କୃଷ୍ଣପ୍ରସାଦ,୧୫/୯ : ପକ୍ଷୀ ଅଭୟାରଣ୍ୟ ନଳବଣ ସୀମା ସରହ୍ରଦରେ ପ୍ରବେଶ କରିଥିବା ୧୦ଜଣ ମତ୍ସ୍ୟଜୀବୀଙ୍କଠାରୁ ଲାଞ୍ଚ ନେବା ଅଭିଯୋଗରେ ବନପାଳଙ୍କ ଗିରଫ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ସମ୍ପୃକ୍ତ ବନପାଳ ବାଲୁଗାଁ ରେଞ୍ଜ ଅଧିନସ୍ଥ ପାରିକୁଦ ଗଡ଼ ବନପାଳ ଅଜୟ ମହାରଣା ବୋଲି ଜଣାପଡ଼ିଛି।
ଗୁରୁବାର କେତେକ ମତ୍ସ୍ୟଜୀବୀ ଟୋଲ ଫ୍ରି ନମ୍ବରରେ ଅଧିକାରୀଙ୍କ ବିରୋଧରେ ଭିଜିଲାନ୍ସ ବିଭାଗକୁ ଅଭିଯୋଗ କରିଥିଲେ। ମତ୍ସ୍ୟଜୀବୀମାନେ ଟୋଲ ଫ୍ରି ନମ୍ବର ୧୦୬୪/୦୬୭୧-୨୩୦୫୯୮୮ ରେ ଟେଲିଫୋନ କରିବା ପରେ ଭିଜିଲାନ୍ସ ବିଭାଗ ଅଧିକାରୀମାନେ ପ୍ରସ୍ତୁତ ହୋଇ ମସ୍ୟଜୀବିଙ୍କ ଦ୍ୱାରା ୧୦,୦୦୦ଟଙ୍କା ଲାଞ୍ଚ ଦେଇଥିଲେ । ବିଭାଗୀୟ ଅଧିକାରୀମାନେ ଶ୍ରୀ ମହାରଣାଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ବାଲୁଗାଁ ବନାଞ୍ଚଳ ଅଧିକାରିଣୀ ରଶ୍ମିତା ଜେନାଙ୍କୁ ପଚାରିବାରେ ସେ ସମ୍ପର୍କରେ ଶୁଣିଥିଲେ ସୁଧା କୌଣସି ପ୍ରମାଣ ହସ୍ତଗତ ହୋଇନଥିବା କହିଛନ୍ତି ।