ପ୍ରମୂଖ ଖବର
  • Shangri-la-dialogue: CDS କହିଦେଲେ ଆତଙ୍କୀଙ୍କ ରେଡ଼ ଲାଇନ୍, ଜାଣନ୍ତୁ କଣ କହିଲେ ପାକିସ୍ତାନ ଜେନେରାଲ
  • ||
  • ଘାରିଛି କରୋନା ଭୟ; ୪ ହଜାର ମୁହାଁ ସଂକ୍ରମଣ, ୨୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଖଲ୍ଲିକୋଟ ବଡ଼ ଘାଟିରେ ଓଲଟିଲା ସିଲିଙ୍ଗ ପ୍ଲେଟ ବୋଝେଇ ଟ୍ରେଲର୍, ବ୍ରହ୍ମପୁର ଠାରୁ ଭୁବନେଶ୍ୱର ଯାତାୟାତ ବାଧାପ୍ରାପ୍ତ
  • ||
  • ମାଲକାନଗିରି : ବିଜାଘାଟିରେ ବସ୍‌ ଦୁର୍ଘଟଣା, ୧୬ ଯାତ୍ରୀ ଆହତ
  • ||
  • ପ୍ରକାଶ ପାଇଲା JEE ଆଡଭାନ୍ସ ରେଜଲ୍ଟ, ଦିଲ୍ଲୀ ଜୋନ୍‌ର ରଜିତ୍ ଗୁପ୍ତା ଆଇଆଇଟି ଟପ୍ପର
  • ||
  • ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ଢେଙ୍କାନାଳର ପୂର୍ବତନ ବିଜେଡି ସଭାପତି ବିଭୁ ପ୍ରସାଦ ଦେହୁରୀ ନିଲମ୍ୱିତ
  • ||
  • ସୁନ୍ଦରଗଡ଼ : ଅଜଣା ଗାଡ଼ି ଧକ୍କାରେ ଦୁଇ ଯୁବକ ମୃତ
  • ||
  • ଭଦ୍ରକ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ;୧୨ଟି ପ୍ରକଳ୍ପ ଲୋକାର୍ପଣ,୩ଟି ପ୍ରକଳ୍ପ ଶିଳାନ୍ୟାସ କରିବେ
  • ||
  • ବାହାନଗା ଟ୍ରେନ୍‌ ଟ୍ରାଜେଡ଼ିକୁ ୨ ବର୍ଷ; କାଳ ସାଜିଥିଲା କରମଣ୍ଡଳ, ଶବର ପାହାଡ଼ରୁ ଖୋଜା ପଡ଼ିଥିଲେ ସମ୍ପର୍କୀୟ
  • ||
  • ମୟୂରଭଞ୍ଜ : ସହକାରୀ ତହସିଲଦାରଙ୍କୁ ଆକ୍ରମଣ କଲେ ବାଲି ମାଫିଆ, ଭାଙ୍ଗିଦେଲେ ଗାଡ଼ି
  • ||
  • ମୌସୁମୀ ଗାଏବ, ପୁଣି ବଢ଼ିଲା ତାତି: ୧୦ ଦିନ ଯାଏ ବର୍ଷା ସମ୍ଭାବନା ନାହିଁ, ୪ରୁ ଉପକୂଳରେ ଭୀଷଣ ଗରମ
  • ||
  • କଟକ : ଭାରସାମ୍ୟ ହରାଇ ଓଲଟିଲା ବାଲି ବୋଝେଇ ହାଇୱା, ଡ୍ରାଇଭର ଫେରାର
  • ||
  • ବଲାଙ୍ଗୀର : ଡୁଙ୍ଗୁରିପାଲି ଷ୍ଟେସନ ନିକଟରେ ଟ୍ରେନ୍‌କୁ ପଥର ମାଡ, ଜଣେ ଆହତ
  • ||

ବ୍ରହ୍ମପୁରରୁ ମାଉଜର ଜବତ, ୭ ଦୁର୍ଦ୍ଦାନ୍ତ ଅପରାଧି ଗିରଫ

Published By : Prameya | May 31, 2025 3:14 PM

ବ୍ରହ୍ମପୁର, ୩୧/୦୫: ବ୍ରହ୍ମପୁରରେ ପୁଣି ମିଳିଲା ମାଉଜର । ୭ଜଣ ଦୁର୍ଦ୍ଦାନ୍ତ ଅପରାଧିଙ୍କୁ ଗିରଫ କରିଛି ବୈଦ୍ୟନାଥପୁର ଓ ଗୋସାଣୀନୂଆଗାଁ ଥାନା ପୁଲିସ  । ଏଥିସହ ସେମାନଙ୍କ ଠାରୁ ୭ଟି ମାଉଜର, ୬ଟି ମାଗାଜିନ୍, ୩୪ଟି ଗୁଳି, ୬ଟି ମୋବାଇଲ ଫୋନ୍ ଓ ୧.୧୫ଲକ୍ଷ ଟଙ୍କା ଜବତ କରାଯାଇଛି।  ଗିରଫ ଅଭିଯୁକ୍ତଙ୍କ ବିରୋଧରେ ବହୁ ଅପରାଧିକ ମାମଲା ରହିଥିବା ବେଳେ ଆଗକୁ ବଡ଼ ଧରଣର ଅପରାଧ ଘଟାଇବାକୁ ଯୋଜନାରେ ଥିଲେ। ଏନେଇ ବ୍ରହ୍ମପୁର ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ଡ଼ା ସରବଣା ବିବେକ ଏମ। 

ତେବେ ଗଞ୍ଜାମ ଜିଲ୍ଲାରେ କିଛି ଅପରାଧୀ ମାଉଜର ଯୋଗାଇଥିବା ସୂଚନା ପାଇବା ପରେ ଆଇଜି ନୀତି ଶେଖରଙ୍କ ନିର୍ଦ୍ଦେଶ ପ୍ରକାରେ ଗଞ୍ଜାମ ଓ ବ୍ରହ୍ମପୁର ପୁଲିସର ସ୍ପେଶାଲ ଡ୍ରାଇଭ୍ ଆରମ୍ଭ ହୋଇଥିଲା। ଗଞ୍ଜାମରେ ଦୁଇଟି ପର୍ଯ୍ୟାୟରେ ୨୫ଟି ଓ ବ୍ରହ୍ମପୁରରେ ଦୁଇଟି ପର୍ଯ୍ୟାୟରେ ୧୧ଟି ମାଉଜର ଜବତ ଜବତ ହୋଇଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଏଟିଏମ୍ କାର୍ଡ ଚୋର ଥିବା ବେଳେ ତାଙ୍କ ଠାରୁ ୨୨ଟି ଏଟିଏମ୍ କାର୍ଡ ଜବତ ହୋଇଥିବା ସୂଚନା ମିଳିଛି। 




Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.