ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ଗଜିଆବାଦରେ ଭୟଙ୍କର ଅଗ୍ନିକାଣ୍ଡ: ୨ ଶିଶୁ ସମେତ ୫ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୧୩/୬: ଉତ୍ତରପ୍ରଦେଶର ଗଜିଆବାଦରେ ଭୟାବହ ଅଗ୍ନିକାଣ୍ଡ ।  ଏକ ବିଲ୍ଡିଂର ତୃତୀୟ ମହଲାରେ ନିଆଁ ଲାଗି ୫ ଜଣଙ୍କର ମୃତ୍ୟୁ ଘଟିଛି । ତେବେ ମୃତକଙ୍କ ମଧ୍ୟରେ ୨ଜଣ ଶିଶୁ ଥିବା ଜଣାପଡିଛି । ହାଜିପୁର ଗାଁରେ ରାତି ପ୍ରାୟ ୮ଟା ସମୟରେ ଘଟିଛି । ନିଆଁ ଖୁବ ଜୋରରେ ବ୍ୟାପିବା ଫଳରେ ଲୋକେ ବାହାରକୁ ବାହାରି ନ ପାରିବାରୁ ସେମାନଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । 

ସୂଚନା ଅନୁଯାୟୀ, ଏହି ବିଲ୍ଡିଂର ତୃତୀୟ ମହଲାରେ ଇସ୍ତିୟାକ ଅଲି ନିଜ ପରିବାରକୁ ଧରି ରହୁଥିଲେ । ପରିବାରରେ ତାଙ୍କ ପୁଅ ସାରିକ, ସାରିକଙ୍କ ସ୍ତ୍ରୀ, ସାତ ମାସର ଶିଶୁ ଏବଂ ଭଉଣୀ ଥିଲେ । ସାରିକଙ୍କ ଅନ୍ୟ ଭଉଣୀ ନିଜ  ଶିଶୁଙ୍କୁ ଧରି ତାଙ୍କ ଘରକୁ ଆସିଥିଲେ । ହେଲେ ଏହି ଭୟାବହ ଅଗ୍ନିକାଣ୍ଡରେ ସମସ୍ତଙ୍କର ମୃତ୍ୟୁ ହୋଇଛି । ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡି ନ ଥିବା ବେଳ ସର୍ଟ ସର୍କିଟ ଯୋଗୁଁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମହଲାରେ ଫୋମ ବିଜନେସ ଚାଲିଥିବା କୁହାଯାଇଛି । ସେପଟେ  ଏହି ଅଗ୍ନିକାଣ୍ଡ ଘଟିବା ପରେ ଦମକଳ ବିଭାଗ ନିଆଁଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ସଂକୁଚିତ ଗଳିରେ ଏହି ବିଲ୍ଡିଂ ଥିବାରୁ ଦମକଳ ବିଭାଗକୁ ନିଆଁଲିଭାରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.