କେନ୍ଦୁଝର ସଦର ୧୭/୩(ଆପ୍ର): ଚୋରି କରିବାକୁ ଯୋଜନା ଚାଲିଥିବାବେଳେ ଖବର ପାଇ ରବିବାର ସଦର ପୋଲିସ ପଦ୍ମପୁର ନିକଟରେ ଚଢାଉ କରିଥିଲା। ସେଠାରୁ ୪ଜଣଙ୍କୁ ଗିରଫ କରିଥିବାବେଳେ ଜଣେ ଫେରାର ହୋଇଯାଇଛି। ଅଭିଯୁକ୍ତମାନେ ହେଲେ ସ୍ଥାନୀୟ କେମ୍ପସଡା ଗ୍ରାମର ମଙ୍ଗୁଳୁ ମହାନ୍ତ,ସୁନାରାମ ମୁଣ୍ତା,ଉପରକାଠ କରଞ୍ଜିଆ ଗ୍ରାମର ରବିନ୍ଦ୍ର ମୁଣ୍ତା,ସୁରେଶ ମୁଣ୍ତା। ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।
ଅଭିଯୁକ୍ତମାନେ କେନ୍ଦୁଝର ସଦର ଥାନା ଅନ୍ତର୍ଗତ ବୋଦାପଳସା ଗ୍ରାମର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଚନ୍ଦ୍ର ଶେଖର ମହେଶ ମନ୍ଦିର ହୁଣ୍ଡିର ତାଲା ଭାଙ୍ଗି ପ୍ରାୟ ୨୫ ହଜାର ଟଙ୍କା ଚୋରି କରିଥିବା ଜଣାପଡିଛି। ଅଭିଯୁକ୍ତମାନେ ସଦର ଓ ଟାଉନ ଥାନା ଅନ୍ତର୍ଗତ ବିଭିନ୍ନ ମନ୍ଦିର,ମାଲିକ ନଥିବା ସମୟରେ ଦୋକାନ ଓ ବାସଗୃହ ଭାଙ୍ଗି ଲକ୍ଷାଧିକ ଟଙ୍କା ଚୋରି କରିଥିବା ଜଣାପଡିଛି। ଏହାଛଡା ସେମାନେ ସଦର ଥନାର ବିଭିନ୍ନ କେସରେ ସମ୍ପୃକ୍ତ ଥିବାର ପୋଲିସ ପାଖରେ ପ୍ରମାଣ ମିଳିଛି। ଏହି ଚୋରମାନେ ଦିନ ବେଳେ ବିଭିନ୍ନ ଜାଗାରେ ବୁଲି ବୁଲି ଖବର ସଂଗ୍ରହ କରନ୍ତି। ରାତ୍ରୀ ସମୟ କିମ୍ଵା ନିଛାଟିଆର ସୁଯୋଗ ନେଇ ଘର,ମନ୍ଦିର ଓ ଦୋକାନରୁ ଚୋରି କରୁଥିଲେ। ତେବେ ଏହି ଗ୍ୟାଙ୍ଗରୁ ଫେରାର ଥିବା ଜଣେ ଅଭିଯୁକ୍ତଙ୍କୁ ଧରିବାକୁ ଛାନଭିନ୍ ଜାରି ରଖିଥିବା ପୋଲିସ କହିଛି।