ରାଇରଙ୍ଗପୁର, ୧୨/୧୧ : ସଡ଼କ ଦୁର୍ଘଟଣାରେ କାର୍ଯ୍ୟରତ ପୋଲିସ କନଷ୍ଟେବଳଙ୍କ ମୃତ୍ୟୁ । କନଷ୍ଟେବଳ ଜଣକ ହେଉଛନ୍ତି କୁସୁମି ବ୍ଲକ ଟେଣ୍ଟ ପୋଷି ଗ୍ରାମର ଦାମଦର ନାଏକ(୩୯ ) । ରାଷ୍ଟ୍ରପତିଙ୍କ ରାଇରଙ୍ଗପୁରସ୍ଥିତ ବାସଭବନରେ ଡିୟୁଟିରେ ଥିବା ବେଳେ ରବିବାର ହାବିଲଦାର ଟେଷ୍ଟ ଦେବା ପାଇଁ ବାରିପଦା ଯାଇଥିଲେ । ବାରିପଦାରୁ ଫେରୁଥିବାବେଳେ ରାଇରଙ୍ଗପୁର ଟାଉନ ଆଦର୍ଶ ଥାନା ରାଇରଙ୍ଗପୁର ବିଶୋଇ ରାସ୍ତା ଅସନବଣି ଛକ ନିକଟ ପୋଲ ପାଖରେ ଦୁର୍ଘଟଣା ହୋଇଥିଲା । ଜଣେ ସାଇକେଲରେ ଥିବା ମହିଳା ଶ୍ରମିକଙ୍କୁ ଧକ୍କା ଦେଇ ନିଜ ମଟର ସାଇକେଲରୁ ଖସିପଡ଼ିଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଆମ୍ବୁଲାନ୍ସରେ ଡାକ୍ତରଖାନାକୁ ଅଣାଯାଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବରପାଇ ଅତିରିକ୍ତ ଏସପି ଡାକ୍ତରଖାନାରେ ପହଞ୍ଚିଛନ୍ତି ।
ଜାପାନ ନିର୍ବାଚନରେ ବହୁମତ ହରାଇଲା କ୍ଷମତାସୀନ ଏଲ୍ଡି...