ ହେବାକୁ ଥିବା ଉପନିର୍ବାଚନରେ ସପା ପକ୍ଷରୁ ତେଜ ପ୍ରତାପ ସିଂହ ଯାଦବଙ୍କୁ ପ୍ରାର୍ଥୀ କରାଯାଇପାରେ ବୋଲି ଚର୍ଚ୍ଚା ଚାଲିଛି । ସେ ଆର୍‌ଜେଡି  ନେତା ଲାଲୁ ଯାଦବଙ୍କର ଜ୍ୱାଇଁ । ବର୍ତ୍ତମାନ ସମୟରେ ତେଜ  ପ୍ରତାପ ହେଉଛନ୍ତି ଅଖିଳେଶଙ୍କ ପରିବାରର ଏକମାତ୍ର ସଦସ୍ୟ ଯିଏକି ରାଜନୀତିରେ ସକ୍ରିୟ ଥିଲେ ବି ସାଂସଦ କିମ୍ବା ବିଧାୟକ  ପଦରେ ନାହାନ୍ତି । ସପା ନେତା ରାମ ଗୋପାଳ ଯାଦବଙ୍କର ଭଣଜା ଅରବିନ୍ଦ ଯାଦବ, ପୂର୍ବତନ ବିଧାୟକ ସୋବରନ୍‌ ସିଂହ ଯାଦବଙ୍କ  ନାମ ମଧ୍ୟ ଏଥିଲାଗି ଚର୍ଚ୍ଚାରେ ରହିଛି । ସେପଟେ ଅଖିଳେଶଙ୍କ  ସହିତ ଅଯୋଧ୍ୟା ସାଂସଦ ଅବଧେଶ ପ୍ରସାଦ ମଧ୍ୟ ବିଧାୟକ ପଦ  ଛାଡ଼ିଛନ୍ତି । ସେ ମିଲ୍‌କିପୁର ବିଧାନସଭା କ୍ଷେତ୍ରରୁ ବିଧାୟକ ଥିଲେ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.