ମୁମ୍ବାଇ, ୬/୧୧ : ଦୁଇ ଦଶକ ପରେ ଏଫ୍ରୋ- ଏଶିଆ କପକୁ ପୁଣି ଥରେ ଆରମ୍ଭ କରିବାକୁ ଯୋଜନା ଅଛି । ଯେଉଁଥିରେ ଏସିଆ ଏକାଦଶ ଏବଂ ଆଫ୍ରିକା ଏକାଦଶ ମଧ୍ୟରେ ହ୍ବାଇଟ୍ ବଲ୍ ମ୍ୟାଚ୍ ହେବ । ଆଫ୍ରିକା କ୍ରିକେଟ ଆସୋସିଏଶନ ନିଜ ଆନୁଆଲ କନଫରେନ୍ସରେ ଟୁର୍ଣ୍ଣାମେଣ୍ଟକୁ ପୁଣି ଥରେ ଆରମ୍ଭ କରିବା ଉପରେ ଚର୍ଚ୍ଚା କରିଛି । ଯେଉଁଥିରେ ୬ସଦସ୍ୟ ଅନ୍ତରୀଣ ସମିତିର ଗଠନ ବି କରାଯାଇଛି । ସମିତିର ଉଦ୍ଦେଶ୍ୟ ଏସିଆକୁ ମଜବୁତ କରିବା ଏବଂ ଅନ୍ତର୍ଜାତୀୟ ଲେବୁଲରେ ଆଫ୍ରିକା ଖେଳାଳୀଙ୍କ ଲାଗି ଅଧିକ ପ୍ରତିଯୋଗୀତା ମୂଳକ ସୃଷ୍ଟି କରିବା ଅଟେ ।
ଯଦି ଏହି ଟୁର୍ଣ୍ଣାମେଣ୍ଟ ପୁଣି ଥରେ ହୁଏ ତେବେ ଏହା ଭାରତୀୟ ଏବଂ ପାକିସ୍ତାନୀ ଖେଳାଳୀଙ୍କୁ ଗୋଟିଏ ଟିମରେ ଖେଳୁଥିବା ଦେଖିବା ଏକ ଭଲ ଦୃଶ୍ୟ ପ୍ରଦାନ କରିବ । ଯାହା ବର୍ତ୍ତମାନ କେବଳ ଆଇସିସି ଟୁର୍ଣ୍ଣାମେଣ୍ଟରେ ଜଣେ ଅନ୍ୟଜଣଙ୍କ ବିପକ୍ଷରେ ଖେଳୁଛନ୍ତି । ଏହା ଦର୍ଶକଙ୍କ ଲାଗି ଏକ ବଡ଼ ଉତ୍ସାହ ଅଟେ । କାରଣ ବିରାଟ କୋହଲୀ, ବାବର ଆଜମ, ରୋହିତ ଶର୍ମା, ମହମ୍ମଦ ରିଜଓ୍ବାନଙ୍କ ଭଳି ଖେଳାଳୀ ଗୋଟିଏ ଟିମରେ ଖେଳିପାରନ୍ତି ।
ଏସିଆର ଅନ୍ତରୀଣ ଅଧ୍ୟକ୍ଷ ଏବଂ ଜିମ୍ବାଓ୍ବେ କ୍ରିକେଟର ଚେୟାରମ୍ୟାନ ତଓ୍ବେଗା ମୁଖଲାନୀ କହିଛନ୍ତି କି, ଏଫ୍ରୋ- ଏସିଆ କପ୍ ନା କେବଳ ଖେଳ ଲାଗି ବରଂ ଆର୍ଥିକ ଦୃଷ୍ଟିରୁ ମହତ୍ବପୂର୍ଣ୍ଣ ଅଟେ । ଦୁଇ ମହାଦୀପର ଖେଳାଳୀ ଏବଂ ଦର୍ଶକରେ ଜବରଦସ୍ତ ଉତ୍ସାହ ଅଟେ ।’ ମାତ୍ର ଏସିଆ କ୍ରିକେଟ ପରିଷଦ (ଏସିସି) ତରଫରୁ ଏବେ ପର୍ଯ୍ୟନ୍ତ ଏହି ଆୟୋଜନ ଉପରେ କୌଣସି ଅଫିସିଆଲ ପ୍ରତିକ୍ରିୟା ଆସିନାହିଁ । କିନ୍ତୁ ଏହି କଥାର ପ୍ରବଳ ସମ୍ଭାବନା ଅଛି କି ଟୁର୍ଣ୍ଣାମେଣ୍ଟକୁ ପୁଣି ଥରେ ଆରମ୍ଭ କରାଯାଇପାରେ ।