ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ଚାରିଧାମ ଯାତ୍ରାରେ ଏବେସୁଦ୍ଧା ୮୬ ଭକ୍ତଙ୍କ ମୃତ୍ୟୁ, ଯିବା ପୂର୍ବରୁ ଏହି କଥାକୁ ଧ୍ୟାନରେ ରଖନ୍ତୁ

ମସୁରୀ – ଉତ୍ତରାଖଣ୍ଡରେ ୧୦ ମେ’ ରୁ ଆରମ୍ଭ ହୋଇଥିବା ଚାରିଧାମ ଯାତ୍ରାରେ ସ୍ୱାସ୍ଥ୍ୟ କାରଣରୁ ଏବେ ସୁଦ୍ଧା ୮୬ ଜଣ ଲୋକଙ୍କ ମୃତ୍ୟୁ ହୋଇ ସାରିଛି। ରାଜ୍ୟ ସରକାରଙ୍କ ଆକଳନ ଅନୁସାରେ,  ଏବେ ସୁଦ୍ଧା ୮୬ ମୃତ୍ୟୁ ମଧ୍ୟରୁ ବଦ୍ରିନାଥ ଧାମରେ ୧୮, କେଦାରନାଥ ଧାମରେ ୪୨, ଗଙ୍ଗୋତ୍ରୀ ଧାମରେ ୭ ଓ ଯମୁନୋତ୍ରୀ ଧାମରେ ୧୯ମୃତ୍ୟୁ ହୋଇଛି। ୨୦୨୩ ରେ ଚାରିଧାମ ଯାତ୍ରା ବେଳେ ସମୁଦାୟ ୨୪୫ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇ ଥିଲା। 

ସ୍ୱାସ୍ଥ୍ୟ ବିଭାଗର ସଚିବ ରାଜେଶ କୁମାର କହିଛନ୍ତି କି, ୨୦୨୩ର ଚାରିଧାମ ଯାତ୍ରା ବେଳେ ମେ ମାସରେ ମୃତ୍ୟୁ ସଂଖ୍ୟା ୯୬ ଥିଲା , ଯାହା ଚଳିତ ବର୍ଷ ୨୯ ମେ ସୁଦ୍ଧା ହୋଇଥିବା୬୮ ମୃତ୍ୟୁ ତୁଳନାରେ ଖୁବ୍‌ ଅଧିକ ଥିଲା। ସେ କହିଛନ୍ତି କି ଯାତ୍ରା ମାର୍ଗରେ ସ୍ୱାସ୍ଥ୍ୟ ଯାଞ୍ଚ କେନ୍ଦ୍ରର ସଂଖ୍ୟାରେ ବୃଦ୍ଧି କରିବା , ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସଂଖ୍ୟା ବଢିବାର କାରଣ ଏହି ବର୍ଷ ମୃତ୍ୟୁ ସଂଖ୍ୟାରେ ହ୍ରାସ ଘଟିଛି।

ସେପଟେ ଉତ୍ତରାଖଣ୍ଡର ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଭିନୀତା ଶାହ କହିଛନ୍ତି କି ଯାତ୍ରା ମାର୍ଗରେ ୫୦ଟି ମେଡିକାଲ ସ୍କ୍ରିନିଂ କେନ୍ଦ୍ର ସ୍ଥାପିତ କରି ସ୍କ୍ରିନିଂ ବଢାଇ ଦିଆ ଯାଇଛି। ପଞ୍ଜୀକରଣ କେନ୍ଦ୍ର ଗୁଡ଼ିକରେ ଡାକ୍ତରଙ୍କ ଦ୍ୱାରା ତୀର୍ଥଯାତ୍ରୀଙ୍କ ସ୍ୱାସ୍ଥ୍ୟର ସ୍ଥିତିର ଆକଳନ କରିବ ପରେ ଅଧିକ ଦୁର୍ବଳ ତୀର୍ଥଯାତ୍ରୀଙ୍କୁ ପାଦ ଚଲା ରାସ୍ତାରେ ଆଗକୁ ନଯିବାକୁ ପରାମର୍ଶ ଦିଆଯାଉଛି। ଏହି ତୀର୍ଥ ଯାତ୍ରୀଙ୍କୁ ଶପଥ ପତ୍ରରେ ଲେଖା ଯାଉଛି , ଯିଏ ନିଜ ଯାତ୍ରା ଜାରି ରଖିବା ପାଇଁ ଜିଦ୍‌ ଧରିଛନ୍ତି। 

ଆର୍‌ ରାଜେଶ କୁମାର କହିଛନ୍ତି , ଆମେ ୧୨ଟି ଆଞ୍ଚଳିକ ଭାଷାରେ ସବୁ ରାଜ୍ୟ ସରକାରଙ୍କୁ ସ୍ୱାସ୍ଥ୍ୟ ପରାମର୍ଶ ଜାରି କରି ଥିଲୁ। ଏଥିରେ ତୀର୍ଥଯାତ୍ରୀଙ୍କୁ ଅନୁରୋଧ କରାଯାଇ ଥିଲା କି ଯାତ୍ରା ଆରମ୍ଭ ହେବା ପୂର୍ବରୁ ନିଜର ସ୍ୱାସ୍ଥ୍ୟର ଯାଞ୍ଚ କରାଇ ନିଅନ୍ତୁ। ଏହାସହ କେଦାରନାଥ ଓ ଯମୁନୋତ୍ରୀର କଠିନ ଯାତ୍ରାରେ ବାହାରିବା ପୂର୍ବରୁ ନିଜକୁ ସେହି ହିସାବରେ ପକାଇ ଦିଅନ୍ତୁ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.