ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ଅଜିତ ପାଓ୍ବାରଙ୍କ ବୈଠକରେ ପହଞ୍ଚିଲେନି ୫ଏନସିପି ବିଧାୟକ, ମହାରାଷ୍ଟ୍ରରେ ଗଡ଼ବଡ଼ ସଙ୍କେତ

ମୁମ୍ବାଇ, ୬/୬ :  ଅଜିତ ପାଓ୍ବାର ନିଜ ବିଧାୟକଙ୍କ ସହ ଟ୍ରାଇଡେଣ୍ଟ ହୋଟେଲରେ ଗୁରୁବାର ବୈଠକ କରିବାରେ ଥିଲେ । ସୂଚନା ଅନୁଯାୟୀ, ଏହି ବୈଠକରେ ତାଙ୍କର ୫ବିଧାୟକ ହୋଟେଲରେ ପହଞ୍ଚୁ ନାହାନ୍ତି । ଏହା ପୂର୍ବରୁ ଖବର ଆସୁଛି କି ଅଜିତ ପାଓ୍ବାରଙ୍କ ଗୋଷ୍ଠୀର ୧୦ରୁ ୧୫ବିଧାୟକ ଶରତ ପାଓ୍ବାରଙ୍କ ସମ୍ପର୍କରେ ଅଛନ୍ତି ।

ଲୋକସଭା ନିର୍ବାଚନ ପରେ ଅଜିତ ପାଓ୍ବାର ଟ୍ରାଇଡେଣ୍ଟ ହୋଟେଲରେ ନିଜର ସମସ୍ତ ବିଧାୟକଙ୍କ ବୈଠକ ଡକାଇଥିଲେ । ଏହା ପୂର୍ବରୁ ଗୁରୁବାର ଅଜିତ ପାଓ୍ବାରଙ୍କ ଆବାସରେ କୋର କମିଟିର ସବୁ ସଦସ୍ୟର ବୈଠକ ହୋଇଥିଲା ଯେଉଁଥିରେ ସନ୍ଧ୍ୟାରେ ବିଧାୟକଙ୍କ ଏକ ବୈଠକ ଡକାଇଥିଲେ । କୁହାଯାଉଛି କି ଅଜିତ ପାଓ୍ବାରଙ୍କ କେତେକ ବିଧାୟକ ଶରତ ପାଓ୍ବାରଙ୍କ ସହ ଯୋଗାଯୋଗ କରିବାକୁ ପ୍ରୟାସ କରୁଛନ୍ତି । କୁହାଯାଉଛି କି ଆଗାମୀ ଦିନରେ ବିଧାୟକଙ୍କ ଯିବା ଆସିବା ପ୍ରକ୍ରିୟା ଆରମ୍ଭ ହୋଇପାରେ । ମାତ୍ର ଏବେ ମହାରାଷ୍ଟ୍ରରେ ସିନ୍ଦେ ସରକାର ଉପରେ କୌଣସି ସଙ୍କଟ ନାହିଁ। କିନ୍ତୁ ଆଗାମୀ କିଛି ମାସରେ କୌଣସି ଗଡ଼ବଡ଼ ମାହୋଲ ଦେଖିବାକୁ ମିଳିପାରେ । କାରଣ ଆଗାମୀ କିଛି ମାସରେ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାରେ ଅଛି ।

ଅଜିତ ପାଓ୍ବାରଙ୍କ ଏନସିପି ପୂର୍ବରୁ ବହୁ ଅସୁବିଧାରେ ଅଛି । ଶରତ ପାଓ୍ବାରଙ୍କ ନେତୃତ୍ବାଧିନ ଏନସିପି ଦାବି କରିଛନ୍ତି କି ଅଜିତ ପାଓ୍ବାରଙ୍କ କେତେକ ବିଧାୟକ ତାଙ୍କ ସମ୍ପର୍କରେ ଅଛନ୍ତି ଏବଂ ଦଳକୁ ଫେରିବାକୁ ଚାହୁଁଛନ୍ତି । ଦଳ ଲୋକସଭା ନିର୍ବାଚନରେ ଖରାପ ପ୍ରଦର୍ଶନ କରିଛି । ଯେଉଁଠାରେ ଅଜିତ ପାଓ୍ବାରଙ୍କ ସ୍ତ୍ରୀ ସୁନେତ୍ରା ପାଓ୍ବାର ସୁପ୍ରିୟା ସୁଲେଙ୍କଠାରୁ ବହୁ ବ୍ୟବଧାନରେ ପରାଜୟ ହୋଇଛନ୍ତି ।

ଅଜିତ ପାଓ୍ବାରଙ୍କ ପାର୍ଟି ଏବେ ପର୍ଯ୍ୟନ୍ତ କୌଣସି ବୟାନ ଜାରି କରି ନାହାନ୍ତି କି ହୋଟେଲରେ ଡକାଯାଇଥିବା ବୈଠକରେ ତାଙ୍କ ୫ବିଧାୟକ ନ ପହଞ୍ଚିବା ପଛରେ କ’ଣ କାରଣ ରହିଛି । ଏନସିପି(ଶରତ ପାଓ୍ବାର)ଙ୍କ ପ୍ରଦେଶ ଅଧ୍ୟକ୍ଷ ଜୟନ୍ତ ପାଟିଲ କହିଥିଲେ କି ଆମ ସମ୍ପର୍କରେ କେତେକ ଲୋକ ଅଛନ୍ତି । ଆମେ ୯ଜୁନର ବୈଠକରେ ଏହି ପ୍ରସ୍ତାବ ଉପରେ ବିଚାର କରିବୁ । ୧୦ଜୁନରେ ଆମର ପ୍ରତିଷ୍ଠା ଦିବସ ଅଟେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.