ନୂଆପଡ଼ା, ୨୫।୨: ସାମାନ୍ୟ ଅସାବଧାନତା ନେଲା ଜୀବନ । ଧାନ ମିଲ୍ ପଟିରେ ଲାଗି ଚାଲିଗଲା ମହିଳାଙ୍କ ଜୀବନ । ଗଣ୍ଡି ମୁଣ୍ଡ ଅଲଗା ଅବସ୍ଥାରେ ଘଟଣାସ୍ଥଳରେ ପଡ଼ିରହିଛି ମୃତଦେହ । ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଟିମନପୁର ଗାଁର ଘଟଣା । ମୃତ ମହିଳା ଜଣକ ସ୍ଥାନୀୟ ହୀରାପୁର ଗ୍ରାମର ବୋଲି ଜଣାପଡ଼ିଛି । ଧାନ ପେଡ଼ୁଥିବା ସମୟରେ ହଠାତ ଶାଢ଼ୀଟି ମିଲ୍ ପଟିରେ ଲାଗିଯାଇଥିଲା । ମିଲ୍ ବନ୍ଦ କରୁ କରୁ ଗଣ୍ଡିରୁ ମୁଣ୍ଡ ଅଲଗା ।
ମୃତ ମହିଳା ଜଣକ ହୀରାପୁର ଗ୍ରାମର ତୁଲସେ ବନ୍ଦୀଛୋର । ସ୍ଥାନୀୟ ନୀଳଜୀ ଗ୍ରାମର ରମେଶ ତିୱାରୀ ନାମକ ଜଣେ ବ୍ୟକ୍ତି ଟିମନପୁର ଗାଁରେ ଏକ ମିଲ୍ ସ୍ଥାପନ କରିଛନ୍ତି । ଯେଉଁଥିରେ ଧାନ ମିଲ୍ ସହ ମୁଢ଼ି ମଧ୍ୟ ତିଆରି କରୁଥିଲେ । ରବିବାର ହୀରାପୁର ଗ୍ରାମର ତୁଲସେ ବନ୍ଦୀଛୋର ମୁଢ଼ି ଭାଜିବା ପାଇଁ ସେଠାକୁ ଆସିଥିଲେ । ସେହି ସମୟରେ ଧାନ ମିଲ୍ ମଧ୍ୟ ଚାଲୁଥିଲା । ସେହି ଧାନ ମିଲ୍ର ଚକରେ ମହିଳାଙ୍କ ଶାଢ଼ି ଫସି ଯାଇଥିଲା । ପରେ ମହିଳାଙ୍କୁ ଟାଣି ନେଇଥିବା ବେଳେ ପଟି ଏବଂ ଚକ ମଝିରେ ମହିଳାଙ୍କ ବେକ ଲାଗିଯାଇଥିଲା । ଯେଉଁଥିରେ ମହିଳାଙ୍କ ବେକ କଟି ଯାଇଛି ଓ ମୁଣ୍ଡ ଏବଂ ଗଣ୍ଡି ଅଲଗା ହୋଇଯାଇଛି । ଘଟଣାସ୍ଥଳରେ ସିନାପାଲି ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।